Advertisment

Cardiac Arrest: କ’ଣ ପାଇଁ ସୁସ୍ଥ ଲୋକଙ୍କୁ ହେଉଛି ହାର୍ଟ ଆଟାକ୍ ? କ’ଣ ଏହାର କାରଣ ? ଜାଣନ୍ତୁ...

ଯୁବପିଢିମାନଙ୍କ ମଧ୍ୟରେ ହୃଦଘାତର ସମସ୍ୟା ମଧ୍ୟ ଦେଖାଯାଉଛି । ଆପଣ ହୁଏତ ସୋସିଆଲ ମିଡିଆରେ ଦେଖିଥିବେ ଯେ ବ୍ୟାୟାମ କିମ୍ବା ନାଚିବା ସମୟରେ ଯୁବକମାନେ ହଠାତ୍ ତଳେ ପଡ଼ି ମୃତ୍ୟୁବରଣ କରିଥାନ୍ତି । ତେବେ ଏହାର କାରଣ କଣ ? ଜାଣନ୍ତୁ...

author-image
Sujit kumar Swain
ଅଦ୍ୟତନ ହୋଇଛି
 Cardiac Arrests

Cardiac Arrests

ଆଜିକାଲି ଲୋକଙ୍କ ହାର୍ଟ ସହିତ ଜଡିତ ଅଧିକ ସମସ୍ୟା ଦେଖାଯାଉଛି । ଯୁବପିଢିମାନଙ୍କ ମଧ୍ୟରେ ହୃଦଘାତର ସମସ୍ୟା ମଧ୍ୟ ଦେଖାଯାଉଛି । ଆପଣ ହୁଏତ ସୋସିଆଲ ମିଡିଆରେ ଦେଖିଥିବେ ଯେ ବ୍ୟାୟାମ କିମ୍ବା ନାଚିବା ସମୟରେ ଯୁବକମାନେ ହଠାତ୍ ତଳେ ପଡ଼ି ମୃତ୍ୟୁବରଣ କରିଥାନ୍ତି। ଏହାର କାରଣ ହେଉଛି "ହୃଦଘାତ"। ତେବେ ଯୁବପିଢିମାନଙ୍କ ମଧ୍ୟରେ ହାର୍ଟ ଆଟାକ୍ କଣ ପାଇଁ ହେଉଛି ? ଜଣେ ସୁସ୍ଥ ଲୋକ ବା ଫିଟ୍‌ ମଣିଷକୁ କଣ ପାଇଁ ହେଉଛି ହାର୍ଟ ଆଟାକ୍‌ ? କଣ ହୋଇପାରେ ଏହାର କାରଣ ? କାହିଁକି ହେଉଛି ହାର୍ଟ ଆଟାକ୍‌ ? ଆସନ୍ତୁ ଜାଣିବା...

Advertisment

ହାର୍ଟ ଆଟାକ୍‌ କଣ ? 

ହୃତପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ସମ୍ପୂର୍ଣ୍ଣ ଶରୀରରେ ରକ୍ତ ସଞ୍ଚାଳନ କରିବା ହୃତପିଣ୍ଡର ମୁଖ୍ୟ କାର୍ଯ୍ୟ। ଯଦି କୌଣସି କାରଣରୁ ହୃତପିଣ୍ଡରେ ସମସ୍ୟା ଦେଖାଯାଏ ଏବଂ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ, ତେବେ ହାର୍ଟ ଆଟାକ୍ ହେବାର ଆଶଙ୍କା ରହିଛି। ହାର୍ଟ ଆଟାକ୍ ଠିକ୍ ସମୟରେ ଜାଣି ପାରିଲେ ଏହାର ଚିକିତ୍ସା କରିହେବ। ନଚେତ ହାର୍ଟ ଆଟାକ୍ ଯୋଗୁଁ ଜୀବନ ଯିବାର ମଧ୍ୟ ଆଶଙ୍କା ରହିଥାଏ।

ଅଧିକ ପଢ଼ନ୍ତୁ: HealthTips: ଅବସାଦ ଓ ଆତ୍ମହତ୍ୟା: ମାନସିକ ସ୍ଥିତି ନେଇ ସଚେତନତା

 

କଣ ପାଇଁ ହୁଏ ହାର୍ଟ ଆଟାକ୍ ?

