back pain Prevention Tips

ଆଜିକାଲି ଅଣ୍ଟା-ପିଠି ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଯାଇଛି, ଯାହା ବୟସ ବଢିବା ସହିତ ଯନ୍ତ୍ରଣା ବଢିବାରେ ଲାଗେ। ଏହାର ଅନେକ କାରଣ ଅଛି। କିନ୍ତୁ ଯଦି ଆପଣ ଠିକ୍ ସମୟରେ ଠିକ୍ ଅଭ୍ୟାସକୁ ଗ୍ରହଣ କରି ନିଅନ୍ତି, ତେବେ ଆପଣ ଏଥିରୁ ସାରାଜୀବନ ରକ୍ଷା ପାଇପାରିବେ।

କୋର୍ ମସଲ୍ସ ବା ପିଠି ଉପରେ ଆପଣଙ୍କ ଶରୀରର ଓଜନ ଥାଏ ଏବଂ କୋର୍ ମସଲ୍ସ ଆପଣଙ୍କ ମେରୁଦଣ୍ଡକୁ ସପୋର୍ଟ ଦିଏ। ତେଣୁ, କୋର୍ ମସଲ୍ସକୁ ମଜବୁତ କରିବା ଜରୁରୀ। ଏଥିପାଇଁ, ପ୍ରତିଦିନ ଏପରି କିଛି ବ୍ୟାୟାମ କରିବା ଉଚିତ ଯାହା ଏହାକୁ ଶକ୍ତିଶାଳୀ କରିବାରେ କାମ କରିବ।

ଶାରିରୀକ ଷ୍ଟ୍ରେଚିଂ: ଅନେକ ଥର ପିଠି ଯନ୍ତ୍ରଣା ମାଂସପେଶୀ ଟାଇଟ୍ ହେବା କାରଣରୁ ହୋଇଥାଏ। ଯଦି ପିଠିର ମାଂସପେଶୀ ଟାଇଟ୍‌ ହୋଇଯାଇଥାଏ ତେବେ ପ୍ରତିଦିନ ଷ୍ଟ୍ରେଚିଂ କରିବା ଦ୍ୱାରା ମାଂସପେଶୀ ନମନୀୟ ହୋଇଥାଏ। ଅନ୍ୟଥା, ଏହା ସମଗ୍ର ଶରୀର ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବ ଏବଂ ଯନ୍ତ୍ରଣା ବଢିବାରେ ଲାଗିବ।

ଠିକ୍ ପୋଶ୍ଚର୍: ଯଦି ବସିବାର ସ୍ଥିତି ଠିକ୍ ନରୁହେ ଏହା ପିଠି ଉପରେ ଅତିରିକ୍ତ ଚାପ ପକାଇଥାଏ, ବିଶେଷତଃ ଯେତେବେଳେ ଆପଣ ଦୀର୍ଘ ସମୟ ଧରି ଭୁଲ୍ ଅବସ୍ଥାରେ ବସନ୍ତି। ତେଣୁ ଯଦି ବି ଆପଣଙ୍କୁ ଦୀର୍ଘ ସମୟ ଧରି ବସି କାମ କରିବାକୁ ପଡୁଛି, ତେବେ ମଝିରେ ଉଠନ୍ତି ଏବଂ ଚାଲନ୍ତୁ କିମ୍ବା କିଛି ସମୟ ଛିଡା ହୋଇ ଭିଡ଼ିମୋଡ଼ି ହୁଅନ୍ତୁ।

ପାଦରେ ଚାଲିବା: ଚାଲିବା ଏକ ବହୁତ ଭଲ ଏବଂ ନିରାପଦ ବ୍ୟାୟାମ। ଦ୍ରୁତ ଗତିରେ ଚାଲିବା କେବଳ ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖେ ନାହିଁ, ବରଂ ଏହା ଆପଣଙ୍କ ପିଠି ଉପରେ ଥିବା ଚାପକୁ ମଧ୍ୟ ହ୍ରାସ କରିଥାଏ।

