ଯେଉଁମାନେ ଚାଲିବା, ଜଗିଂ କରିବା କିମ୍ବା ଦୌଡ଼ିବା ଅଭ୍ୟାସରେ ଅଛନ୍ତି ସେମାନେ ପ୍ରାୟ ଶୀତଦିନେ ବାହାରକୁ ଯିବାକୁ ଚାହାଁନ୍ତି ନାହିଁ। ତଥାପି, ଏକ ସୁସ୍ଥ ଜୀବନଶୈଳୀ ପାଇଁ ଶରୀରକୁ ସକ୍ରିୟ ରଖିବା ଜରୁରୀ। ତେଣୁ ଘରେ ରହି କରନ୍ତୁ ଏହିସବୁ ଯୋଗ।
ଧୀରେ ଧୀରେ ସ୍ମାର୍ଟଫୋନ୍ ସହିତ ଆମେ ଏମିତି ଅଭ୍ୟସ୍ତ ହୋଇଗଲୁଣି ଯେ ଫୋନ୍ ବ୍ୟବହାର କରିବାରେ ଆମର ପୂରା ଦିନ ଚାଲିଯାଉଛି। ଅନ୍ୟ କାମରେ ହେଳା ହେବା ସହ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ହୋଇଯାଇଛି। ଏହି ନିଶା ଛଡେଇବା ପାଇଁ କରନ୍ତୁ ଏହି ଯୋଗ।
ଆଜିକାଲି ଯୁବକମାନଙ୍କ ମଧ୍ୟରେ ସ୍ଲିପ୍ ଡିସ୍କ୍ ସମସ୍ୟା ବଢିବାରେ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ଭାରତର ପ୍ରାୟ ୮୦ ପ୍ରତିଶତ ଯୁବକ ସ୍ଲିପ୍ ଡିସ୍କ୍ ସମସ୍ୟାରେ ପୀଡିତ ଅଛନ୍ତି। ଏମିତି କିଛି ଯୋଗାସନ ଅଛି ଯାହା ଅଭ୍ୟାସ କରିବା ଦ୍ୱାରା ସ୍ଲିପ୍ ଡିସ୍କ ଦ୍ୱାରା ସୃଷ୍ଟି ହେଉଥିବା ଅସହ୍ୟ ଯନ୍ତ୍ରଣାକୁ ହ୍ରାସ କରିହେବ।
ପିଲାମାନେ ଘଣ୍ଟା ଘଣ୍ଟା ଧରି ପାଠ ପଢିବା ଯୋଗୁଁ ଅନେକ ପିଲାମାନଙ୍କଠାରେ ଅନିଦ୍ରା, ଆଖିପୋଡା, ମୁଣ୍ଡବିନ୍ଧା କିମ୍ବା ଶରୀରରେ ଯନ୍ତ୍ରଣା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଯେଉଁମାନେ ଘଣ୍ଟା ଘଣ୍ଟା ଧରି ପାଠ ପଢୁଛନ୍ତି ସେମାନଙ୍କୁ ଏହା ଦ୍ୱାରା ପ୍ରଭାବ ପଡୁଥିବା ସମସ୍ୟାରୁ ମୁକ୍ତି ପାଇଁ ଯୋଗ ଏକ ଜରୁରୀ ମାଧ୍ୟମ। ସେ ବିଷୟରେ ଜାଣିବା ଆବଶ୍ୟକ।
ଏବେ ପ୍ରାୟ ଘରେ ଘରେ ଥଣ୍ଡା ଜର ଦେଖିବାକୁ ମିଳୁଛି। ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ଯୋଗ ମାଧ୍ୟମରେ ଥଣ୍ଡା-କାଶ-ଜର ଆଦିର ସ୍ଥାୟୀ ଚିକିତ୍ସା କରାଯାଇ ପାରେ ବୋଲି। ତେବେ ଏସବୁରୁ ମୁକ୍ତି ପାଇବା ପାଇଁ ଅନେକ ଯୋଗ ଅଭ୍ୟାସ ଥିବା ବେଳେ ଆଜି ଆମେ ଆପଣଙ୍କୁ କିଛି କହିବୁ। ଆସନ୍ତୁ ସେ ବିଷୟରେ ଜାଣିବା।
ଯୋଗ ସ୍ୱାସ୍ଥ୍ୟ ପାଇଁ ଅନେକ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ, କି ଯୋଗ କରିବା ସମୟରେ ଛୋଟ ଛୋଟ ଭୁଲ ମଧ୍ୟ ଲାଭ ବଦଳରେ ଅନେକ କ୍ଷତି କରିଥାଏ। ତେବେ ଯୋଗାସନା ସମୟରେ କେଉଁସବୁ ଭୁଲ ଯୋଗୁଁ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା।
