Exercise is essential for lower back pain

ମାଂସପେଶୀ ଟାଇଟ୍ ହେଲେ ପିଠି ଯନ୍ତ୍ରଣା ହୋଇଥାଏ। ତେବେ ପ୍ରତିଦିନ ଷ୍ଟ୍ରେଚିଂ କରିବା ଦ୍ୱାରା ମାଂସପେଶୀଗୁଡ଼ିକ ନମନୀୟ ହୋଇଥାଏ।

ବସିବାର ସ୍ଥିତି ଭୁଲ୍ ହେଲେ, ଏହା ପିଠି ଉପରେ ଅଧିକ ଚାପ ପକାଏ। ତେଣୁ, ଦୀର୍ଘ ସମୟ ଗୋଟିଏ ଜାଗାରେ ନବସି ମଝିରେ ମଝିରେ ଉଠି ଟିକେ ଚଲାବୁଲା କରନ୍ତୁ।

ଦ୍ରୁତ ଗତିରେ ଚାଲିବା କେବଳ ଓଜନକୁ ନିୟନ୍ତ୍ରଣରେ ରଖେ ନାହିଁ, ବରଂ ଏହା ପିଠି ଉପରେ ଥିବା ଚାପକୁ ମଧ୍ୟ କମେଇଦିଏ।

ଯେତେବେଳେ କୌଣସି ବି ଏକ ଭାରୀ ଜିନିଷ ଉଠାଇବାକୁ ପଡେ, ପିଠିରେ ଜୋର୍ ନ ଦେଇ ଗୋଡ଼ରେ ଦେବା ଉଚିତ।

ଯେତେବେଳେ ପିଠିପଟେ ଶୋଇବା ହୁଏ, ଆଣ୍ଠୁ ତଳେ ତକିଆ ଦେଇ ଶୁଅନ୍ତୁ। ଏହା କରିବା ଦ୍ୱାରା ମେରୁଦଣ୍ଡ ଉପରେ ଚାପ କମିଯାଏ।

ଅଧିକ ଓଜନ ଥିଲେ, ଏହା ମେରୁଦଣ୍ଡ ଉପରେ ଚାପ ପକାଇଥାଏ। ତେଣୁ, ଓଜନକୁ ନିୟନ୍ତ୍ରଣ କରିବାକୁ ଜରୁରୀ।

ଧୂମପାନ ଫୁସ୍ଫୁସ୍କୁ ଖରାପ କରିବା ସହ ରକ୍ତ ପ୍ରବାହକୁ ହ୍ରାସ କରିଥାଏ। ଫଳରେ ମେରୁଦଣ୍ଡକୁ ସଠିକ୍ ପୋଷଣ ମିଳେ ନାହିଁ। ଏହି କାରଣରୁ ମେରୁହାଡ଼ ଦୁର୍ବଳ ହୋଇଯାଏ।