ଆଜି ପ୍ରଥମ ଥର ଓଡ଼ିଶା ଉପକୂଳର ୧୦ଟି ଦ୍ୱୀପରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। । ଡିଜିପି-ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ କହିବା ପରେ କୋଷ୍ଟଗାର୍ଡ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି। ସେସବୁ ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା
ପ୍ରତିବର୍ଷ ୨୬ ଜାନୁଆରୀରେ ‘ଅନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ’ ପାଳନ ହୁଏ ଏବଂ ସାରା ବିଶ୍ୱରେ ସୀମା ଶୁଳ୍କ ଅଧିକାରୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରାଯାଏ। ଆସନ୍ତୁ ଏହାର ଇତିହାସକୁ ଜାଣିବା।
ଭାରତ ପ୍ରତିବର୍ଷ ଜାନୁଆରୀ ୨୬ରେ ଏହାର ‘ଗଣତନ୍ତ୍ର ଦିବସ’ ପାଳନ କରେ। ଅନେକଙ୍କ ମନରେ କିନ୍ତୁ ଏମିତି ପ୍ରଶ୍ନ ମଧ୍ୟ ଉଙ୍କିମାରେ ଯେ କେବଳ ୨୬ ଜାନୁଆରୀକୁ କାହିଁକି ‘ଗଣତନ୍ତ୍ର ଦିବସ’ ଭାବେ ପାଳନ କରାଯାଏ। ଯଦି ଆପଣଙ୍କ ମନରେ ଏମିତି କିଛି ପ୍ରଶ୍ନ ଆସୁଛି ତେବେ ଜାଣି ନିଅନ୍ତୁ…
ହିନ୍ଦୁ ଧର୍ମରେ ଅଘୋରୀ ସାଧୁଙ୍କୁ ରହସ୍ୟମୟ ତଥା ବିପଜ୍ଜନକ ମଧ୍ୟ ବିବେଚନା କରାଯାଏ। ଲୋକଙ୍କ ମନରେ ପ୍ରାୟତଃ ଏକ ପ୍ରଶ୍ନ ଆସେ ଯେ ଅଘୋରୀ ସାଧୁ କିପରି ହୁଅନ୍ତି ଏବଂ ସେମାନେ କାହାକୁ ପୂଜା କରନ୍ତି। ଆସନ୍ତୁ ଏ ବିଷୟରେ ଜାଣିବା।
ଅନେକ ସମୟରେ ‘ଗଣତନ୍ତ୍ର ଦିବସ’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଏ। ଆପଣ ଯଦି ଦ୍ୱନ୍ଦ୍ୱରେ ଅଛନ୍ତି ଯେ ଚଳିତ ବର୍ଷ ଆମେ ୭୬ ତମ ନା ୭୭ ତମ ‘ଗଣତନ୍ତ୍ର ଦିବସ’ ପାଳନ କରୁଛୁ, ତେବେ ଏହି ଲେଖାଟି କେବଳ ଆପଣଙ୍କ ପାଇଁ, କାରଣ ଏଠାରେ ଆମେ ସଠିକ୍ ଉତ୍ତର ଦେବାକୁ ଯାଉଛୁ।
ଓଳାଶୁଣୀ ପାହାଡ଼ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରିର ଅନତି ଦୂରରେ ପଲେଇ ମୌଜାସ୍ଥ ଶୁଖୁଆପଡ଼ା ଗାଁ ନିକଟରେ ଅବସ୍ଥିତ। ଏହାର ପୂର୍ବ ଦିଗରେ ଗାଙ୍ଗୀ ପାହାଡ଼, ଯେଉଁଠି ଅଛି ପୁରାଣପ୍ରସିଦ୍ଧ ଗୋକର୍ଣ୍ଣ ବଟ। ଯେଉଁ ବୃକ୍ଷର ପତ୍ରଗୁଡିକର ଗୋଟିଏ ପଟେ ଅଶ୍ୱତ୍ଥ ଓ ଅନ୍ୟ ପଟେ ବରପତ୍ର। ଦକ୍ଷିଣ ଦିଗରେ ଅଛି ଗୋବରୀ ନଦୀ। ପଶ୍ଚିମ ପଟେ ଶୁଖୁଆପୋଡ଼ା ଗାଁ। ଉତ୍ତର ଦିଗରେ ଲଳିତଗିରି ପାହାଡ଼।
ମହାକୁମ୍ଭର ମହାବିପଣୀରେ ନାନା ଦୃଶ୍ୟ। ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ରାମ ମନ୍ଦିର ସାଦୃଶ ଏକ ପେଣ୍ଡାଲ ନିର୍ମାଣ କରାଯାଇଛି। ଗଙ୍ଗା ଯମୁନା ସରସ୍ୱତୀ ନଦୀ ତ୍ରୟର ତ୍ରିବେଣୀ ସଙ୍ଗମରେ ସାଧୁଙ୍କ ଦ୍ୱାରା ସାଂଧ୍ୟ ଆଳତୀ ତ୍ରିବେଣୀ ସଙ୍ଗମରେ ତିଳକ ସେବା। ମହାକୁମ୍ଭରେ ମହାବିପଣୀ, ଖୋଲିଛି ଭଳିକ ଭଳି ଦୋକାନ, ଚାଲିଛି କିଣାବିକା।
