Advertisment

World Mental Health Day: ମାନସିକ ଅବସ୍ଥାକୁ ସୁସ୍ଥ ରଖିବା ପାଇଁ ମାନନ୍ତୁ ଏହି ୧୦ଟି ଟିପ୍ସ

ଆଜିର ଧାଁ ଧପଡ ଜୀବନରେ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ଜରୁରୀ। ତେବେ ମାନସିକ ଅବସ୍ଥାକୁ ସୁସ୍ଥ ରଖିବା ନେଇ କ’ଣ କରିବାକୁ ହେବ ଆସନ୍ତୁ ସେ ବିଷୟରେ କେତେକ ଟିପ୍ସ ଉପରେ ନଜର ପକେଇ ନେବା।

author-image
Pramod Behera
ଅଦ୍ୟତନ ହୋଇଛି
World Mental Health Day 2023

know 10 amazing natural ways to improve your brain health

ପ୍ରତିବର୍ଷ ୧୦ ଅକ୍ଟୋବରରେ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଏ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା। ପ୍ରତିବର୍ଷ ଭିନ୍ନ ଭିନ୍ନ ଥିମ୍‌କୁ ନେଇ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷର ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ର ଥିମ ହେଉଛି 'ମାନସିକ ସ୍ୱାସ୍ଥ୍ୟ ହେଉଛି ଏକ ବିଶ୍ୱବ୍ୟାପୀ ମାନବ ଅଧିକାର'(Mental health is a universal human right)।

Advertisment

ଆଜିର ଧାଁ ଧପଡ ଜୀବନରେ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ଜରୁରୀ। ଏକ ଉତ୍ତମ ଜୀବନ ପାଇଁ, ମସ୍ତିଷ୍କକୁ ମଜବୁତ କରିବା, ସ୍ମୃତିକୁ ତୀକ୍ଷ୍ଣ କରିବା, ଚିନ୍ତା ଏବଂ ବୁଝିବାର ଶକ୍ତିକୁ ବୃଦ୍ଧି କରିବା ଏବଂ ମାନସିକ ସମସ୍ୟାରୁ ଦୂରେଇ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ମାନସିକ ଅବସ୍ଥାକୁ ସୁସ୍ଥ ରଖିବା ନେଇ କ’ଣ କରିବାକୁ ହେବ ଆସନ୍ତୁ ସେ ବିଷୟରେ କେତେକ ଟିପ୍ସ ଉପରେ ନଜର ପକେଇ ନେବା।

ସୁସ୍ଥ ଖାଦ୍ୟ:

ଫଳ, ପନିପରିବା, ଶସ୍ୟ, ପ୍ରୋଟିନ୍ ଏବଂ ସୁସ୍ଥ ଚର୍ବିରେ ଭରପୂର ଖାଦ୍ୟ ଖାଇବା ମସ୍ତିଷ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଓମେଗା-୩ ଫ୍ୟାଟି ଏସିଡ୍‌ରେ ଭରପୂର ଖାଦ୍ୟ ଯେପରିକି ଫ୍ୟାଟି ଫିସ୍, ଫ୍ଲକ୍ସସିଡ୍ ଏବଂ ଅଖରୋଟ୍ ଆଦି ମସ୍ତିଷ୍କ କାର୍ଯ୍ୟ ପାଇଁ ବିଶେଷ ଲାଭଦାୟକ ହୋଇଥାଏ।

Advertisment

ଶାରୀରିକ ଭାବେ ସକ୍ରିୟ:

ଶାରୀରିକ ଭାବରେ ସକ୍ରିୟ ରହିବା, ମସ୍ତିଷ୍କର କାର୍ଯ୍ୟରେ ଉନ୍ନତି ଆଣିବା, ମାନସିକ ବିକୃତିର ଆଶଙ୍କାକୁ ହ୍ରାସ କରିବା ଏବଂ ମନୋବଳକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ। ପ୍ରତି ସପ୍ତାହରେ ଅତି କମରେ ୧୫୦ ମିନିଟ୍ ବ୍ୟାୟାମ କରିବାକୁ ଜରୁରୀ।

ଚାପରୁ ଦୂରେଇ ରହିବା:

ଦୀର୍ଘ ସମୟ ଧରି ଚାପରେ ରହିବା ଦ୍ୱାରା ମସ୍ତିଷ୍କ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ। ମାନସିକ ଧ୍ୟାନ, ପ୍ରାଣାୟମ, ଯୋଗାସନ ଆଦି ଚାପ ହ୍ରାସ କରିବାର କୌଶଳ। ଏସବୁ ଦୈନିକ ଅଭ୍ୟାସ କରିବା ଜରୁରୀ।

ଯଥେଷ୍ଟ ନିଦ:

ଚିନ୍ତନ-ବିଚାର କ୍ଷମତା ବଢାଇବା ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ସୁଖ ନିଦ୍ରା ଜରୁରୀ। ପ୍ରତିଦିନ ଅତି କମରେ ୭-୮ ଘଣ୍ଟା ଶୋଇବାକୁ ଦରକାର। ପ୍ରତିଦିନ ଗୋଟିଏ ସମୟରେ ଶୋଇବା ଏବଂ ଶୀଘ୍ର ଉଠିବା ଅଭ୍ୟାସ କରିବା ଉଚିତ।

ସାଙ୍ଗମାନଙ୍କ ସହିତ ସମ୍ପର୍କ:

ବନ୍ଧୁ, ପରିବାର ଏବଂ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ରହିବା ଏବଂ ସେମାନଙ୍କ ସହ କଥାବାର୍ତ୍ତା ହେବା ମସ୍ତିଷ୍କର କାର୍ଯ୍ୟକଳାପକୁ ବଢାଇବାରେ ଏବଂ ଏହାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ସାମାଜିକ କାର୍ଯ୍ୟ ପାଇଁ ସମୟ ବାହାର କରି ଅନ୍ୟମାନଙ୍କ ସହ ସମ୍ପର୍କ ତିଆରି କରିବା ଉଚିତ।

ଆଉ କ’ଣ କରିବେ:

  • ମାନସିକ କାର୍ଯ୍ୟକଳାପ ଯେପରିକି ପଢିବା, ପଜଲ୍ ସମାଧାନ କରିବା, ନୂଆ ଭାଷା ଶିଖିବା କିମ୍ବା ନୂଆ ହବି ବାଛିବା ମସ୍ତିଷ୍କକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ।
  • ଅତ୍ୟଧିକ ମଦ୍ୟପାନ ଏବଂ ଧୂମପାନ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।
  • ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଦିନସାରା ପ୍ରଚୁର ପାଣି ପିଇବା ଉଚିତ।
  • ଧ୍ୟାନ ମସ୍ତିଷ୍କର କାର୍ଯ୍ୟକଳାପକୁ ବୃଦ୍ଧି କରିଥାଏ।
  • ମସ୍ତିଷ୍କ ଆଘାତ ମସ୍ତିଷ୍କ ସ୍ୱାସ୍ଥ୍ୟ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇପାରେ। ମୁଣ୍ଡରେ ଯେପତି ଆଘାତ ନ ହୁଏ ସେନେଇ ସତର୍କ ରହିବା ଜରୁରୀ। ଏନେଇ ସାଇକେଲ୍, ବାଇକ୍। ଖେଳକୁଦ ସମୟରେ ହେଲମେଟ ପିନ୍ଧିବା ଭୁଲନ୍ତୁ ନାହିଁ।
Health Tips World Mental Health Day
Advertisment
Advertisment