ଆପଣମାନେ ନିଶ୍ଚିତ ଭାବେ ଜାଣିବାକୁ ଚାହୁଁଥିବା ଆଜି ଆମ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଏ ପର୍ବଟି କ’ଣ।
ଏଠି ୩୦ ହଜାର ପ୍ରକାର ଗଣେଶ ମୂର୍ତ୍ତି ପ୍ରଦର୍ଶନ ହୋଇଛି। ଏକ ସ୍କୁଲରେ ଏହିସବୁ ଗଣେଶ ମୂର୍ତ୍ତି ପ୍ରଦର୍ଶନ ହୋଇଛି। ଏଗୁଡିକ ବିଭିନ୍ନ ଧାତୁ, ଶସ୍ୟ, ପଥର, ବର୍ଜ୍ୟବସ୍ତୁରେ ନିର୍ମାଣ ହୋଇଛି।
ପଶ୍ଚିମାଞ୍ଚଳର ପାରମ୍ପରିକ ଗଣପର୍ବ ନୂଆଖାଇ। ଏହି ସମୟରେ ଗ୍ରାମବାସୀ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଇଥାନ୍ତି। ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇଯାଆନ୍ତି ଆଉ ମିଳିମିଶି ରହନ୍ତି। ଏହା ହେଉଛି ନୂଆଖାଇ ପର୍ବର ଏକ ବିଶେଷତା।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ସବୁଠି ଉତ୍ସାହ। ନୂଆ ଫସଲକୁ ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରିବ ଚାଷୀ।ମା’ ସମଲେଶ୍ୱରୀଙ୍କ ନିକଟରେ କରାଯିବ ନବାନ୍ନ ଅର୍ପଣ। ଘରେ ଘରେ ନୂଆ ଖାଇବେ ପଶ୍ଚିମ ଓଡ଼ିଶାବାସୀ
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ପାଳନ କରାଯାଇଥାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି। ଆସନ୍ତୁ ଜାଣିବା କିପରି ସ୍ଥିର ହୁଏ ଏହାର ଲଗ୍ନ।
ଦେବତା ଏକ, ସ୍ବରୂପ ଅନେକ। କେଉଁଠି ଗଛ, କେଉଁଠି ମୂର୍ତ୍ତି ତ ଆଉ କେଉଁଠି ଫଟୋ। ପବିତ୍ର ଗଣେଶ ଚତୁର୍ଥୀରେ ଆଜି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପୂଜା ପାଇଛନ୍ତି ଅଗ୍ରପୂଜ୍ୟ ଗଣେଶ
ଗଣେଶ ପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ସବୁଠି ଆନନ୍ଦ ଉଲ୍ଲାସରେ ଚାଲିଛି ଅଗ୍ରପୂଜ୍ୟଙ୍କ ଅବାହନ । ତେବେ ସବୁ ବର୍ଷ ଭଳି ଏ ବର୍ଷ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ଓ ପୂଜା ପେଣ୍ଡାଲରେ ଆକର୍ଷିଣୀୟ ଥିମ୍ ସହ ଏକ୍ସପେରିମେଣ୍ଟ କରିଛନ୍ତି ବିଭିନ୍ନ ପୂଜା କମିଟି ।
ବର୍ତ୍ତମାନ ଭାରତ ଅତି ସହଜରେ ଏସିଆ କପ୍ ଟାଇଟଲ୍ ଜିତିଥିବାରୁ ଏଥର ବିଶ୍ୱକପ୍ ଟାଇଟଲ୍ ଜିତିବା ପାଇଁ ଭାରତୀୟ ଟିମ୍ ମୁଖ୍ୟ ଦାବିଦାର ହେବା ଆଶା ଆହୁରି ବଢିଯାଇିଛି। ଏହି କଳ୍ପନା ଜଳ୍ପନା ଭିତରେ ଆସନ୍ତୁ କ୍ରିକେଟ୍ ବିଶ୍ୱକପ୍କୁ ନେଇ ଏହାର ଇସିହାସ ଜାଣିନେବା।
ଆଜି ଗଣେଶ ପୂଜା । ଅଗ୍ରପୂଜ୍ୟ, ଗଜାନନ, ପାର୍ବତୀ ନନ୍ଦନ...ନାଁ ଅନେକ କିନ୍ତୁ ରୂପ ଏକ । ଗଣପତିଙ୍କ ଆରାଧନା ପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି । ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପ ଗୁଡିକୁ ଏଥିପାଇଁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି।
ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପରେ ପୂଜା ପାଉଛନ୍ତି..ପୂଜାମଣ୍ଡପ ଗୁଡିକୁ ଆକର୍ଷଣୀୟ ଢଙ୍ଗରେ ସଜ୍ଜାଯାଇଛି
ଆପଣମାନେ ହୁଏତ ଅନେକ ଗଣେଶଙ୍କ ଅଜବ ନାଁ ଶୁଣିଥିବେ। ଯେମିତି କି ଡ୍ୟାନ୍ସିଂ ଗଣେଶ, ବୁଢ଼ା ଗଣେଶ, ପେଟା ଗଣେଶ ଇତ୍ୟାଦି। ପୁରୀର ଏହି ଜାଗାରେ ଅଛନ୍ତି ଭଣ୍ଡ ଗଣେଶ। ଏହି ନାମକରଣର ରହସ୍ୟ କ’ଣ ଆସନ୍ତୁ ଜାଣିନେବା।
ପାଖେଇ ଆସୁଛି ଗଣେଷ ପୂଜା । ଗାଁ ଗାଁରେ, ଛକ ଛକରେ ପୂଜାକୁ ଜାକ ଯମକରେ କରିବାକୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଲାଣି । ହେଲେ ଏଥର ପ୍ଲାଷ୍ଟର ଅଫ୍ ଫ୍ୟାରିସ କି କସମେଟିକ୍ ରଙ୍ଗରେ ନୁହେଁ ବରଂ ମାଟିରେ ଏବଂ ପ୍ରାକୃତିକ ରଙ୍ଗରେ ମୂର୍ତ୍ତି ତିଆରି କରିବାକୁ ନିଆଯାଇଛି ନିଷ୍ପତ୍ତି । ସେଇଥି ଲାଗି ତ ସ୍କୁଲ ପରିସରରେ ତିଆରି ଚାଲିଛି ଏମିତି ପ୍ରସ୍ତୁତି ।
କୁହାଯାଏ ଯେ ହିନ୍ଦୁ ଦେବତା ବ୍ରହ୍ମାଙ୍କ ପୁତ୍ର ବିଶ୍ୱକର୍ମା ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ। ବିଶ୍ୱକର୍ମାଙ୍କୁ ମଧ୍ୟ ଦେବତାମାନଙ୍କ ପ୍ରାସାଦର ସ୍ଥପତି ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ତାଙ୍କ ନିର୍ମିତ କେତେକ ମହାନ ନଗରୀ।
ଆଜି ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ। ଦେବତାଙ୍କ ଶିଳ୍ପୀ, ସଂସାରର ପ୍ରଥମ ଇଂଜିନିୟର, ବାସ୍ତୁଦେବଙ୍କ ସନ୍ତାନ ଭଗବାନ ବିଶ୍ୱକର୍ମା ବାସ୍ତୁଶାସ୍ତ୍ରର ପ୍ରଚଣ୍ଡ ବିଦ୍ୱାନ ଥିଲେ। ଏ ସୃଷ୍ଟି ପାଇଁ ତାଙ୍କର ରହିଛି ଅନେକ ଅବଦାନ। ତେବେ ଆସନ୍ତୁ ଜାଣିବା ଏ ବିଶାଳ ସୃଷ୍ଟି ପାଇଁ ସେ କ’ଣ କରିଛନ୍ତି?
କରୋନା କଟକଣା ପରେ ଗତ ୩ ବର୍ଷ ଧରି ପାରାଦୀପରେ ଧୂମଧାମ୍ରେ ପାଳନ ହୋଇନଥିଲା ବିଶ୍ୱକର୍ମା ପୂଜା । ଚଳିତ ବର୍ଷ ଅଧିକ ମୂର୍ତ୍ତି କରାଯାଇନଥିଲେ ମଧ୍ୟ ୯ଟି ମେଢରେ ପୂଜା ପାଇବେ ଦେବ ଶିଳ୍ପୀ ।
ଓଜୋନ୍ ଲେୟର ବିଷୟରେ ପ୍ରାୟ ସମସ୍ତେ ଶୁଣିଥିବେ, କିନ୍ତୁ ଏହା କ’ଣ ଏବଂ ଏହି ଦିବସ କାହିଁକି ପାଳନ କରାଯାଏ ଆପଣ ଜାଣନ୍ତି କି? ବାସ୍ତବରେ, ଓଜୋନ ସ୍ତରକୁ ରକ୍ଷାକରିବା ପାଇଁ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୬ ସେପ୍ଟେମ୍ବରରେ 'ବିଶ୍ୱ ଓଜୋନ ଦିବସ' ପାଳନ କରାଯାଏ।
ପାଖେଇ ଆସୁଛି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶ ଚତୁର୍ଥୀ । ପୂଜା ଲାଗି ଚଳଚଂଚଳ ହେଲାଣି ଗାଁଠୁ ସହର । ନିଜ ନିଜ ପୂଜା ମଣ୍ଡପକୁ ଆକର୍ଷଣୀୟ ଢଙ୍ଗରେ ସଜେଇବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ହେଲେ ବ୍ରହ୍ମପୁର ସାନକୁଶସ୍ଥଳୀ ଗାଁର ପୂଜାକୁ ନେଇ ଏବେ ସହରସାରା ଚର୍ଚ୍ଚା
