Advertisment

Winter Special Foods For Glowing Skin: ଖାଆନ୍ତୁ ଏହି ୭ଟି ଖାଦ୍ୟ...ଶୀତ ଦିନେ ବି ଚମକି‍‍‍ବ ସ୍କିନ୍

ଶୀତଦିନର ସବୁଠାରୁ ବଡ ସମସ୍ୟା ହେଉଛି ଚର୍ମ ଶୁଖିଲା ହୋଇଯିବା। କିନ୍ତୁ ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା କେବଳ ଆପଣଙ୍କ ଚର୍ମକୁ ହାଇଡ୍ରେଟ୍ କରିବ ନାହିଁ ବରଂ ଆପଣଙ୍କ ଚେହେରାରେ ଗ୍ଲୋ ଆଣିବ।

author-image
Manas Ranjan Mohanty
ଅଦ୍ୟତନ ହୋଇଛି
Winter Special foods for Glowing Skin

Winter Special foods for Glowing Skin

ଶୀତ ବଢି ବଢି ଚାଲିଛି। ଶୀତଦିନର ସବୁଠାରୁ ବଡ ସମସ୍ୟା ହେଉଛି ଶୁଖିଲା ଚର୍ମ। କିନ୍ତୁ ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା କେବଳ ଆପଣଙ୍କ ଚର୍ମକୁ ହାଇଡ୍ରେଟ୍ କରିବ ନାହିଁ ବରଂ ଆପଣଙ୍କ ଚେହେରାରେ ଗ୍ଲୋ ଆଣିବ।

Advertisment

ଆୟୁର୍ବେଦରେ ଅନେକ ସୁପର୍‌ଫୁଡ୍ ଏବଂ ପାରମ୍ପରିକ ଭାରତୀୟ ଖାଦ୍ୟ ଅଛି ଯାହା ଆପଣଙ୍କ ଚର୍ମକୁ ଭିତରୁ ପୋଷଣ କରିଥାଏ। ଏଠାଏ ଆମେ ଆପଣଙ୍କୁ ଏହିପରି ୫ ଟି ଦେଶୀ ଖାଦ୍ୟ ବିଷୟରେ କହିବୁ, ଯାହା ଆପଣଙ୍କୁ ଏହି ଶୀତଦିନରେ ଖାଇବା ଦ୍ୱାରା ଚର୍ମକୁ ଚିକ୍କଣ କରିବା ସହିତ ଶୀତରୁ ମଧ୍ୟ ରକ୍ଷା କରିବ। ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣଙ୍କ ଚେହେରାରେ ଗ୍ଲୋ ଆଣିବ

ଘିଅ

ଶୀତଦିନେ ଘିଅ ବ୍ୟବହାର କରିବା ଜରୁରୀ। ଆପଣ ଯେକୌଣସି ତରକାରୀ କିମ୍ବା ରୁଟି ପ୍ରସ୍ତୁତ କରୁଛନ୍ତି ସେଥିରେ ଘିଅ ଦେଇ କରିପାରିବେ। ଏହା ସ୍ୱାଦକୁ ମଧ୍ୟ ଦ୍ୱିଗୁଣିତ କରିଦିଏ। ଘିଅ ଚର୍ମକୁ ଗ୍ଲୋ କରିବା ପାଇଁ ମଧ୍ୟ ବହୁତ ଉପଯୋଗୀ।

Advertisment

ଘିଅ ଭିଟାମିନ୍ A, E ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର। ଏହା ଚର୍ମକୁ କୋମଳ ଏବଂ ହାଇଡ୍ରେଟ୍ କରିଥାଏ। ଖାଲି ପେଟରେ ଗରମ ପାଣି ସହିତ ଘିଅ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ।

