ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଚଳିତ ଆର୍ଥିକ ବର୍ଷରେ ହିଁ ଆମ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।
ସୋୟାବିନ ଖାଉଛନ୍ତି କି? ଜାଣନ୍ତୁ ଏହାର ଉପକାରୀତା ।
ଭିଟାମିନ୍ B12 ଡିଏନ୍ଏ ସିନ୍ଥେସିସ୍ ଏବଂ ଲାଲ ରକ୍ତ କଣିକା ତିଆରି କରିବା ସହିତ ଏହାର ଅନେକ ଶାରୀରିକ କାର୍ଯ୍ୟ ଅଛି। ଭିଟାମିନ୍ B12 ସାଧାରଣତଃ ପଶୁଜାତୀୟ ଖାଦ୍ୟରୁ ଅଧିକ ମିଳିଥାଏ। ତେବେ ଏହା ଶାକାହାରୀମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍ ସୃଷ୍ଟି କରିପାରେ।
ଅନେକ ଅଛନ୍ତି ରାତିରେ ଶୋଇବା ପାଇଁ ବହୁତ ସଂଘର୍ଷ କରନ୍ତି। ବେଡ୍ରେ ଯେତେ ଏପଟ ସେପଟ ହେଲେ ବି ନିଦ ହୁଏନି। ତେବେ ଏମିତି କିଛି ଘରୋଇ ଉପାୟ ଅଛି ଯାହାକୁ ଆପଣେଇବା ଦ୍ୱାରା ବେଡ୍କୁ ଯାଉ ଯାଉ ହେଇଯିବ ନିଦ। ଆସନ୍ତୁ ଜାଣିବା…
ଖରାପ ଜୀବନଶୈଳୀ କାରଣରୁ ଆଜିକାଲି ଲୋକମାନେ ଦିନସାରା କ୍ଳାନ୍ତ ଅନୁଭବ କରୁଛନ୍ତି। ଯେତେ ଶୋଇଲେ ବି ଏହି ଥକାପଣ ଦୂର ହେଉନି। ଏପରି ପରିସ୍ଥିତିରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗ ହିଁ ଏକମାତ୍ର ଉପାୟ। ତେବେ କେଉଁ ଯୋଗ କଲେ ଥକାପଣ ଦୂର ହେବ ଜାଣନ୍ତୁ।
ରାଜ୍ୟ ସ୍ବାସ୍ଥ୍ୟସେବାରେ ଯୋଡି ହେଲା ନୂତନ ଅଧ୍ୟାୟ। ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ବୋନ ବ୍ୟାଙ୍କ ବା ଅସ୍ଥି ଭଣ୍ଡାର।
ଆଜିକାଲି ଯୁବକମାନଙ୍କ ମଧ୍ୟରେ ସ୍ଲିପ୍ ଡିସ୍କ୍ ସମସ୍ୟା ବଢିବାରେ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ଭାରତର ପ୍ରାୟ ୮୦ ପ୍ରତିଶତ ଯୁବକ ସ୍ଲିପ୍ ଡିସ୍କ୍ ସମସ୍ୟାରେ ପୀଡିତ ଅଛନ୍ତି। ଏମିତି କିଛି ଯୋଗାସନ ଅଛି ଯାହା ଅଭ୍ୟାସ କରିବା ଦ୍ୱାରା ସ୍ଲିପ୍ ଡିସ୍କ ଦ୍ୱାରା ସୃଷ୍ଟି ହେଉଥିବା ଅସହ୍ୟ ଯନ୍ତ୍ରଣାକୁ ହ୍ରାସ କରିହେବ।
ଏମିତି ଅନେକ ସୁପର୍ଫୁଡ୍ ଅଛି ଯାହାର ଲାଭ ଆପଣ ଜାଣିଥିବେ। କିନ୍ତୁ, ଆପଣ କେବେ ମଖାନା ବା ଫାକ୍ସ ନଟ୍ସର ବାଦାମର ଉପକାରିତା ବିଷୟରେ ଜାଣିବାକୁ ଚାହିଁଛନ୍ତି କି? ମଖାନା ଏପରି ଏକ ଅଦ୍ଭୁତ ସୁପରଫୁଡ୍ ଯାହା ଓଜନ ହ୍ରାସ କରିବା ସହିତ ପୁରୁଷ ପାଇଁ ଅତ୍ୟନ୍ତ ଲାଭ ଦେଇଥାଏ।
Navratri 2024: ନବରାତ୍ରୀରେ ଦେବୀ ମା’ଙ୍କ ନଅଟି ରୂପ ପୂଜା କରାଯାଇଥାଏ । ଏହି ସମୟରେ ଅନେକ ଲୋକେ ନବରାତ୍ରୀର ବ୍ରତ ରଖି ନିଜ ମନସ୍କାମନାର ସିଦ୍ଧି କରିଥାନ୍ତି । ଆସନ୍ତୁ ଜାଣିବା ନବରାତ୍ରୀରେ ଉପବାସ ରଖିବା ପଛରେ କ’ଣ ରହିଛି ବୈଜ୍ଞାନିକ କାରଣ ।