ସଠିକ୍ ଉପାୟରେ ଉଠିବା: ଯେତେବେଳେ ଆପଣ କୌଣସି ଏକ ଭାରୀ ଜିନିଷକୁ ଧରି ଭୁଲ୍ ଭାବରେ ଉଠନ୍ତି କିମ୍ବା ବସନ୍ତି କିମ୍ବା ବଙ୍କା ହୁଅନ୍ତି, ଏହା କୋର୍ ମସଲ୍ସରେ ଚାପ ସୃଷ୍ଟି କରେ ଏବଂ ଆଘାତ ହେବାର ଆଶଙ୍କା ଥାଏ। ଏହି ଆଘାତ ଆପଣଙ୍କୁ ଦୀର୍ଘ ସମୟ ପାଇଁ ବ୍ୟଥିତ କରିପାରେ ଏବଂ ଯଦି ଏହାକୁ ଅଣଦେଖା କରାଯାଏ, ଏହା ମଧ୍ୟ ସ୍ଥାୟୀ ହୋଇପାରେ। ତେଣୁ, ଯେତେବେଳେ ବି ଏକ ଭାରୀ ଜିନିଷ ଉଠାଇବାକୁ ପଡେ, ଜୋର୍ ପିଠିରେ ନୁହେଁ ବରଂ ଗୋଡ଼ରେ ଦେବା ଉଚିତ।

ଠିକ୍ ଭାବେ ଶୋଇବା: ଯେତେବେଳେ ପିଠିର ବଳରେ ଶୋଇବା ହୁଏ, ଏହା ମେରୁଦଣ୍ଡ ଉପରେ ଅତିରିକ୍ତ ଚାପ ପକାଇଥାଏ। ଯଦି ଆପଣ ଆଣ୍ଠୁ ତଳେ ତକିଆ ଦେଇ ଶୁଅନ୍ତି ତେବେ ଭଲ ହେବ। ଏହା କରିବା ଦ୍ୱାରା ମେରୁଦଣ୍ଡ ଉପରେ ଚାପ କମିଯାଏ। ଯଦି ଆପଣ କଡପଟିଆ ହୋଇ ଶୋଉଛନ୍ତି ତେବେ ଦୁଇ ଆଣ୍ଠୁ ମଝିରେ ତକିଆ ରଖନ୍ତୁ।

ଓଜନ ପ୍ରତି ଧ୍ୟାନ: ଯଦି ଆପଣଙ୍କର ଓଜନ ବଢୁଛି, ଏହା ଆପଣଙ୍କ ପିଠି ଉପରେ ଚାପ ପକାଇଥାଏ, ଯାହା ମେରୁଦଣ୍ଡ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିଥାଏ। ତେଣୁ, ଆପଣଙ୍କର ଓଜନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ ଏବଂ ଏହାକୁ ବୃଦ୍ଧି କରିବାକୁ ଦିଅନ୍ତୁ ନାହିଁ।

ଧୂମପାନ ଛାଡିବା: ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜିଂ ୱେବସାଇଟ୍ ଅନୁଯାୟୀ, ଯେତେବେଳେ ଆପଣ ଧୂମପାନ କରନ୍ତି, ଏହା କେବଳ ଆପଣଙ୍କ ଫୁସ୍‌ଫୁସ୍‌କୁ ଖରାପ କରି ନ ଥାଏ ବରଂ ରକ୍ତ ପ୍ରବାହକୁ ମଧ୍ୟ ହ୍ରାସ କରିଥାଏ, ଯେଉଁ କାରଣରୁ ମେରୁଦଣ୍ଡକୁ ସଠିକ୍ ପୋଷଣ ମିଳେ ନାହିଁ। ଏହି କାରଣରୁ, ଡିସ୍କଗୁଡ଼ିକ ଶୀଘ୍ର ଖରାପ ହେବାକୁ ଲାଗେ ଏବଂ ହାଡ ଦୁର୍ବଳ ହୋଇପାରେ।