Advertisment

Indian Postal Day 2023: ଭାରତ ହେଉଛି ଦୁନିଆର ସବୁଠୁ ବଡ ଡାକ ନେଟ୍‌ୱାର୍କ; ଜାଣନ୍ତୁ କେତେ ଅଛି ଡାକଘର

ପ୍ରତିବର୍ଷ ୧୦ ଅକ୍ଟୋବରରେ ‘ଭାରତୀୟ ଡାକ ଦିବସ’ ପାଳନ କରାଯାଏ। ଏହି ଦିନ ଭାରତୀୟ ଡାକ ସେବାକୁ ସ୍ମରଣ କରାଯାଏ। ଆମ ଜୀବନରେ ଡାକ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଜଣାଇବା ପାଇଁ ଏହାକୁ ପାଳନ କରାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
National Postal Day 2023

The world's largest postal network in India

ଭାରତରେ ପ୍ରତିବର୍ଷ ୧୦ ଅକ୍ଟୋବରରେ ‘ଭାରତୀୟ ଡାକ ଦିବସ’ ପାଳନ କରାଯାଏ। ଏହା ‘ବିଶ୍ୱ ଡାକ ଦିବସ’ର ପରଦିନ ପାଳନ କରାଯାଏ। ଏହି ଦିନ ଭାରତୀୟ ଡାକ ସେବାକୁ ସ୍ମରଣ କରାଯାଏ, ଯାହା ବିଶ୍ୱରେ ବ୍ୟାପକ ଭାବରେ ପରିଚାଳିତ ସରକାରୀ ଡାକ ସେବା। ଆମ ଜୀବନରେ ଡାକ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଜଣାଇବା ପାଇଁ ‘ଭାରତୀୟ ଡାକ ଦିବସ’ ପାଳନ କରାଯାଏ।

Advertisment

ଭାରତୀୟ ଡାକ ପ୍ରଥମେ ଲର୍ଡ ଡେଲହାଉସଙ୍କ ଦ୍ୱାରା ୧୮୫୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହା ଭାରତରେ ଉନ୍ନତ ଯୋଗାଯୋଗ ଦିଗରେ ପ୍ରଥମ ବୈପ୍ଳବିକ ପଦକ୍ଷେପ ଥିଲା। ‘ଭାରତୀୟ ଡାକ ଦିବସ’ ହେଉଛି ଭାରତରେ ଡାକ ସେବା ଦ୍ୱାରା ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବାର ଦିନ।

ଭାରତୀୟ ଡାକ ଦିବସର ମହତ୍ତ୍ୱ:

  • ଭାରତୀୟ ଡାକ ଦିବସର ଲକ୍ଷ୍ୟ ହେଉଛି ଭାରତରେ ଡାକ ସେବା ବିଷୟରେ ସଚେତନ କରିବା
  • ଦେଶରେ ମହାମାରୀ ପରିସ୍ଥିତିରେ ମଧ୍ୟ ଡାକ କର୍ମଚାରୀମାନେ ବିଳମ୍ବ ନ କରି ନିଜ ଜୀବନକୁ ବିପଦରେ ପକେଇ ପାର୍ସଲ୍ ବିତରଣ କରିଥିଲେ।
  • ଦେଶରେ ବ୍ୟାପକ ରୋଗ ସମୟରେ ଏହି ସେବାଗୁଡିକ ପ୍ରତ୍ୟେକ ସମ୍ବେଦନଶୀଳ ଅଞ୍ଚଳରେ ଔଷଧ, କୋଭିଡ୍-୧୯ ପରୀକ୍ଷଣ କିଟ୍ ଏବଂ ମେଡିକାଲ ପାର୍ସଲ ବିତରଣ କରିବାର ଏକମାତ୍ର ଉପାୟ ଥିଲା
  • ଭାରତୀୟ ଡାକ ଦିବସ ସେହି କର୍ମଚାରୀଙ୍କ ସମର୍ପଣକୁ ପ୍ରଶଂସା କରେ ଯେଉଁମାନେ ସବୁ ପ୍ରକାର ପରିସ୍ଥିତିରେ ଘରକୁ ଘର ବୁଲି ଚିଠି ଏବଂ ପାର୍ସଲ ବିତରଣ କରନ୍ତି।
Advertisment

