/odishatv-khabar/media/post_attachments/uploadimage/library/16_9/16_9_0/Maa_Biraja_1696915900.jpg)
Maa Biraja
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ନବଦିନ ବ୍ୟାପି ରଥଯାତ୍ରା ପାଇଁ ଜୋରସୋରରେ ପ୍ରସ୍ତୁତି । ରଥ ନିର୍ମାଣ କାମ ଆଗେଇ ଚାଲିଥିବା ବେଳେ ପୀଠରେ ପ୍ରସ୍ତୁତି ଶେଷ ପର୍ଯାୟରେ । ରଥଖଳାରେ ମାସେ ହେଲାଣି ସିଂହଧ୍ୱଜ ରଥନିର୍ମାଣରେ ଲାଗିଛନ୍ତି ବିଶ୍ୱକର୍ମା । ଏପଟେ ମାଆ ବିରଜାଙ୍କୁ ରଥରେ ଦର୍ଶନ ପାଇଁ ଅପେକ୍ଷାରେ ଅଛନ୍ତି ଶ୍ରଦ୍ଧାଳୁ । ଗଡ଼ିବ ବିଜୟା ରଥ ।ଅସତ୍ୟ ଉପରେ ହେବ ସତ୍ୟର ବିଜୟ ।
ମହିଷାସୁରକୁ ବଧ କରି ସତ୍ୟ ପ୍ରତିଷ୍ଠା କରିବେ ମାଆ ବିରଜା ।ମନ୍ଦିରରୁ ବାହାରି ସିଂହଧ୍ୱଜ ରଥରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମାଆ ବିରଜା।ଯାଜପୁରର ପ୍ରସିଦ୍ଧ ବିରଜା ରଥ ଯାତ୍ରାକୁ ଆଉ କେଇଦିନ ବାକି ଥିବାବେଳେ ଏବେ ଜୋରସୋରରେ ଚାଲିଛି ପ୍ରସ୍ତୁତି
ଦ୍ୱିତୀୟା ତିଥିରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ସହ ସ୍ଥାପନ ହୋଇଛି ଦଶକଳସ ।ପ୍ରତିପଦା ଠାରୁ ଆରମ୍ଭ ହେବ ମାଆଙ୍କ ନବଦିନାତ୍ମକ ରଥଯାତ୍ରା । ମହାନବମୀ ଯାଏ ପ୍ରତିଦିନ ରଥାରୁଢ ହୋଇ ମାଆ ବେଢା ପରିକ୍ରମା କରିବେ ।ଲାଖବିନ୍ଧା ପର୍ବରେ ମହିଷାସୁର ବଧ କରି ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ମାଆ ।
ସୁନିଆ ତିଥିରେ ବିଲ୍ୱବରଣ ପରେ ବେଲ ଗଛ କଟାଯିବା ପରେ ଆରମ୍ଭ ହୋଇଥିଲା ରଥକାମ ।ଏବେ ରଥଯାତ୍ରାକୁ ଆଉ କେଇଦିନ ବାକି ଥିବା ବେଳେ ବିଶ୍ବକର୍ମାଙ୍କୁ ବି ଆଉ ତର ନାହିଁ । ୫୫ଫୁଟ ଉଚ୍ଚ ସିଂହଧ୍ୱଜ ରଥରେ ୧୨ଗୋଟି ଚକ ଥିବା ବେଳେ ମୋଟ ୮୯୮ ଖଣ୍ଡ ଲାଗିଛି ।
ଭାରତ ବର୍ଷର କୌଣସି ଶକ୍ତିପୀଠରେ ରଥଯାତ୍ରା ଅନୁଷ୍ଠିତ ହେଉନଥିବା ବେଳେ ଏକମାତ୍ର ଶକ୍ତିପୀଠ ଭାବେ ମାଆ ବିରଜାଙ୍କ ଯାତ୍ରା ଅନନ୍ୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)