ଚିମେରିକ୍ ଆଣ୍ଟିଜେନ୍ ରିସେପ୍ଟର ଟି-ସେଲ୍ ବା କାର୍ ଟି-ସେଲ୍ ଥେରାପି ମୟୂରଭଞ୍ଜର ଜଣେ ରକ୍ତ କର୍କଟ ଆକ୍ରାନ୍ତ ୧୫ ବର୍ଷୀୟା ନାବାଳିକା ଠାରେ ଫଳପ୍ରଦ ହୋଇଛି ଏବଂ ସେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି।
ଖାଦ୍ୟ, ପାନୀୟ, ମଦ୍ୟପାନ ଏବଂ ଔଷଧରୁ କ୍ଷତିକାରକ ପଦାର୍ଥ ଲିଭର୍ରେ ଜମା ହୋଇଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଲିଭର୍ ଡିଟକ୍ସ କରିବା ଅତ୍ୟନ୍ତ ଜରୁରୀ। ଲିଭର୍କୁ ସଫା କରିବା ପାଇଁ ଭଲ ଖାଇବା ଅଭ୍ୟାସ, ଉନ୍ନତ ଜୀବନଶୈଳୀ ଏବଂ ନିୟମିତ ବ୍ୟାୟାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଜାଣିବା ଲିଭର୍କୁ ବୁଷ୍ଟ୍ କରିବା ନେଇ ୫ ବ୍ୟାୟାମ।
କେକ୍ ଆପଣଙ୍କ ଶରୀରର ଅନେକ କ୍ଷତି ଘଟାଇ ପାରେ। ଏହା ଖାଇବା ଦ୍ୱାରା ଆପଣ କର୍କଟ ରୋଗ ବା କ୍ୟାନସରର ଶିକାର ହୋଇପାରନ୍ତି। ନିକଟରେ ବେକେରୀ କେକ୍ ଉପରେ ହୋଇଥିବା ଏକ ପରୀକ୍ଷଣରୁ ଏହା ସ୍ପଷ୍ଟ ହୋଇଛି।
ଆଜିକାଲି ଅଧିକାଂଶ ମହିଳା ଉଠିବା, ବସିବା ଏବଂ ନଇଁବା ସମୟରେ ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଭୋଗୁଛନ୍ତି। ତେବେ ଏଠାରେ, କିଛି ଯୋଗାସନ ଏବଂ ସେସବୁର ଅଭ୍ୟାସର ପଦ୍ଧତିଗୁଡିକ ଜାଣିବା, ଯାହା ଦ୍ୱାରା ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିବ।
ରୋଗୀଙ୍କ ଜୀବନ ସହ ଖେଳ । ବ୍ଲଡ୍ ପ୍ଲେଟଲେଟ୍ ଦେବା ନାଁରେ ଠକେଇ ଅଭିଯୋଗ । ଭୁଲ ପ୍ଲେଟଲେଟ୍ ଦେଇ ଟଙ୍କା ଠକେଇ ଅଭିଯୋଗରେ ଜଣେ ଦଲାଲକୁ ବାନ୍ଧିଛି କଟକ ସଦର ଥାନା ପୋଲିସ ।
ପିଲାଙ୍କ ପୁଷ୍ଟି ସାଧନ ଲାଗି ରାଜ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଛତୁଆ ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ । ଛତୁଆ ବଦଳରେ ଆଞ୍ଚଳିକ ଭିତ୍ତିରେ ଉପଲବ୍ଧ ମାଣ୍ଡିଆ ଭଳି ମିଲେଟ୍ ଜାତୀୟ ଖାଦ୍ୟ ଯୋଗାଇ ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର ।
ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସାରୁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଉଛି। ଧୀରେ ଧୀରେ ଏହା ଲୋକଙ୍କ ପ୍ରିୟ ପନିପରିବାରେ ପରିଣତ ହେଉଛି। ତେବେ ସାରୁର ଏହି ଲୋକପ୍ରିୟତା ପଛର କାରଣ ହେଉଛି ଏହାର ଔଷଧୀୟ ଗୁଣ ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ।
ବିଶ୍ୱରେ ନମ୍ବର ୱାନ୍ କିଲର୍ ପାଲଟିଛି ହୃଦରୋଗ । ହୃଦରୋଗରେ ଏବେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବଗୋଷ୍ଠୀ । ଭାରତରେ ପ୍ରତି ଲକ୍ଷେ ଲୋକରେ ୨୮୨ ଜଣଙ୍କ ମୃତ୍ୟୁ । କ’ଣ କଲେ ଜଣେ ହୃଦରୋଗରୁ ଦୂରେଇ ରହିପାରିବ ? ।
