ବିଘ୍ନ ବିନାଶକ ଦେବତା ଶ୍ରୀଗଣେଶ । ସିଏ ପୂଜାରେ ସନ୍ତୁଷ୍ଟ ହୋଇ ଭକ୍ତଙ୍କ ସମସ୍ତ ପ୍ରତିବନ୍ଧକକୁ ହଟାଇ ସୁଖ, ସୌଭାଗ୍ୟ ଏବଂ ଧନଧାନ୍ୟରେ ଭଣ୍ଡାର ଭରି ଦିଅନ୍ତି। ତାଙ୍କର ଦୟା ଏବଂ ପରୋପକାର ବିଷୟରେ ଅନେକ କାହାଣୀ ଅଛି, ଯାହା ମଧ୍ୟରେ ଜଣେ ବୁଢୀଠାରୁ ଖିରି ଖାଇବାର ଲୋକକଥା ଅତ୍ୟନ୍ତ ପ୍ରସିଦ୍ଧ। ଆସନ୍ତୁ ଜାଣିବା…
ରାମ ମନ୍ଦିରରେ ହେବ ଗଣେଶପୂଜା..ବ୍ରହ୍ମପୁର ସାନକୁଶସ୍ଥଳୀରେ ଅଯୋଧ୍ୟା ରାମମନ୍ଦିର ଢାଞ୍ଚାରେ ତୋରଣ..ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ମୂର୍ତ୍ତି ଓ ତୋରଣ କାମ
ଉପାନ୍ତ ଅଞ୍ଚଳର ଅନ୍ୟତମ ଆଦର୍ଶ ବିଦ୍ୟାଳୟ କୋଟଗଡ ବ୍ଲକର ପକାରୀ ହାଇସ୍କୁଲ। ଅଗନା ଅଗନି ବନସ୍ତରେ ରହିଛି ଏହି ସ୍କୁଲ୍। ସବୁ ନାହିଁ ନାହିଁ ଭିତରେ ଆଶାର ଦୀପଶିଖା ହେଉଛି ଏହି ସ୍କୁଲ। ଏଠି ଅଭିନବ ଉପାୟରେ ଗୁରୁଙ୍କୁ ସମ୍ମାନ ପୂଜା କରାଯାଇଛି।
ଆତ୍ମହତ୍ୟା ହେଉଛି ଏମିତି ଏକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଜୀବନକୁ ଶେଷ କରିବାକୁ ଚେଷ୍ଟା କରେ। ଏହି କାରଣରୁ ଆଜି ସମାଜରେ ଆତ୍ମହତ୍ୟା ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନତା ବୃଦ୍ଧି ପାଇଛି। ଆସନ୍ତୁ ଜାଣିବା କିପରି ଚାଲିଛି ପ୍ରୟାସ ।
ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ କେବଳ ବୟସ୍କ ବ୍ୟକ୍ତିଙ୍କଠାରେ ଆତ୍ମହତ୍ୟା କରିବାର ଆଶଙ୍କା ଅଧିକ, କିନ୍ତୁ ବର୍ତ୍ତମାନ ଯୁବପିଢି ଓ ଛୋଟ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଆତ୍ମହତ୍ୟା ଭଳି ସାଂଘାତିକ ପଦକ୍ଷେପ ଦେଖାଦେଉଛି। ଆସନ୍ତୁ ଜାଣିବା ଏହାର କାରଣ ଓ ନିରାକରଣ।
ପ୍ରତିବର୍ଷ ୮ ସେପ୍ଟେମ୍ବରରେ ପାଳନ କରାଯାଉଥିବା ‘ଆନ୍ତର୍ଜାତୀୟ ସାକ୍ଷରତା ଦିବସ’ ହେଉଛି ବ୍ୟକ୍ତିଗତ ବିକାଶ, ସାମାଜିକ ବିକାଶ ତଥା ଦେଶ ତଥା ବିଶ୍ୱର ଆର୍ଥିକ ପ୍ରଗତିର ଗୁରୁତ୍ୱକୁ ଦର୍ଶାଇବା ପାଇଁ ଏକ ବିଶ୍ୱସ୍ତରୀୟ ପଦକ୍ଷେପ। ସାକ୍ଷରତା କେବଳ ଏକ ମୌଳିକ ଅଧିକାର ନୁହେଁ ବରଂ ଦାରିଦ୍ର୍ୟ ତଥା ଅସମାନତାର ଚକ୍ରକୁ ଭାଙ୍ଗିବା ପାଇଁ ଏକ ଶକ୍ତିଶାଳୀ ଉପକରଣ।
ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଛି ।
ବର୍ତ୍ତମାନ ଡେଙ୍ଗୁ ଜ୍ୱରକୁ ନେଇ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଛି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବ୍ୟାପକ ହେଉଥିବାରୁ ପ୍ରଶାସନ ଏହାକୁ ଆୟତ୍ତ କରିବାରେ ବିଫଳ ହେଉଥିବା ଦେଖିଯାଉଛି। ତେବେ ‘ଜାତୀୟ ପୋଷଣ ସପ୍ତାହ’ ଅବସରରେ ଆସନ୍ତୁ ଏପରି କିଛି ଖାଦ୍ୟ ବିଷୟରେ ଜାଣିନେବା ଯାହାର ବ୍ୟବହାର ଯୋଗୁଁ ଖୁବ୍ ଶୀଘ୍ର ପ୍ଲାଟଲେଟ୍ କାଉଣ୍ଟ୍ ବଢାଯାଇପାରେ।
ଆଜି ଜନ୍ମ ନେବେ ଭଗବାନ ଶ୍ରୀକୃଷ୍ଣ । ପୁରୁଷୋତ୍ତମ କ୍ଷେତ୍ରରେ ନିଆରା ପରିବେଶ । ଅନ୍ଧାର ହୋଇଯିବ ଶ୍ରୀମନ୍ଦିର । ବିଶେଷ ଭାବେ ଏମିତି କରାଯିବ ପୂଜା...
ଭକ୍ତି ଓ ଉଲ୍ଲାସର ସହ ପାଳନ ହେବ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ଶେଷ କରି ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶ ରହିଛି। ପୁରୀରେ ବାଲୁକାକଳା...
ଆୟୁର୍ବେଦରେ ଅନେକ ଔଷଧ ଅଛି ଯାହା ମଧୁମେହକୁ ଭଲ କରିପାରେ। ଏହି ଔଷଧଗୁଡ଼ିକ ରୋଷେଇ ଘରେ ସହଜରେ ମିଳିଯାଏ। କିନ୍ତୁ ଏହି ଜିନିଷଗୁଡ଼ିକ ରକ୍ତ ଶର୍କରାକୁ ଶୀଘ୍ର ନିୟନ୍ତ୍ରଣ କରିବା ଆରମ୍ଭ କରନ୍ତି। ଆସନ୍ତୁ ଏମିତି ୪ଟି ଜିନିଷ ଉପରେ ନଜର ପକେଇନେବା।
ଶ୍ରୀମଦ୍ ଭଗବତ ପୁରାଣଙ୍କ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ମଧ୍ୟରାତ୍ରିରେ ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ଜନ୍ମ ହୋଇଥିଲେ। ଆଜି ଏହି ପବିତ୍ର ଦିନ ଥିବାରୁ ଆସନ୍ତୁ ଶ୍ରୀକୃଷ୍ଣଙ୍କ ଜନ୍ମ ରହସ୍ୟ ବିଷୟରେ ଜାଣିନେବା।
ଭାରତ ଏବେ ପାଳନ କରୁଛି ‘ଜାତୀୟ ପୋଷଣ ସପ୍ତାହ’। ଶରୀରକୁ ସୁସ୍ଥ ଆଉ ଫିଟ୍ ରଖିବାକୁ ହେଲେ କେଉଁସବୁ ଖାଦ୍ୟ ଖାଇବା ଜରୁରୀ ସେ ବିଷୟରେ ବିଭିନ୍ନ ସ୍ତରରେ ଲୋକଙ୍କୁ ବୁଝାଯାଉଛି। ଏହି ଅବସରରେ ଡାଲି ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ଆସନ୍ତୁ ସେ ବିଷୟରେ ଜାଣିନେବା।