ଗାଜର ଏବଂ ବିଟ୍

ସାଧାରଣତଃ ଗାଜର ଏବଂ ବିଟ୍ ଶୀତରେ ପ୍ରଚୁର ପରିମାଣରେ ମିଳେ। ଏଥିରେ ଥିବା ନାଲି ରଙ୍ଗ ଗାଲକୁ ଗୋଲାପୀ-ଗ୍ଲୋ ଦେବାରେ ସାହାଯ୍ୟ କରେ। ଗାଜରରେ ବିଟା-କାରୋଟିନ୍ ଥାଏ ଏବଂ ବିଟ୍‌ରେ ଆଇରନ୍ ଥାଏ, ଯାହା ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ ଏବଂ ଚର୍ମକୁ ପ୍ରାକୃତିକ ଚମକ ଦେଇଥାଏ।

ପୋଷକ ବିଶେଷଜ୍ଞଙ୍କ ମତରେ ଗାଜରର ଅଧିକାଂଶ ବିଟା-କାରୋଟିନ୍ ଏହାର ଉପର ଭାଗରେ ଥାଏ। ତେଣୁ ଗାଜରରୁ ଚୋପା ନ ଛଡେଇ ଏହାକୁ ପୁରା ଖାଇବା ଭଲ କାରଣ ଏହାର ଫାଇବର ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ।

ଗୁଡ ଏବଂ ରାଶି

ଗୁଡ ଏବଂ ରାଶି ହେଉଛି ଏପରି ଦୁଇଟି ସୁପର୍‌ଫୁଡ୍ ଯାହା ଶୀତ ଋତୁରେ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଗୁଡ ଶରୀରକୁ ଡିଟକ୍ସ କରିଥାଏ ଏବଂ ରାଶି ଚର୍ମକୁ ଆର୍ଦ୍ରତା ଦେଇଥାଏ। ଏହି ଖାଦ୍ୟଗୁଡ଼ିକ ଚର୍ମକୁ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ଏବଂ ମ୍ୟାଗ୍ନେସିୟମ୍ ଯୋଗାଇଥାଏ। ରାଶି ମଞ୍ଜିରେ କ୍ଷୀର ଅପେକ୍ଷା ୮ ଗୁଣ ଅଧିକ କ୍ୟାଲସିୟମ ଥାଏ। ଆପଣ ରାଶି ଓ ଗୁଡକୁ ମିଶେଇ ଲଡୁ କରି ଖାଇପାରିବେ।

ମୂଳା

ଶୀତ ଦିନରେ ମିଳୁଥିବା ଆଉ ଏକ ଦେଶୀ ସୁପର୍‌ଫୁଡ୍ ହେଲା ମୂଳା। ମୂଳା ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଏବଂ ଜଳର ଏକ ଉତ୍ତମ ଉତ୍ସ, ଯାହା ଚର୍ମକୁ ଡିଟକ୍ସ କରିଥାଏ ଏବଂ ହାଇଡ୍ରେଟ୍ ରଖିଥାଏ। ମୂଳାର ହାଇଫାଇବର ହଜମକୁ ପ୍ରକ୍ରିୟାକୁ ଭଲ ରଖେ ଏବଂ ଅନ୍ତନଳୀରେ ଉନ୍ନତି ଆଣେ। ଏହାର ଭଲ ପ୍ରଭାବ ସିଧାସଳଖ ଚର୍ମ ଉପରେ ପଡେ।

କମଳା

କମଳା ହେଉଛି ଭିଟାମିନ୍ C ର ଏକ ଭଣ୍ଡାର । ଶୀତଦିନେ ମିଳୁଥିବା କମଳା ହେଉଛି ଭିଟାମିନ୍ C ର ଏକ ଭଣ୍ଡାର। ଚର୍ମର ଚମକ ପାଇଁ ଭିଟାମିନ୍ C ଅତ୍ୟନ୍ତ ଉପଯୋଗୀ। କମଳାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ମଧ୍ୟ ଥାଏ, ଯାହା ହୃଦୟର ସ୍ୱାସ୍ଥ୍ୟକୁ ଭଲ ରଖେ। ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିଥାଏ। କମଳା ନିୟମିତ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

Advertisment