/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697001249.jpg)
International Day of the Girl Child
ଆଜି ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ । କନ୍ୟା ସନ୍ତାନଙ୍କ ସଶକ୍ତୀକରଣ ଓ ସେମାନଙ୍କ ଅଧିକାରର ସୁରକ୍ଷା ଉପରେ ଗତ ୨୦୧୨ ମସିହାରୁ ଆଜିର ଦିନକୁ ବିଶ୍ୱବ୍ୟାପୀ ପାଳନ କରାଯାଉଛି । ଏଥରର ଥିମ୍ ରହିଛି "Invest in Girls' Rights:Our Leadership, Our Well-being," । ୧୯୯୫ ମସିହାରେ ବେଜିଂରେ ଆୟୋଜିତ ବିଶ୍ୱ ମହିଳା ସମ୍ମିଳନୀରେ ପ୍ରଥମ ଥର ପାଇଁ କନ୍ୟା ସନ୍ତାନଙ୍କ ଅଧିକାର ଉପରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ ଜାତିସଂଘ ମଧ୍ୟ ସହମତି ଦେଇଥିଲା । ତେବେ ଏତେ ସବୁ ସଚେତନତା ସତ୍ତ୍ୱେ ବିଶ୍ୱରେ ୧୦୭ଜଣ ପୁଅଙ୍କ ଅନୁପାତରେ ୧୦୦ଜଣ ଝିଅ ରହିଛନ୍ତି ।
ସାମାଜିକ ଚକ୍ର ଚାଲୁ ରହିବା ପାଇଁ ମହିଳା ଓ ପୁରୁଷଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ । ତଥାପି ଅନେକ ଲୋକ ଆଜି ବି ଝିଅ-ପୁଅର ଭେଦଭାବ ଦେଖନ୍ତି । ଏହି ଭେଦଭାବକୁ ଦୂର କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ଅକ୍ଟୋବର ୧୧ କୁ ବିଶ୍ୱ କନ୍ୟା ସନ୍ତାନ ଦିବସ ରୂପେ ପାଳନ କରାଯାଉଛି । କାରଣ ସ୍ତ୍ରୀ-ପୁରୁଷର ଭେଦଭାବ ନରହିଲେ ଏକ ସୁସ୍ଥ ସମାଜ ଗଢିଉଠିବ ।
ଏଥିସହ ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରାଇବା, ସେମାନଙ୍କୁ ମୌଳିକ ଅଧିକାର ଦେବା ଏବଂ ମହିଳା ସଶକ୍ତିକରଣ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ମଧ୍ୟ କନ୍ୟା ସନ୍ତାନ ଦିବସ ପାଳନ ଭଳି ଭିନ୍ନ ପଦକ୍ଷେପ ନିଆଯାଇଛି । ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ସଂକଳ୍ପ ପାରିତ ହେବା ପରେ ଏହି ଦିବସ ପାଳନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)