ଜମିବ ଗଣେଶ ପୂଜା । ମାସେ ଯାଏଁ ପୂଜା ପାଇବେ ବୁଢା ଗଣେଶ । ଚାନ୍ଦିର ତାରକସି କାମରେ ଚିକମିକ କରିବ ପୂଜା ପେଣ୍ଡାଲ । ଆଉ ଭସାଣୀରେ ତ ପୂରା ବୋବାଲିଆ ଡ୍ୟାନ୍ସ ହେବ
ବାସ୍ତବରେ ସମଗ୍ର ଓଡ଼ିଶାରେ ଏହାର ମୂଳ ନାଁ ସପ୍ତପୁରୀ ଅମାବାସ୍ୟା । ବାର ମାସରେ ତେର ପର୍ବ ଆଧାରରେ ଏହା ମଧ୍ୟ ଗୋଟିଏ ପର୍ବ । ଭାଦ୍ରବ ଅମାବାସ୍ୟା ଯାହା ଉପକୂଳ ଓଡିଶାରେ ସପ୍ତପୁରୀ ଅମାବାସ୍ୟା ରୁପେ ପରିଚିତ । ଏହି ଦିନ ଆମ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି ହୁଏ । ଯାହା ୭ ପ୍ରକାର ପୂର ଦେଇ ପ୍ରସ୍ତୁତ ହୋଇଥାଏ ।
ଭାରତରେ ‘ଇଞ୍ଜିନିୟର୍ସ ଦିବସ’ ପ୍ରତିବର୍ଷ ୧୫ ସେପ୍ଟେମ୍ବରରେ ପାଳନ କରାଯାଏ। ୧୫ ସେପ୍ଟେମ୍ବର ହେଉଛି ଭାରତୀୟ ସିଭିଲ୍ ଇଞ୍ଜିନିୟର ତଥା ରାଜନେତା ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ‘ଇଞ୍ଜିନିୟର୍ସ ଦିବସ’ ଭାବରେ ପାଳନ କରାଯାଏ।
୧୫ ସେପ୍ଟେମ୍ବରରେ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରାଯାଏ। ଏହି ବିଶେଷ ଦିନ ପାଇଁ ୨୦୦୭ ରେ ମିଳିତ ଜାତିସଂଘ ସାଧାରଣ ସଭାରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ଲୋକମାନଙ୍କ ବିଷୟରେ ଏବଂ ଗଣତନ୍ତ୍ରର ମହତ୍ତ୍ୱକୁ ସ୍ମରଣ କରିବା ନେଇ ଏକ ସୁଯୋଗ ପ୍ରଦାନ କରେ।
ଭଗବାନ ଗଣେଶଙ୍କୁ ନେଇ ରହିଛି ଅନେକ କାହାଣୀ। କୁହାଯାଏ ଭାରତର ମହାନ କାବ୍ୟ ‘ମହାଭାରତ’କୁ ଭଗବାନ ଗଣେଶ ଲେଖିଥିଲେ। ତେବେ ସେ କିପରି ଓ କେଉଁଠି ଲେଖିଥିଲେ ଆସନ୍ତୁ ଜାଣିନେବା।
ସବୁ ଶୁଭ କାମରେ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବାର ଅନେକ ଲୋକପ୍ରିୟ କଥା ରହିଛି। ଏହା ପଛରେ ତାଙ୍କ ଦୁଇ ପତ୍ନୀ ରିଦ୍ଧି-ସିଦ୍ଧିଙ୍କର ମଧ୍ୟ ଭୂମିକା ଥିବା କିମ୍ବଦନ୍ତୀ କୁହେ। ତେବେ ଆସନ୍ତୁ ଜାଣିନେବା ଭଗବାନ ଗଣେଶ କାହିଁକି ଦୁଇଟି ବିବାହ କରିଥିଲେ।
ଗଣେଶ ପୂଜାରେ ସଙ୍ଗୀତ ଏବଂ ନୃତ୍ୟ ଏକ ବିଶେଷ ଭୂମିକା ନେଇଥାଏ। ଭଗବାନ ଗଣେଶଙ୍କୁ ସ୍ୱାଗତ କରିବା ହେଉ କି ତାଙ୍କର ବିଦାୟ ବେଳେ ଉଭୟ ନାଚ-ଗୀତର ଚମତ୍କାର ହାବଭାବ ଦେଖିବାକୁ ମିଳେ। ଏହି ୫ଟି ବଲିଉଡ ଗୀତ ଆପଣଙ୍କ ପୂଜାର ମାହୋଲକୁ ଆହୁରି ରଙ୍ଗିନ କରିଦେବ।
ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କୁ ସବୁଠାରୁ ଜ୍ଞାନୀ ଭାବେ ଗଣାଯାଏ। ଆପଣ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ ଏବଂ ସଫଳ କରିବାକୁ ଚାହାନ୍ତି ତେବେ ଏହି ଗଣେଶ ଚତୁର୍ଥୀରେ ଭଗବାନ ଗଣେଶଙ୍କ ଜୀବନରୁ କିଛି ଶିକ୍ଷା ନେଇ ଏହା କରି ପାରିବେ। ଆସନ୍ତୁ ସେ ବିଷୟରେ ଜାଣିନେବା।