ଭାରତରେ ପିନ୍ କୋଡ୍ ସିଷ୍ଟମ୍:

ଡାକ ସେବାରେ ପ୍ରାଥମିକ ଉପାଦାନ ହେଉଛି PIN ଯାହା ପୋଷ୍ଟାଲ୍ ଇଣ୍ଡେକ୍ସ ନମ୍ବର। ତେବେ ଆସନ୍ତୁ ଭାରତୀୟ ଡାକ ସେବାର PIN ସିଷ୍ଟମ୍ ବିଷୟରେ କିଛି ରୋଚକ ତଥ୍ୟ ଜାଣିନେବା।

କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀରାମ ଭିକାଜୀ ଭେଲଙ୍କର ୧୫ ଅଗଷ୍ଟ ୧୯୭୨ରେ ୬ ଅଙ୍କ ବିଶିଷ୍ଟ ପିନ୍ ସିଷ୍ଟମ ପ୍ରବର୍ତ୍ତନ କରିଥିଲେ।

  • PIN ର ପ୍ରଥମ ଅଙ୍କ ସେହି ଅଞ୍ଚଳକୁ ସୂଚାଏ
  • ଦ୍ୱିତୀୟ ଅଙ୍କ ଉପ-ଅଞ୍ଚଳକୁ ସୂଚାଏ
  • ତୃତୀୟ ଅଙ୍କ ଜିଲ୍ଲାକୁ ସୂଚାଏ
  • ଶେଷ ତିନୋଟି ଅଙ୍କ ପୋଷ୍ଟ ଅଫିସ୍ କୋଡ୍‌କୁ ସୂଚାଇଥାଏ ଯେଉଁଥିରେ ସମ୍ପୃକ୍ତ ଠିକଣା ଜଣାପଡେ

ଦୁନିଆର ସବୁଠୁ ବଡ ଡାକ ନେଟ୍‌ୱାର୍କ:

ଯଦିଓ ଡାକ ବିଭାଗ ଦେଶର ପୁରାତନ ବିଭାଗ ମଧ୍ୟରୁ ଅନ୍ୟତମ, ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଡିଜିଟାଲ ଯୁଗରେ ମଧ୍ୟ ଏହାର ଅସ୍ତିତ୍ୱ ଏବଂ ଗୁରୁତ୍ୱ କେବଳ ଅକ୍ଷୁଣ୍ଣ ରହିନାହିଁ ବରଂ ଏହା ବହୁତ ବିସ୍ତାର ମଧ୍ୟ କରୁଛି। ଆଜି ସାରା ଦେଶରେ ୧,୫୫,୫୩୧ ଡାକଘର ଅଛି।

୧,୫୫,୫୩୧ ଡାକଘର ସହିତ ଭାରତ ବିଶ୍ୱର ସବୁଠୁ ବଡ ଡାକ ନେଟ୍‌ୱାର୍କ ହୋଇପାରିଛି। ଏଥୁରୁ ୧୩୯,୦୬୭ଟି ଡାକଘର ଗ୍ରାମାଞ୍ଚଳରେ ଅଛି। ସ୍ୱାଧୀନତା ସମୟରେ, ୨୩,୩୪୪ ଡାକଘର ଥିଲା, ତାହା ପୁଣି ମୁଖ୍ୟତଃ ସହରାଞ୍ଚଳରେ। ଭାରତୀୟ ଡାକ ବିଭାଗ ସ୍ୱାଧୀନତା ପରଠାରୁ ଏହାର ନେଟ୍‌ୱାର୍କକୁ ସାତଥର ବିସ୍ତାର କରିଛି।

ଏହି ସମ୍ପ୍ରସାରଣ ମୁଖ୍ୟତଃ ଗ୍ରାମାଞ୍ଚଳକୁ ଦୃଷ୍ଟିରେ ରଖି କରାଯାଇଛି। ହାରାହାରି, ଗୋଟିଏ ଡାକଘର ୨୧.୫୬ ବର୍ଗ କିଲୋମିଟର ଏବଂ ୭,୭୫୩ ଜନସଂଖ୍ୟା ବିଶିଷ୍ଟ ଏକ କ୍ଷେତ୍ରକୁ ସେବା ଯୋଗାଇଥାଏ।

National Postal Day
Advertisment
Advertisment