ଗୁରୁଙ୍କୁ କେତେକ ସ୍ଥାନରେ ବ୍ରହ୍ମା, ବିଷ୍ଣୁ, ମହେଶ ଏବଂ କେତେକ ସ୍ଥାନରେ ଗୋବିନ୍ଦ ମଧ୍ୟ କୁହାଯାଏ। ତେବେ ଆଜିର ଏହି ପବିତ୍ର ଗୁରୁଦିବସ ଅବସରରେ ଆସନ୍ତୁ ଗୁରୁ ପରମ୍ପରା ସହିତ ଜଡିତ କେତେକ ମୂଲ୍ୟବାନ ବାଣୀ ବିଷୟରେ ଜାଣିନେବା।
ଗୁରୁ ବିନା ସଫଳତା ନାହିଁ। ଅନ୍ଧାରରେ ଆଲୋକ ଗୁରୁ ହିଁ ଦେଖେଇଥାନ୍ତି। ସେ ବତେଇ ଦେଇଥାନ୍ତି ସଫଳତାର ଶୀର୍ଷରେ ପହଞ୍ଚିବାର ରାସ୍ତା। ଭାରତୀୟ ପୁରାଣରେ ଅନେକ ମହାନ ଗୁରୁଙ୍କ ଉଦାହରଣ ରହିଛି ଯେଉଁମାନଙ୍କ ଶିକ୍ଷା ସେମାନଙ୍କ ଶିଷ୍ୟମାନଙ୍କୁ କରିଛି ଶକ୍ତିଶାଳୀ। ଆସନ୍ତୁ ସେମିତି କିଛି ଗୁରୁଙ୍କ ବିଷୟରେ ଜାଣିନେବା।
ଦାନଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ଦାନର ଏହି ମହତ୍ତ୍ୱକୁ ଜଣାଇବା ଲକ୍ଷ୍ୟରେ, ପ୍ରତିବର୍ଷ ସେପ୍ଟେମ୍ବର ୫ରେ ‘ଆନ୍ତର୍ଜାତୀୟ ଚାରିଟି ଡେ’ ବା ‘ଆନ୍ତର୍ଜାତୀୟ ଦାନ ଦିବସ’ ସମଗ୍ର ବିଶ୍ୱରେ ପାଳନ କରାଯାଏ।
ନିଲାମ ଟଙ୍କାରେ ସେ ତିଆରି କରିଥିଲେ ମଣିଷ ତିଆରି କାରଖାନା। ଦୁଇ ବଖରା ଆଜ୍ବେଷ୍ଟସ୍ ଘରୁ ଆରମ୍ଭ ହୋଇଥିବା ସେହି ଶିକ୍ଷାନୁଷ୍ଠାନ ଏବେ ମହାଦ୍ରୁମରେ ପରିଣତ ହୋଇଛି। ସେ ହେଲେ ଢେଙ୍କାନାଳ ପରଜଙ୍ଗ ବ୍ଲକ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟର ଆଦର୍ଶ ଶିକ୍ଷକ ଶିଶିର ଦେହୁରୀ। ତେବେ ଆସନ୍ତୁ ଆଜି ଗୁରୁ ଦିବସ ଅବସରରେ ତାଙ୍କ ବିଷୟରେ ଜାଣିନେବା।
ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନଙ୍କ ଅବଦାନ କିଛି କମ୍ ନୁହେଁ। ଅନେକ ସମୟରେ ଏ ସମାଜ ଏମିତି କିଛି ଗୁରୁଙ୍କୁ ପାଏ ଯେଉଁମାନେ ସବୁଦିନ ପାଇଁ ଉଦାହରଣ ହୋଇ ରହିଯାଆନ୍ତି। ସେମିତି ଜଣେ ଗୁରୁ ହେଲେ ମୟୂରଭଞ୍ଜର କଙ୍କ ମୁର୍ମୁ। ସେ ଦିବ୍ୟାଙ୍ଗ ସତ, ହେଲେ ବିନା ଅର୍ଥରେ କରୁଛନ୍ତି ଶିକ୍ଷାଦାନ।
ପ୍ରତିବର୍ଷ ସେପ୍ଟେମ୍ବର ୫କୁ ସାରାଦେଶ ଗୁରୁ ଦିବସ ଭାବେ ପାଳନ କରେ। ଗୁରୁ ହିଁ ଜଣେ ବ୍ୟକ୍ତିଙ୍କୁ ଜୀବନର ସଫଳତାର ଶିଖରକୁ ନେଇ ଯାଆନ୍ତି। ଜଣେ ଗୁରୁଙ୍କ ଆଶୀର୍ବାଦରେ ହିଁ ଆମେ ଅଜ୍ଞତାର ଅନ୍ଧକାରରୁ ଜ୍ଞାନର ଆଲୋକକୁ ଯାଇଥାଉ।
