• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅଅଁଳା ବା ଆମଲା... ଏହି ଫଳର ଉପକାରିତା ବିଷୟରେ ପ୍ରାୟ ସମସ୍ତେ ଅଳ୍ପ ବହୁତ ଜାଣିଥିବେ । ହେଲେ ଏହା ଶରୀର ପାଇଁ କେତେ ଲାଭଦାୟକ କ’ଣ ଆପଣ ଜାଣନ୍ତି କି ? ଆସନ୍ତୁ ଜାଣିବା ଅଅଁଳାର ଔଷଧିୟ ଗୁଣ ସମ୍ପର୍କରେ...

କଞ୍ଚା ଅଅଁଳା ପରି ସିଝା ଅଅଁଳା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହିତକର । ପ୍ରତିଦିନ ଆପଣ ଗୋଟିଏ ସିଝା ଅଅଁଳା ଖାଇବା ଦ୍ୱାରା ସ୍ୱାସ୍ଥ୍ୟରେ ଅନେକ ପରିବର୍ତ୍ତନ ଆଣିପାରିବେ । ଷ୍ଟିମିଂ ଆମଲା ବା ସିଝା ଅଅଁଳାରେ ଭିଟାମିନ୍ ସି ରହିଥାଏ । ଯାହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ତାହା ସହିତ ଚର୍ମକୁ ଠିକ୍‌ ରଖିବା ସହ କେଶ ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଇଥାଏ ।

ସିଝା ଅଅଁଳା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ମୁକ୍ତି ଓ ମେଟାବୋଲିଜିମ୍‌ରେ ସୁଧାର ଆସିଥାଏ । ଆଉ ତା’ ସହିତ ହଜମ ପ୍ରକ୍ରିୟା ସଠିକ୍‌ ଭାବେ କରାଇଥାଏ ।

ସୁନ୍ଦର କେଶ ଓ ଚର୍ମ ପାଇବାକୁ ହେଲେ ଅଅଁଳା ନିଶ୍ଚୟ ଖାଆନ୍ତୁ । ଆମଲାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ସୁସ୍ଥ ଚର୍ମ ପାଇଁ ସହାୟକ ହୋଇଥାଏ । ପ୍ରତିଦିନ ଅଅଁଳା ଖାଇବା ଦ୍ୱାରା ପ୍ରାକୃତିକ ଉଜ୍ଜ୍ୱଳତା ଏବଂ ଚର୍ମରେ ଚିକ୍କଣ ଆସିଥାଏ ବୋଲି ଡାଏଟିସିଆନ୍ ମାନେ ମତ ରଖିଛନ୍ତି ।

ଖାଲି ଏତିକି ଯେ ତାହାନୁହେଁ, ହୃଦ୍‌ରୋଗ ମଧ୍ୟ ନିୟନ୍ତ୍ରଣ କରିଥାଏ ଅଅଁଳା । ମଧୁମେହ ରୋଗୀ ଅଅଁଳା ଖାଇବା ଦ୍ୱାରା ସେମାନଙ୍କ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇଥାଏ ।

ସିଝା ଆମଲାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଥିବା କାରଣରୁ ଏହା ମେଦବହୁଳତା ହ୍ରାସ କରିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ଓଜନ ହ୍ରାସ ପାଇଁ ଅଅଁଳା ଖାଇବା ଆବଶ୍ୟକ ।