ଭଲ ଜୀବନଶୈଳୀ ଯୋଗୁଁ ମଲାଇକା ଅରୋରା ୫୦ ବର୍ଷ ବୟସରେ ମଧ୍ୟ ୨୦ ବର୍ଷର ଯୁବତୀଙ୍କ ଭଳି ଦେଖଯାଉଛନ୍ତି। ଯୋଗ କରି ସେ ତାଙ୍କ ସ୍ୱାସ୍ଥ୍ୟକୁ ମାନସିକ ଏବଂ ଶାରୀରିକ ଭାବରେ ରକ୍ଷା କରିଛନ୍ତି। ଆପଣ ଅଭିନେତ୍ରୀଙ୍କଠାରୁ କିଛି ଟିପ୍ସ ଶିଖିବା ଜରୁରୀ।
ଲଗାତାର ଘଣ୍ଟା ଘଣ୍ଟା ଧରି ଡେସ୍କ ୱାର୍କ କରିବା କିମ୍ବା କମ୍ପ୍ୟୁଟର ଆଗରେ ବସିବା ଦ୍ୱାରା ବେକ ଏବଂ ପିଠିର ଯନ୍ତ୍ରଣା ବୃଦ୍ଧି ପାଇଥାଏ। ସର୍ଭାଇକାଲ୍ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ ଏକ ଲାଭଦାୟକ ସମାଧାନ। କିଛି ଯୋଗାସନର ନିୟମିତ ଅଭ୍ୟାସ ଦ୍ୱାରା ସର୍ଭାଇକାଲ୍ ସମସ୍ୟାକୁ ହ୍ରାସ କରାଯାଇପାରିବ।
ଅଧିକାଂଶ ମହିଳା ମେଦବହୁଳତା, ରକ୍ତଚାପ, ସୁଗାର୍, ଥାଇରଏଡ୍ ଏବଂ ଆଣ୍ଠୁ ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ ମହିଳାମାନେ ସମ୍ମୁଖୀନ ହେଉଥିବା ଏହି ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯୋଗ ଏକ ମାତ୍ର ଉପାୟ।
ଆଜିକାଲି ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପ୍ରଜନନ ସମସ୍ୟା ବଢିବାରେ ଲାଗିଛି। ଅନେକ ଲୋକ ଏନେଇ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଯେଉଁମାନେ ବିନା ଖର୍ଚ୍ଚରେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହି ଯୋଗ ଟିପ୍ସ।
ଯଦି ଆପଣ ଆଜିଠାରୁ ଯୋଗ ଅଭ୍ୟାସ ଆରମ୍ଭ କରନ୍ତି, ତେବେ କେବଳ ଯେ ରୋଗ ଆପଣଙ୍କ ଜୀବନରୁ ଦୂରେଇ ଯିବ ତାହା ନୁହେଁ, ବରଂ ଆପଣ ଏକ ସୁସ୍ଥ ଏବଂ ଦୀର୍ଘ ଜୀବନ ସହିତ ଏକ ସୁଖମୟ ଜୀବନ ବିତାଇବାକୁ ସକ୍ଷମ ହେବେ। ଆସନ୍ତୁ କିଛି ଯୋଗାସନ ଉପରେ ନଜର ପକେଇବା।
ଯୋଗ ଶରୀରର ଓଜନ ହ୍ରାସ ଠାରୁ ଆରମ୍ଭ କରି ଋତୁସ୍ରାବ ଯନ୍ତ୍ରଣା ହ୍ରାସ କରିବା, ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ହଜମ ପ୍ରକ୍ରିୟାକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ। ଯଦି ଜଣେ ଯୋଗାସନକୁ ନିଜର ଦିନ ଆରମ୍ଭ କରେ ତେବେ ଦିନସାରା ଶକ୍ତିଶାଳୀ ରହିବା ସହ ଚଳଚଞ୍ଚଳ ରହିଥାଏ।
ଉତ୍ତରାଖଣ୍ଡର ତୁଙ୍ଗନାଥଠାରେ ସୂର୍ଯ୍ୟ ନମସ୍କାର ଓ ଯୋଗାଭ୍ୟାସ କରି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଞ୍ଚାୟତ ନୂର୍ପା ଗ୍ରାମର ଯୁବକ ଦିବାକର ଆର୍ଯ୍ୟ । ପୃଥିବୀର ସବୁଠାରୁ ଉଚ୍ଚତମ ଶିବ ମନ୍ଦିର ଉତ୍ତରାଖଣ୍ଡର ତୁଙ୍ଗନାଥଠାରେ ଏଭଳି ଅଭିନବ ପ୍ରୟାସ କରି ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି ଦିବାକର ।