ହାର୍ଟ ଆଟାକ୍, ହାର୍ଟ ଫେଲ୍ୟୁର, ହାର୍ଟ ଷ୍ଟ୍ରୋକ୍। ଅଣ-ସଂକ୍ରାମକ ରୋଗ କ୍ଷେତ୍ରରେ ଏହି ତିନି ହୃଦରୋଗ ବିଶ୍ବର ନମ୍ବର ୱାନ୍ କିଲର। ଉଦବେଗର କଥା ହେଲା, ଏହି ରୋଗରେ ଏବେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବବର୍ଗ।
ଯଦି ଆପଣ ଡାଇବେଟିସ୍, କୋଲେଷ୍ଟରଲ୍, ଉଚ୍ଚ ରକ୍ତଚାପ, ଓଜନଧିକ୍ୟ ଆଦି ଲକ୍ଷଣରେ ଆଗରୁ ପୀଡ଼ିତ ଥାଆନ୍ତି କିମ୍ୱା ସିଗାରେଟ୍ ପିଉଥାଆନ୍ତି, ତେବେ ଆପଣଙ୍କଠାରେ ହୃଦ୍ରୋଗର ସମ୍ଭାବନାକୁ ଏଡ଼ାଇ ଦିଆଯାଇନ ପାରେ।
ଆଜିକାଲି ହୃଦ୍ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ତଥାପି, ଯଦି ଏହାର 'ଗୋଲ୍ଡେନ୍ ଟାଇମ୍'କୁ ଧ୍ୟାନ ଦିଆଯାଏ ତେବେ ଅନେକଙ୍କ ଜୀବନ ରକ୍ଷା ହୋଇପାରିବ। ତେବେ କ’ଣ ଏହି 'ଗୋଲ୍ଡେନ୍ ଟାଇମ୍' ଆସନ୍ତୁ ଜାଣିବା।
ଅନେକ ଦମ୍ପତି ପ୍ରଜନନ ସମସ୍ୟା ସହିତ ସଂଘର୍ଷ କରନ୍ତି, ଯାହା ସେମାନଙ୍କର ମାନସିକ ଏବଂ ଭାବନାତ୍ମକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋଗ ଆସନ ବିଷୟରେ କହିବୁ ଯାହା ଆପଣଙ୍କର ଗର୍ଭଧାରଣ କ୍ଷମତା ବୃଦ୍ଧିରେ ସାହାଯ୍ୟ କରିବ।
ଯଦିଓ ବସିବା ଦ୍ୱାରା ପେଟର ଚର୍ବି ବଢେ ବୋଲି ବିଶ୍ୱାସ କରାଯାଏ, ତେବେ ବସି ବସି ମଧ୍ୟ ପେଟର ଏହି ଚର୍ବିକୁ ବାହାର କରାଯାଇପାରେ। ଏଥିପାଇଁ କିଛି ବ୍ୟାୟାମ ଏବଂ କିଛି ସହଜ ୱାର୍କଆଉଟ୍ କରିବାକୁ ପଡିବ ଯାହା ସମସ୍ତେ କରିପାରିବେ।
ଆପଣଙ୍କ ଘରେ କେହି ଛୋଟ ଛୁଆ ଟିଭି ଦେଖୁଥିବା ବେଳେ କେବେ ଆପଣ ଯଦି ରିମୋଟ୍ ଛଡ଼େଇ ନିଅନ୍ତି କିମ୍ୱା ଚ୍ୟାନେଲ ବଦଳେଇବାକୁ ଚେଷ୍ଟା କରନ୍ତି, ସେମାନେ କିପରି ପ୍ରତିକ୍ରିୟାଶୀଳ ହୋଇଉଠନ୍ତି। ଏପରି ପରିସ୍ଥିତି ଯଦି କେବେ ଆପଣଙ୍କ ସହ ହେଉଛି ତେବେ ଏହି ଲେଖାଟି ଆପଣଙ୍କ ପାଇଁ।
କୌଣସି ଖାଦ୍ୟ କାଳେ ନଷ୍ଟ ହୋଇଯିବ, ସେଥିପାଇଁ ଲୋକମାନେ ଏହାକୁ ଫ୍ରିଜରେ ରଖନ୍ତି। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହା ଫ୍ରିଜ୍ରେ ରଖିବା ଠିକ୍ ନୁହେଁ। ଏଗୁଡିକ ଫ୍ରିଜ୍ରେ ରହିଲେ ଅଧିକ କ୍ଷତିକାରକ ହୋଇଥାଏ। ସେଥିପ୍ରତି ସତର୍କ ହେବା ଜରୁରୀ।
ସଠିକ୍ ରକ୍ତ ସଞ୍ଚାଳନ ଶରୀରର ସମସ୍ତ ଅଙ୍ଗକୁ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ଯୋଗାଇଥାଏ, ଯାହା ଦ୍ୱାରା ଏସବୁ ସୁଚାରୁ ରୂପରେ କାମ କରେ। ଯୋଗର ନିୟମିତ ଅଭ୍ୟାସ ଶରୀରରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ। ତେବେ ଆସନ୍ତୁ ସେହିସବୁ ଯୋଗାସନ ବିଷୟରେ ଜାଣିବା ଯାହା ରକ୍ତ ସଞ୍ଚାଳନ ବୃଦ୍ଧିରେ ସହାୟକ ହୁଏ।