/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697031707.jpg)
World Egg Day 2023 eggs for a better life
ଅଣ୍ଡା ଦୁନିଆର ସବୁଠାରୁ ସାଧାରଣ ତଥା ବହୁଳ ଭାବରେ ବ୍ୟବହାର କରାଯାଉଥିବା ପ୍ରୋଟିନ୍ ମଧ୍ୟରୁ ଅନ୍ୟତମ ଏବଂ ଏହା ଶରୀରର ଅନ୍ୟ ଅଙ୍ଗ ବ୍ୟତୀତ ହୃଦୟ ପାଇଁ ଖୁବ ଉତ୍ତମ ବୋଲି ପ୍ରମାଣିତ ହୋଇଛି। ଏହି କାରଣରୁ ବିଶ୍ୱ ପ୍ରତିବର୍ଷ ଅକ୍ଟୋବରର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ଭାବରେ ପାଳନ କରିଥାଏ। ଚଳିତ ବର୍ଷ ଏହି ଦିନକୁ ଅକ୍ଟୋବର ୧୩ ବା ଆଜି ପାଳନ କରାଯାଉଛି।
ଏହି ଦିନର ଉଦ୍ଦେଶ୍ୟ ପୋଷଣ ସମ୍ବନ୍ଧୀୟ ପାୱାରହାଉସର ମହତ୍ତ୍ୱକୁ ଚିହ୍ନିତ କରିବା ଏବଂ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଅଣ୍ଡାର ଉପାଦେୟତା ଉପରେ ସଚେତନତା ସୃଷ୍ଟି କରିବା ।
ଇତିହାସ:
‘ବିଶ୍ୱ ଅଣ୍ଡା ଦିବସ’ ୧୯୯୬ରେ ଭିଏନାରେ ଅନ୍ତର୍ଜାତୀୟ ଅଣ୍ଡା ଆୟୋଗ (IEC) ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ମଣିଷର ପୁଷ୍ଟିକର ଖାଦ୍ୟ ପାଇଁ ଅଣ୍ଡାର ମହତ୍ତ୍ୱକୁ ପ୍ରୋତ୍ସାହନ ଏବଂ ଚିହ୍ନିବା ପାଇଁ IEC ଏହି ଦିନ ପ୍ରତିଷ୍ଠା କରିବାକୁ ସ୍ଥିର କରିଥିଲା। ୧୯୯୬ ପରଠାରୁ, ଅଧିକରୁ ଅଧିକ ରାଷ୍ଟ୍ର ଏହି ଦିନ ପାଳନ କରିବାକୁ ସ୍ଥିର କଲେ।
ମହତ୍ତ୍ୱ:
ଅଣ୍ଡାରେ ଉଚ୍ଚ ମାନର ପ୍ରୋଟିନ୍ ଏବଂ ଚର୍ବି ରହିଛି। ଅଣ୍ଡା ଶସ୍ତା ଏବଂ ସହଜରେ ଉପଲବ୍ଧ ହେବା ସହ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପୁଷ୍ଟିକର ଆବଶ୍ୟକତାକୁ ମଧ୍ୟ ସହଜରେ ପୂରଣ କରେ। ପ୍ରୋଟିନର ଅନ୍ୟାନ୍ୟ ଉତ୍ସ ଥିବାବେଳେ, ଅଣ୍ଡା ମାନବ ପାଇଁ ଉପଲବ୍ଧ ପ୍ରୋଟିନରେ ଭରପୂର ଥିବାରୁ ଏହାକୁ ବହୁଳ ଭାବରେ ଖିଆଯାଏ।
ସ୍ୱାସ୍ଥ୍ୟ ସୁବିଧା:
- ଗୋଟିଏ ଅଣ୍ଡା ୧୩ଟି ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ସହିତ ୬ ଗ୍ରାମ ପ୍ରୋଟିନ୍ ଯୋଗାଇଥାଏ।
- ଅଣ୍ଡା ଖାଇବା ହୃଦୟର ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ କାରଣ ଏଥିରୁ HDL, ଭଲ କୋଲେଷ୍ଟ୍ରଲର ମିଳିଥାଏ
- ଏହା LDL ଓ ଖରାପ କୋଲେଷ୍ଟ୍ରଲ ମଧ୍ୟ ହ୍ରାସ କରେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)