ଖାଦ୍ୟରେ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟକୁ ସାମିଲ କରି ଆପଣ ଦୀର୍ଘ ବୟସ ପର୍ଯ୍ୟନ୍ତ ଏକ ସୁସ୍ଥ ଜୀବନ ବିତାଇ ପାରିବେ। ତେବେ ଆସନ୍ତୁ ଏମିତି କିଛି ଖାଦ୍ୟ ବିଷୟରେ ଜାଣିନେବା ଯେଉଁସବୁ ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଉଚିତ, ଯାହା ଦ୍ୱାରା ଏକ ସୁସ୍ଥ ଜୀବନ ଜୀଇବା ସଜହ ହୋଇଯିବ। ଏହା ଦ୍ୱାରା ଅନେକ ରୋଗ ଆପଣଙ୍କ ପାଖ ମାଡିବ ନାହିଁ। ଫଳରେ ଜଣେ ସହଜରେ ଦୀର୍ଘ ଜୀବନ ବଞ୍ଚିପାରିବ।
ପୂଜା ପୂର୍ବରୁ ରାସ୍ତାଘାଟର ମରାମତି, ଜଳଯୋଗାଣ ବ୍ୟବସ୍ଥା, ବିଦ୍ୟୁତ ସେବା ସହ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।
ସ୍ୱାସ୍ଥ୍ୟ କଥା ଉଠିଲେ ସାଧାରଣତଃ ମନକୁ ଆସେ କ’ଣ ଖାଇବା ଉଚିତ। କିନ୍ତୁ ସବୁଠାରୁ ବଡ କଥା ହେଲା କ’ଣ ନ ଖାଇବା ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେବା ଜରୁରୀ। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
‘ଜାତୀୟ ପୋଷଣ ସପ୍ତାହ’ର ମୂଳ ଉଦ୍ଦେଶ୍ୟ ହେଉଛି ଦେଶକୁ ସଚେତନ କରିବା ଏବଂ ଯୁବକମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରତି ଜାଗ୍ରତ କରିବା। ତେବେ ଏହାକୁ କାହିଁକି ୭ ଦିନ ପାଇଁ ପାଳନ କରାଯାଏ, ଆସନ୍ତୁ ଜାଣିବା।
ଆଜିଠୁ ଆରମ୍ଭ ହେଉଛି ଜାତୀୟ ପୁଷ୍ଟି ସପ୍ତାହ। ଏହି ଅବସରରେ ଆମେ ଆଜି ଭିଟାମିନ୍ D ର ଉପକାରୀତା ବିଷୟରେ ଜାଣିବା। ଭିଟାମିନ D ହେଉଛି ଏମିତି ଏକ ଉତ୍ସ ଯାହା ହାଡକୁ ଶକ୍ତ କରିବା ସହିତ ପ୍ରତିରକ୍ଷା ପ୍ରଣାଳୀକୁ ଉନ୍ନତ ରଖିବା ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ବିଶ୍ୱାସ କରାଯାଏ। କେବଳ ଏତିକି ନୁହେଁ, ଏଥିରୁ ଆମ ଶରୀରକୁ ଆହୁରି ଅନେକ କିଛି ଲାଭ ମଧ୍ୟ ମିଳିଥାଏ। ତେବେ ଆସନ୍ତୁ ଏହା ଆମେ କେଉଁ ଖାଦ୍ୟରୁ ପାଇବା ଜାଣିନେବା।
ଭାଇ ଭଉଣୀର ସମ୍ପର୍କକୁ ମନେପକେଇ ଦେବାର ପର୍ବଟିଏ ହେଉଛି ଖୁଦୁରୁକୁଣୀ। ସମାଜକୁ ନାରୀର ଅବଦାନ ଓ ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରୁଥିବା ପର୍ବ ହେଉଛି ଖୁଦୁରୁକୁଣୀ। ପରିବାର ଭିତରେ ସମ୍ପର୍କର ଡୋରି ବାନ୍ଧିବାର ପର୍ବ ହେଉଛି ଖୁଦୁରୁକୁଣୀ।