ସମୟ ସହିତ, କୋରୋନାରୀ ଧମନୀରେ ବିଭିନ୍ନ ପଦାର୍ଥ ବା କୋଲେଷ୍ଟେରୋଲ ଓ ଚର୍ବିର ଗଠନ ଯୋଗୁଁ ଧମନୀ ସଙ୍କୁଚିତ ହୋଇଯାଇଥାଏ, ଯାହାକୁ କୋରୋନାରୀ ଧମନୀ ରୋଗ କୁହାଯାଏ । ଏହି ଅବସ୍ଥା ହୃଦଘାତର କାରଣ ହୋଇଥାଏ । ଧମନୀରେ ଚର୍ବି ବା କୋଲେଷ୍ଟ୍ରେରୋଲ, ଯୋଗୁଁ ଯେଉଁ ବ୍ଲକେଜ୍ ହୁଏ ତାହା ଉପରେ ଏକ ପରଦା ଥାଏ । ଯେତେବେଳେ ଏହି ବ୍ଲକେଜ ବଢିଯାଏ, ସେତେବେଳେ ଏହି ପରଦା ଫାଟିଯାଏ । ପରଦା ଫାଟିଯିବା ଫଳରେ ଏହି ଧମନୀ ମାଧ୍ୟମରେ ରକ୍ତ ଜମାଟ ବାନ୍ଧିଯାଏ । ଯାହା ଫଳରେ ରକ୍ତ ସଞ୍ଚାଳନ ହୋଇପାରି ନଥାଏ । ଯାହାକୁ ହୃଦଘାତ ବୋଲି କୁହାଯାଏ । 

Advertisment

ହାର୍ଟ ଆଟାକ୍‌ର କାରଣ ? 

ହାର୍ଟ ଆଟାକ ହେବାର କେତେକ ରିସ୍କ ଫ୍ୟାକ୍ଟର ରହିଛି । ଯେଉଁ କାରଣରୁ ହାର୍ଟ ଆଟାକ ହେବାର ରିସ୍କ ବଢି ଯାଇଥାଏ । ୪୫ ବର୍ଷରୁ ଅଧିକ ବୟସ ପୁରୁଷ ଓ ୫୫ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ଠାରେ ସାଧାରଣତଃ ହୃଦଘାତର ଆଶଙ୍କା ଅଧିକ ରହିଥାଏ । ଆପଣଙ୍କ ପରିବାରରୁ କାହାକୁ ଯଦି ହୃଦଘାତ ହୋଇଥାଏ ତେବେ ଆପଣଙ୍କୁ ହେବାର ଆଶଙ୍କା ମଧ୍ୟ ରହିଛି । ସମୟ ସହିତ, ଉଚ୍ଚ ରକ୍ତଚାପ ଆପଣଙ୍କ ଧମନୀକୁ ନଷ୍ଟ କରିଦିଏ, ଯାହା ହାର୍ଟ ଆଟାକର କାରଣ ହୋଇଥାଏ । ଧୂମପାନ, ମେଦବହୁଳତା, ବ୍ୟାୟାମର ଆଭାବ, ମଦ୍ୟପାନ, ଚାପ ଓ ଅସ୍ବାସ୍ଥ୍ୟକର ଖାଦ୍ୟପେୟ ଯୁବପିଢିମାନଙ୍କ ମଧ୍ୟରେ ହାର୍ଟ ଆଟାକର କାରଣ ହୋଇଥାଏ । 

ହାର୍ଟ ଆଟାକର ଲକ୍ଷଣ କଣ ?

ଯଦି ଛାତି ଯନ୍ତ୍ରଣା ହୃଦଘାତର ଏକ ସାଧାରଣ ଲକ୍ଷଣ, ହୃଦଘାତରେ ପୀଡ଼ିତ ମାନେ ବିଭିନ୍ନ ଅବସ୍ଥା ଅନୁଭବ କରିଥାନ୍ତି । ଯେମିତିକି ଛାତି ଯନ୍ତ୍ରଣା, ଦାନ୍ତ ଓ ଦାନ୍ତ ମାଢିରେ ଅଧିକ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ଛାତି ପୋଡ଼ାଜଳା ହେବା, ବାହୁ ବା କାନ୍ଧ ବିନ୍ଧିବା, ଉପର ପିଠି ଯନ୍ତ୍ରଣା, ଅଧିକ ଝାଳ ବୋହିବା ଓ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ମାନ ଲକ୍ଷଣ ଦେଖା ଦେଇଥାଏ ।

ଅଧିକ ପଢ଼ନ୍ତୁ: ଶୀତ ଦିନେ କଦଳୀ ଖାଉଛନ୍ତି କି… ଧ୍ୟାନ ଦିଅନ୍ତୁ, ନ ହେଲେ ଆସିପାରେ ସମସ୍ୟା

Health Heart Attack Health Tips
Advertisment
Advertisment