କୁହାଯାଏ ‘ରାଗ ବ୍ରହ୍ମ ଚଣ୍ଡାଳ’। କ୍ରୋଧ ଅନେକ ରୋଗର କାରଣ ହୋଇଥାଏ। ଏହା କେତେବେଳେ ବି କ’ଣ କ୍ଷତି କରିପାରେ। ତେବେ ଆପଣ ବି କ’ଣ ପ୍ରତ୍ୟେକ କଥାରେ କ୍ରୋଧ କରୁଛନ୍ତି? ଆପଣ ଟିକେ ଟିକେ କଥାରେ ଚିଡି ଯାଉଛନ୍ତି? ଯଦି ଆପଣଙ୍କର ଉତ୍ତର ହଁ, ତେବେ ଆପଣ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣେ, ଯେଉଁମାନେ କ୍ରୋଧ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସାମାନ୍ୟ କ୍ରୋଧ ପ୍ରତ୍ୟେକ ମଣିଷର ଏକ ପ୍ରାକୃତିକ ପ୍ରତିକ୍ରିୟା। କିନ୍ତୁ ଯେତେବେଳେ ଏହା ଅତ୍ୟଧିକ ହୋଇଯାଏ ଏହା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।
Also Read
ଅତ୍ୟଧିକ କ୍ରୋଧ ହୃଦ୍ଘାତ, ଉଚ୍ଚ ରକ୍ତଚାପ, ବ୍ରେନ୍ ହେମ୍ରେଜ୍, ଷ୍ଟ୍ରୋକ୍ ଏବଂ ହୃଦଘାତ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ତେଣୁ ଏହାର ଅସୁବିଧା ବୁଝିବା ଏବଂ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
କିନ୍ତୁ ସର୍ବପ୍ରଥମେ ଏହା ଜାଣିବା ଜରୁରୀ ଯେ ଆପଣ କାହିଁକି କ୍ରୋଧିତ ହୁଅନ୍ତି! ଯଦି ଆପଣ ବାରମ୍ବାର କ୍ରୋଧର ସମସ୍ୟାର ସମ୍ମୁଖୀନ ହୁଅନ୍ତି ଏବଂ ଆପଣଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ ଆପଣ ପ୍ରତ୍ୟେକ କଥାରେ କାହିଁକି କ୍ରୋଧିତ ହୁଅନ୍ତି। ତେଣୁ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବୁ। ଯାହାଫଳରେ ଆପଣ ଏହାକୁ ସଠିକ୍ ଭାବରେ ପରିଚାଳନା କରିପାରିବେ।
କ୍ରୋଧରେ ହରମୋନର ଭୂମିକା:
ବିଶେଷଜ୍ଞଙ୍କ ଅନୁଯାୟୀ ହଠାତ୍ କ୍ରୋଧିତ ହେଲେ ଆଡ୍ରେନାଲାଇନ୍ ପରି ଷ୍ଟ୍ରେସ୍ ହରମୋନ୍ ଶୀଘ୍ର ରିଲିଜ୍ ହୁଏ। ଏହି ହରମୋନ୍ ରକ୍ତ ବାହିକାକୁ ସଂକୁଚିତ କରିଥାଏ। ଫଳରେ, ଶ୍ୱାସକ୍ରିୟା କ୍ଷୀପ୍ର ହୋଇଯାଏ ଏବଂ ରକ୍ତଚାପ ବଢିଯାଏ, ଯାହା ହୃଦୟ ଉପରେ ଅତିରିକ୍ତ ଚାପ ପକାଇଥାଏ।
ପ୍ଲେଟ୍ଲେଟ୍ ଏବଂ କ୍ରୋଧ ମଧ୍ୟରେ ସମ୍ପର୍କ:
ଅତ୍ୟଧିକ କ୍ରୋଧ ପ୍ଲେଟ୍ଲେଟ୍ ଜମାଟ ବାନ୍ଧିବା ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରେ। ଚାପର ସ୍ଥିତିରେ, ପ୍ଲେଟ୍ଲେଟ୍ ରକ୍ତ ବାହିକାରେ ଜମା ହୋଇଯାଏ, ଯାହା ହୃଦ୍ଘାତର ଆଶଙ୍କା ବଢାଇଥାଏ। ଏହି ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ ବୋଲି ପ୍ରମାଣିତ ହୋଇପାରେ।
ପ୍ରତିରକ୍ଷା ପ୍ରଣାଳୀ ଉପରେ କ୍ରୋଧର ପ୍ରଭାବ:
କ୍ରମାଗତ କ୍ରୋଧ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା ସ୍ନାୟୁ ଉପରେ ଚାପ ପକାଇଥାଏ ରବଂ ରକ୍ତ ନଳୀ ଫୁଲିଯାଏ। ଫଳସ୍ୱରୂପ, ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇଯାଏ ଏବଂ ବ୍ୟକ୍ତି ସହଜରେ ବିଭିନ୍ନ ପ୍ରକାର ରୋଗରେ ପିଡୀତ ହୋଇଯାଏ।
କ୍ରୋଧର ସମ୍ପର୍କକୁ ନଷ୍ଟକରେ:
କ୍ରୋଧ କେବଳ ଶରୀରକୁ ନୁହେଁ ବରଂ ଜଣେ ବ୍ୟକ୍ତିର ଆଚରଣ ଏବଂ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିଥାଏ। ଅତ୍ୟଧିକ କ୍ରୋଧ ହେତୁ, ଜଣେ ବ୍ୟକ୍ତି ଏକାଗ୍ର ହେବାକୁ ଅସମର୍ଥ ହୁଏ ଏବଂ ଅନ୍ୟମାନଙ୍କ ସହିତ ତାଙ୍କର ଆଚରଣ ବିଗିଡିଯାଏ। ସମ୍ପର୍କରେ ଯୁକ୍ତି, ଝଗଡା ଏବଂ ତିକ୍ତତା ବୃଦ୍ଧି ପାଇଥାଏ, ଯାହା ସମ୍ପର୍କକୁ ନଷ୍ଟ କରିଥାଏ।
କ୍ରୋଧକୁ ନିୟନ୍ତ୍ରଣ କରିବାର ଉପାୟ:
କ୍ରୋଧକୁ ହ୍ରାସ କରିବା ଏବଂ ଚାପରୁ ଦୂରେଇ ରହିବା ପାଇଁ, ଆପଣ ଧ୍ୟାନ, ଯୋଗ, ପ୍ରାଣାୟାମ ଆଦି କରିପାରିବେ। ସାଙ୍ଗ ଏବଂ ପରିବାର ସହିତ ସମୟ ବିତାଇବା ମଧ୍ୟ ମାନସିକ ଶାନ୍ତି ଦେଇଥାଏ। ଯଦି କ୍ରୋଧ ନିୟନ୍ତ୍ରଣକୁ ନ ଆସେ ତେବେ ଯୋଗ ପ୍ରତିକ୍ଷକଙ୍କ ସାହାଯ୍ୟ ନେବା ଏକ ଉତ୍ତମ ବିକଳ୍ପ ହୋଇପାରେ।