ସକାଳୁ ଉଠିବା ଯୋଗୁ ଆମ ଶରୀରକୁ ଆବଶ୍ୟକ ପୋଷଣ ମିଳିଥାଏ। ଶୀଘ୍ର ଉଠି ଆପଣ ଯଦି ବାହାରକୁ ବୁଲାବୁଲି କରିବାକୁ ଯାଉଛନ୍ତି ବା ଚାଲୁଛନ୍ତି, ତାହାଲେ ଏହା ଆପଣଙ୍କ ଶରୀରକୁ ଅନେକ ଫାଇଦା ଦେଇଥାଏ।
ସକାଳୁ ଉଠିବାର ଆଉ ଏକ ଫାଇଦା ହେଉଛି ସକାଳ ଜଳଖିଆକୁ ଆମେ ସଠିକ୍ ସମୟରେ ଖାଇବାକୁ ସୁଯୋଗ ପାଇଥାଉ । ଆମେ ଯଦି ଡେରିରେ ଉଠିଥାଉ, ତା’ହାଲେ ସକାଳ ଜଳଖିଆ ଖାଇବା ସମୟ ଗଡ଼ି ଯାଇଥାଏ। ଏହା ଆମ ଶରୀର ପାଇଁ ଆଦୌ ଭଲ ନୁହେଁ।
ସକାଳୁ ଉଠିବାର ଆଉ ଏକ ଫାଇଦା ହେଲା ଯେ, ଆପଣଙ୍କ ଉପରେ ଏହା ସକରାତ୍ମକ ପ୍ରଭାବ ପକାଇଥାଏ। ଦିନସାରା ବ୍ୟସ୍ତ ରହି କାମ କରିବା ପାଇଁ ଏହା ଆପଣଙ୍କୁ ଶକ୍ତି ଦିଏ। କୌଣସି କାମ କରିବା ଆଗରୁ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ।
ସକାଳେ ଉଠିବା ଏବଂ ଚାଲିବା ଏବଂ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିଥାଏ ଏବଂ ମେଦବହୁଳତା ହ୍ରାସ ହୋଇଥାଏ । ସକାଳ ଉଠିବାରେ ଏହା ହେଉଛି ସବୁଠୁ ବଡ଼ ଫାଇଦା ।
ଯଦି ଶୀଘ୍ର ଉଠନ୍ତି, ତେବେ ରାତିରେ ସହଜରେ ନିଦ ଆସିଯାଏ । ଯେଉଁମାନେ ବିଳମ୍ବରେ ଉଠନ୍ତି, ସେମାନେ ରାତିରେ ସହଜରେ ଶୋଇପାରନ୍ତି ନାହିଁ। ଫଳରେ ସେମାନଙ୍କୁ ନିଦ ବଟିକାର ସାହାରା ନେବାକୁ ପଡ଼ିପାରେ।
ସକାଳୁ ଉଠିବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହେ । ପେଟ ସଫା ହୋଇଥାଏ । ଫଳରେ ଠିକ୍ ସମୟରେ ଖାଦ୍ୟ ଖାଇବାକୁ ଏବଂ ସକାଳେ ସନ୍ତୁଳିତ ଖାଦ୍ୟ ଖାଇବାକୁ ସମୟ ପାଇପାରିବେ |
ସକାଳୁ ଉଠିଲେ ଚିଡ଼ଚିଡ଼ା ପଣ ଦୂର ହୁଏ। ଅନେକ ସମୟରେ ଲକ୍ଷ୍ୟ କରାଯାଏ, ଯେଉଁମାନେ ବିଳମ୍ବରେ ଶଯ୍ୟାତ୍ୟାଗ କରନ୍ତି, ଅନ୍ୟମାନଙ୍କ ତୁଳନାରେ ସେମାନେ ଅଧିକ ଚିଡ଼ଚିଡ଼ା ଅନୁଭବ କରନ୍ତି। କାରଣ ସକାଳର ନିତ୍ୟକର୍ମ ଠିକ୍ ସମୟରେ ସାରିବାକୁ ସମୟ ମିଳେ ନାହିଁ।