/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696730527.jpg)
Indian Air Force Day
ଆଜି ୯୧ ତମ ବାୟୁସେନା ଦିବସ । ତେବେ ଆଜିର ଦିନ ବାୟୁସେନା ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଭାବେ ଲିପିବଦ୍ଧ ହୋଇ ରହିବ। ଆଜି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବି.ଆର. ଚୌଧରୀ ବାୟୁସେନା ନୂଆ ପ୍ରତୀକର ଉନ୍ମୋଚନ କରିବେ। ଦେଶ ସ୍ୱାଧୀନ ହେବା ପରେ ପ୍ରଥମଥର ପାଇଁ ବାୟୁସେନାର ଧ୍ୱଜାରେ ପରିବର୍ତ୍ତନ କରାଯାଉଛି। ନୂଆ ଧ୍ୱଜାରେ ୟୁନିଅନ୍ ଜ୍ୟାକ୍ ହଟାଇ ତା ସ୍ଥାନରେ ତ୍ରିରଙ୍ଗାକୁ ସ୍ଥାନ ଦିଆଯାଇଛି। ....
ବାୟୁସେନା ଦିବସ ଅବସରରେ ଆଜି ସଙ୍ଗମ ସହର ପ୍ରୟାଗରାଜରେ ହେବ ମେଗା ଏୟାର ସୋ। ଯେଉଁଥିରେ ଶକ୍ତି, ସାମର୍ଥ୍ୟ ଓ ଶୌର୍ଯ୍ୟ ଦେଖାଇବେ ଭାରତୀୟ ବାୟୁସେନାର ବୀର ଯୋଦ୍ଧା। ଏୟାର ଫୋର୍ସର ଭିଣ୍ଟେଜ୍ ଏୟାରକ୍ରାଫ୍ଟ ଟାଇଗର ମୋଥ୍, ହାର୍ବଟ ଟ୍ରେନର, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ C-130J ସୁପର ହେରକୁଲସ୍, ଚେତକ, ମିରାଜ୍, ସୁଖୋଇ-୩୦ ଏବଂ ଡାକୋଟା ଭଳି ବିମାନ ନିଜ ସାମର୍ଥ ପ୍ରଦର୍ଶନ କରିବେ।..
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ୍, ରାଫେଲ, ମିରାଜ୍-୨୦୦୦, କୋବ୍ରା ଏବଂ ସୁଖୋଇ-୩୦ ବି ଦମ୍ ଦେଖାଇବେ
ଆକାଶରେ। ଏଥିସହ ସୂର୍ଯ୍ୟକିରଣ, ଆକାଶ ଗଙ୍ଗା ସମେତ ଏରୋବେଟିକ୍ ଶୋ’ ବି ହେବ। ସେହିପରି ଅଗ୍ନିବୀର, ଗରୁଡ କମାଣ୍ଡୋ ଏବଂ ବାୟୁସେନାର ଯବାନ ଚିତାକର୍ଷକ ପରେଡ୍ କରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)