Advertisment

Indian Postal Day: ଗଛ ମୂଳେ ବସି ଲୋକଙ୍କୁ ଡାକ ସେବା ଯୋଗାଉଛନ୍ତି, ପାହାଡ ଚଢି ଚିଠି ବାଣ୍ଟୁଛନ୍ତି

ଆଜିର ଡିଜିଟାଲ୍ ଦୁନିଆରେ ଡାକସେବା ମଧ୍ୟ ପଛରେ ପଡିନି। ଆଧୁନିକତାର ଢାଞ୍ଚାରେ ଅନେକ ଆଗକୁ ଯାଇଛି। ସରକାର ଜନମଙ୍ଗଳ ପାଇଁ ଯୋଗାଇଦେଉଥିବା ସମସ୍ତ ଯୋଜନା ଡିଜିଟାଲ୍‌ରେ ଚାଲିଛି। ହେଲେ ଦୁର୍ଗମ ଅଞ୍ଚଳରେ ଏହି ସବୁ ସେବା କିଭଳି ଚାଲିଛି ତା’ର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି।

author-image
Pramod Behera
Indian Postal Day Postal service is running under the tree

Indian Postal Day Postal service is running under the tree

ଆଜି ‘ଜାତୀୟ ଡାକ ସେବା ଦିବସ’ । ଦେଶରେ ଏହି ଡାକ ସେବା ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ବେଳେ ବହୁ ପୁରାତନ କାଳରୁ ଲୋକଙ୍କୁ ଏହି ସେବା ଯୋଗାଇ ଆସୁଛି। ଜନସାଧାରଣଙ୍କ ପାଇଁ ସଞ୍ଚୟ ଖାତା, ମାସିକ ଆୟ ଖାତା, ସୁକନ୍ୟା ସମୃଦ୍ଧି ଯୋଜନା, ପବ୍ଲିକ୍‌ ପ୍ରଭିଡେଣ୍ଟ୍‌ ଫଣ୍ଡ୍‌, କିଶାନ ବିକାଶ ପତ୍ର, ପେନ୍‌ସନ୍‌ ସ୍କିମ୍ ଭଳି ଅନେକ ଯୋଜନା ଯୋଗାଇ ଦେଉଛି ଡାକ ସେବା।

Advertisment

ଆଜିର ଡିଜିଟାଲ୍ ଦୁନିଆରେ ଡାକସେବା ମଧ୍ୟ ପଛରେ ପଡିନି। ଆଧୁନିକତାର ଢାଞ୍ଚାରେ ଅନେକ ଆଗକୁ ଯାଇଛି। ସରକାର ଜନମଙ୍ଗଳ ପାଇଁ ଯୋଗାଇଦେଉଥିବା ସମସ୍ତ ଯୋଜନା ଡିଜିଟାଲ୍‌ରେ ଚାଲିଛି। ଗ୍ରାହକଙ୍କ ସମସ୍ତ ଡାଟା ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିବାକୁ ପଡୁଛି। ହେଲେ ଯେଉଁଠି ନେଟ୍‌ୱର୍କର ସୁବିଧା ନାହିଁ, ସେଠାରେ ପୋଷ୍ଟ ମାଷ୍ଟରଙ୍କୁ ନାହିଁ ନ ଥିବା ହଇରାଣ ହେବାକୁ ପଡୁଛି।

ଦୁର୍ଗମ ଅଞ୍ଚଳରେ ଏହି ସବୁ ସେବା କିଭଳି ଚାଲିଛି ତା’ର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ଗଜପତି ଜିଲ୍ଲା ମୋହନା ଉପ ଡାକଘର ଅଧିନରେ ଥିବା ମଳାସପଦର୍ ଡାକସେବା ରାସ୍ତାକଡ ଗଛ ମୂଳେ ଚାଲିଛି। ଏଠାକାର ପୋଷ୍ଟ୍ ମାଷ୍ଟର୍ ହେଉଛନ୍ତି ଫୁଲସି ମଣ୍ଡଳ। ଫୁଲସି ମଣ୍ଡଳ ଏହିସବୁ ସମସ୍ୟାକୁ ସମ୍ମୁଖିନ କରୁଛନ୍ତି।

Advertisment

ନିଜ ଅଞ୍ଚଳରେ ନେଟ୍‌ୱର୍କ ନ ଥିବାରୁ ଗାଁ ଠାରୁ ୨୦ କିମି ଯାଇ ଏକ ଗଛ ମୂଳେ ବସି ଅନ୍‌ଲାଇନ୍‌ରେ ଗ୍ରାହକଙ୍କ ଡାଟା ଏଣ୍ଟ୍ରି କରୁଛନ୍ତି। ଦିନକୁ ଦୁଇ ଥର ନିଜ ଗାଁରୁ ୨୦ କିମି ଯାତ୍ରା କରି ଲୋକଙ୍କୁ ସେବା ଯୋଗାଉଛନ୍ତି। କେବଳ ସେତିକି ନୁହଁ, ବିଭିନ୍ନ ଗାଁକୁ ଯାତାୟାତ ପାଇଁ ଭଲ ରାସ୍ତା ନାହିଁ। ଡାକ ବ୍ୟାଗ୍ ଆସିବା ପରେ ପୋଷ୍ଟ ପିଅନ ନ ଥିବାରୁ ନିଜେ ଘାଟି ପାହାଡ ଚାଲି ଲୋକଙ୍କ ଚିଠି ମଧ୍ୟ ବାଣ୍ଟୁଛନ୍ତି।

ଗଜପତି ଜିଲ୍ଲା ମୋହନା ଉପ ଡାକ ଅଫିସ ଅଧୀନରେ ରହିଛି ୯ ଟି ଶାଖା ଡାକ ଘର। ଅଧିକାଂଶ ସ୍ଥାନରେ ନେଟ୍‌ୱର୍କ ସୁବିଧା ନ ଥିବାରୁ ଗ୍ରାହକଙ୍କୁ ଠିକ ସମୟରେ ସେବା ଯୋଗାଇବା ସମ୍ଭବ ହେଉ ନାହିଁ। ଡାକ ଘର ଲୋକଙ୍କ ପାଇଁ ଅନେକ ସେବା ଯୋଗାଇଆସୁଥିବା ବେଳେ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି।

ଆଜିର ଡିଜିଟାଲ୍ ଯୁଗରେ ଏହି ସବୁ ସମସ୍ୟା କାରଣ ଅନେକ କାମ ଠିକ ସେ ହୋଇପାରୁନି। ନେଟୱର୍କ ସୁବିଧା ଥିଲେ ନିଜ ପୋଷ୍ଟ ଅଫିସ୍‌ରେ ବସି ଅନଲାଇନ୍ କାମ କରି ଲୋକଙ୍କୁ ସହଜରେ ସେବା ଯୋଗାଯାଇ ପାରନ୍ତା ବୋଲି ମୋହନା ସବ୍‌ ପୋଷ୍ଟ ମାଷ୍ଟର ସିମାଞ୍ଚଳ ପ୍ରସାଦ ରାଉତ ଦାବି କରିଛନ୍ତି।

(ମୋହନାରୁ ମିହିର ଜତିଙ୍କ ରିପୋର୍ଟ)

National Postal Day
Advertisment
Advertisment