• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ୱାସ୍ଥ୍ୟକୁ ଫିଟ୍ ରଖିବା ପାଇଁ ସମସ୍ତଙ୍କୁ ଫଳ ଖାଇବାକୁ ପରାମର୍ଶ ଦିଆଯାଏ । ମଣିଷ ନିଜର ଦୈନନ୍ଦିନ ଖାଦ୍ୟ ସହ ଫଳକୁ ବି ସାମିଲ କରିବାକୁ କୁହାଯାଏ । କାରଣ ଶରୀର ଆବଶ୍ୟକ କରୁଥିବା ସମସ୍ତ ପୋଷକ ତତ୍ତ୍ୱ ଫଳରେ ରହିଥାଏ । ଫଳ ଖାଇବା ଦ୍ୱାରା ଆପଣ ଅନେକ ପ୍ରକାର ରୋଗଠାରୁ ଦୂରରେ ରହିବେ । ଭିଟାମିନ୍, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅନ୍ୟାନ୍ୟ ଯୌଗିକରେ ଭରପୂର ଫଳ ଗୁଡ଼ିକ, କେବଳ ଭଲ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସହାୟକ ହୁଏ ତାହା ନୁହେଁ, ବରଂ କେତେକ ଫଳକୁ ବହୁ ପୁରୁଣା ରୋଗର ଉପଶମକାରୀ ବୋଲି ବିବେଚନା କରାଯାଏ ।

ତେବେ ଆପଣ ଭାବୁଛନ୍ତି କି ଶରୀରକୁ ସୁସ୍ଥ ଓ ରୋଗ ମୁକ୍ତ ରଖିବାକୁ ହେଲେ, କେବଳ ଦିନ ରାତି ଫଳ ହିଁ ଖାଇବାକୁ ପଡ଼ିବ ? ଆଜ୍ଞା ଉତ୍ତର ହେଲା ନା ! କାରଣ ଅଧିକରୁ ଅଧିକ ଫଳ ଖାଇଲେ ବି ଆମ ଶରୀର ପାଇଁ କ୍ଷତି ହୋଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ଫଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ । କାରଣ ନିତିଦିନିଆ ଖାଦ୍ୟରୁ ଆମ ଶରୀରକୁ ଯଥେଷ୍ଟ ପୋଷକ ତତ୍ତ୍ୱ ମିଳିନଥାଏ । ଆମ ଶରୀରକୁ ଯାହା ସବୁ ପୋଷକ ବା ଭିଟାମିନ ଆବଶ୍ୟକ ହୋଇଥାଏ ତାହା ଆମକୁ ଫଳ ସେବନ କରିବା ଦ୍ୱାରା ମିଳିଥାଏ । ତେଣୁ ଲୋକଙ୍କୁ ନିଜ ଖାଦ୍ୟ ତାଲିକାରେ ଫଳ ସାମିଲ କରିବାକୁ ପରାମର୍ଶ ଦିଆଯାଇଥାଏ ।

ତେବେ ଫଳ ଶରୀର ପାଇଁ ଭଲ ବୋଲି, ଏହାର ଅର୍ଥ ନୁହେଁ ଯେ ଜଣେ ବ୍ୟକ୍ତି ଦିନ ରାତି ୨୪ ଘଣ୍ଟା ଫଳ ଖାଇବେ । ଏହା ମଧ୍ୟ ଅନେକାଂଶରେ ଶରୀରକୁ କ୍ଷତି କରିଥାଏ । ଆମ ଓଡ଼ିଆରେ ଗୋଟିଏ କଥା ଅଛି, ‘ଅତି ରୁ ଇତି’ । ଠିକ୍‌ ସେମିତି ଯେକୌଣସି ଜିନିଷକୁ ଆମେ ଅଧିକ ଖାଇବା ତାହା ଖରାପ ହେବ । ଫଳ ଯଦି ଆମେ ଅଧିକ ଖାଇବା ତେବେ ଏହା ଶରୀର ଉପରେ ନାକାରାତ୍ମକ ପ୍ରଭାବ ପକାଇପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିବା କଥା, ବ୍ଲଡ୍‌ ସୁଗାର, ବ୍ଲଡ୍‌ ପ୍ରେସର, କୋଲେଷ୍ଟ୍ରଲ ଏବଂ ଅନେକ ପ୍ରକାରର କ୍ୟନସର ରୋଗର ଆଶଙ୍କାକୁ ହ୍ରାସ କରିବା ପାଇଁ ଫଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ । କିନ୍ତୁ ଅଧିକ ମାତ୍ରାରେ ଫଳ ଖାଇବା ଦ୍ୱାରା ମଧ୍ୟ ଶରୀରର ଅନେକ କ୍ଷତି ହୋଇଥାଏ ।

ଆସନ୍ତୁ ଜାଣିବା ଅତ୍ୟଧିକ ଫଳ ଖାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ...

ଡାକ୍ତରଙ୍କ ଅନୁଯାୟୀ, ଅଧିକ ଫଳ ଖାଇବା ଦ୍ୱାରା ରକ୍ତରେ ସୁଗାର ବଢ଼ିଥାଏ । ରକ୍ତରେ ସୁଗାର ବଢ଼ିଲେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ବିପଦ ବଢ଼ିଥାଏ । ଯାହାକି ଚିନ୍ତାର କାରଣ ପାଳଲଟିପାରେ ।

ଅନ୍ୟପଟେ ଅଧିକ ଫଳ ଖାଇବା ଦ୍ୱାରା ଲିଭର ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ମଧ୍ୟ ରହିଛି । ଯଦି ଆପଣ ନିୟମିତ ଅଧିକମାତ୍ରାରେ ଫଳ ଖାଉଛନ୍ତି, ଆଉ ଫଳ ଦ୍ୱାରା ଆପଣଙ୍କ ଲିଭରକୁ ଦୀର୍ଘ ଦିନ ଧରି ଅଧିକ ମାତ୍ରାରେ ଫ୍ରୁକ୍‌ଟସ୍‌ ଯାଉଛି, ତେବେ ଏହା ବିପଦ । ଯେତେବେଳେ ଅଧିକ ମାତ୍ରାରେ ଫ୍ରୁକ୍‌ଟସ୍‌ ଲିଭରକୁ ଯାଏ, ସେତେବେଳେ ଆପଣ ନନ୍‌ଆଲ୍‌କୋହୋଲିକ୍‌ ଫ୍ୟାଟି ଲିଭର ରୋଗର ଶିକାର ହୋଇପାରନ୍ତି । ଏନେଇ ବିଶେଷଜ୍ଞ କବିତା ଦେବଗନ ସୂଚନା ଦେଇଛନ୍ତି ।

ଡାକ୍ତର ଉଦୟ ସାଙ୍ଗଲୋଦକାରଙ୍କ କହିବାନୁଯାୟୀ, ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଓଜନ କମାଇବା ପାଇଁ ଫ୍ରୁଟ୍‌ ଡାଏଟ୍‌ ପଦ୍ଧତି ଆପଣାଉଛନ୍ତି । କିନ୍ତୁ ଏହାକୁ ଦୀର୍ଘ ଦିନ ଧରି ଜାରି ରଖିବା ପାଇଁ ପରାମର୍ଶ ଦିଆଯାଇନଥାଏ । କାରଣ ଫଳରେ ଫ୍ରୁକ୍‌ଟସ୍‌ ଅଧିକମାତ୍ରାରେ ଥାଏ । ଆଉ ଫ୍ରୁକ୍‌ଟସ୍‌ ଲିଭରକୁ ଗଲେ ତାହା ମୋଟାପଣ ବଢ଼ାଇଥାଏ । ଏହାସହ ନନ୍‌ଆଲକୋହଲିକ୍‌ ଫ୍ୟାଟି ଲିଭର ରୋଗ ମଧ୍ୟ କରିଥାଏ । କିନ୍ତୁ ଏନେଇ କୌଣସି ପ୍ରକାର ରିପୋର୍ଟରେ ଲେଖାଯାଇ ନାହିଁ ।

ଅନ୍ୟପଟେ ଅଧିକ ଫଳ ଖାଇବା ଦ୍ୱାରା ଲିଭର ରୋଗ ହୋଇଥିବା ନେଇ କୌଣସି ମାମଲା ସାମ୍ନାକୁ ଆସି ନାହିଁ । କିନ୍ତୁ ଅଧିକ ଫଳ ସେବନ ଦ୍ୱାରା ବିଭିନ୍ନ ପ୍ରକାର ସାଇଡ୍‌ ଇଫେକ୍ଟ ଦେଖାଯାଏ । ଏହା ପୂର୍ବରୁ ଦେଖିବାକୁ ମିଳିଛି ବୋଲି ଡାକ୍ତର ସାଙ୍ଗଲୋଦକାର କହିଛନ୍ତି ।

ଅଧିକ ଫଳ ଖାଇବା ଦ୍ୱାରା ଡାଇରିଆ, ଦେହ ଫୁଲିବା, କୋଷ୍ଟକାଠିନ୍ୟ ଭଳି ରୋଗ ହେଉଥିବା ନଜର ରହିଛି । କାରଣ ଏଥିରେ ଅଧିକ ମାତ୍ରାରେ ଫାଇବର, ନ୍ୟାଚୁରାଲ ସୁଗାର ରହିଥାଏ । ଯାହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ ।

ବିଦ୍ର: ଏହି ଲେଖା ପବ୍ଲିକ୍‌ ଡୋମେନରୁ ତଥ୍ୟ ସଂଗ୍ରହ କରି ଲେଖାଯାଇଛି । ଏହାସହ ନିର୍ଦ୍ଧିଷ୍ଟ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି । ତେଣୁ ଆପଣ ଡାକ୍ତରଙ୍କ ପରାମର୍ଶ କରି ଡାଏଟ୍‌ ପ୍ଲାନ୍‌ କରନ୍ତୁ ।

OTV is now on Whatsapp

Join and get latest news update delivered to you via whatsapp

Join Now