ମୋନାଲିସା ଭୋନ୍ସଲେଙ୍କ ଭାଇ ଉକ୍ତ ଯୁବକ ମାନଙ୍କୁ ବିରୋଧ କରିବା ସହ ଫଟୋ ଡିଲିଟ୍ କରିବା ପାଇଁ କହିଥିଲେ । ଏହାପରେ ସେହି ଲୋକମାନେ ତାଙ୍କ ଭାଇଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛେଇ ନଥିଲେ ।
ନିଜ ଜୀବନ କାଳ ମଧ୍ୟରେ ସମୁଦାୟ ୩୭ ବର୍ଷ ବନ୍ଦୀ ଜୀବନ କାଟିଥିବା ସେହି ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଫେବ୍ରୁଆରୀ ୨୮, ୧୮୮୪ରେ ସମସ୍ତଙ୍କ ଅଗୋଚରରେ ଗିରିଦୁର୍ଗ ମଧ୍ୟରେ ଶେଷ ନିଃଶ୍ଵାସ ତ୍ୟାଗ କଲେ। ହେଲେ ଅସୀମ ତ୍ୟାଗ ଓ ବୀରତ୍ଵର ପ୍ରତୀକ ବୀର ସୁରେନ୍ଦ୍ର ସାଏ ଆଜି ବି ଜଣେ ମହାନ୍ ଯୋଦ୍ଧା ରୂପେ ପ୍ରତିଟି ଭାରତୀୟଙ୍କ ମନରେ ଜୀବିତ ଅଛନ୍ତି।
ନେତାଜୀଙ୍କ ଜନ୍ମ ଦିବସକୁ ସ୍ୱତନ୍ତ୍ର କରିବା ପାଇଁ 2021 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ 23କୁ ପରାକ୍ରମ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ।
ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ବ୍ରିଟିଶ ସରକାରରେ ସେବା କରିବାକୁ ମନା କରିଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଜାପାନ ଏବଂ ଜର୍ମାନୀର ସହଯୋଗରେ "ଆଜାଦ ହିନ୍ଦ୍ ଫୌଜ୍" ପ୍ରତିଷ୍ଠା କରିଥିଲେ।
କୁମ୍ଭମେଳା ପାଇଁ ପ୍ରସ୍ତୁତି ପୂର୍ବରୁ ଓ ପ୍ରସ୍ତୁତି ପରେ କେମିତି ଦେଖାଯାଉଛି ପ୍ରୟାଗରାଜର ସଂଗମ ସ୍ଥଳ ସେହି ଫଟୋ ଜାରି କରିଛି ଇସ୍ରୋ ।
ବିଚିତ୍ର ଏ ଦେଶ, ବିଚିତ୍ର ଏହାର ଧର୍ମ ପରମ୍ପରା। ୪୫ ଦିନ ଧରି ଚାଲିବାକୁ ଥିବା ମହାକୁମ୍ଭ ମେଳା ୨୦୨୫ ପାଇଁ ରଙ୍ଗୀନ ହୋଇଉଠିଛି ଉତ୍ତର ପ୍ରଦେଶର ପ୍ରୟାଗରାଜ ସହର। ଭକ୍ତ ଓ ସାଧୁମାନେ ବିଚିତ୍ର ବେଶରେ ନିଜକୁ ସଜେଇବା ମଧ୍ୟ ଏକ ମାନସିକ ପୂଜାରେ ଯାଏ। ଦେଖନ୍ତୁ କିଛି ଦୃଶ୍ୟ।
ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଗତବର୍ଷ ଆଜିର ଦିନରେ ଗର୍ଭଗୃହରେ ମର୍ଯାଦା ପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା।
ମହାଭାରତରେ ଯମୁନାକୁ ପବିତ୍ରତାର ଦେବୀ ଓ ସମସ୍ତ ଜୀବଙ୍କ ଉଦ୍ଧାରର ସ୍ରୋତ ଭାବରେ ବର୍ଣ୍ଣନା କରାଯାଇଛି । ଯମୁନା କୂଳରେ ତପସ୍ୟା କରୁଥିବା ଋଷିମାନଙ୍କୁ ମହାନ ପୁଣ୍ୟ ପ୍ରାପ୍ତ ହୋଇଥିବା ଉଲ୍ଲେଖ ହୋଇଛି । ଯମୁନା ନଦୀ ଭାରତୀୟ ସଂସ୍କୃତି ଓ ଇତିହାସର ଏକ ମହତ୍ୱପୂର୍ଣ୍ଣ ଅଂଶ । ପାହାଡ଼ରେ ଥିବା ଚାରି ଧାମ ମଧ୍ୟରୁ ପ୍ରମୁଖ ଧାମ ଯମୁନା ନଦୀର ଉତ୍ପତ୍ତି ସ୍ଥଳ, ଯାହାକୁ ଯମୁନୋତ୍ରୀ ଧାମ କୁହାଯାଏ । ଗଙ୍ଗା ସହିତ ସମାନ ଯମୁନା ମଧ୍ୟ ଭାରତୀୟ ଜୀବନ ପଦ୍ଧତିର ଜୀବନରେଖା ।
ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଥିଲେ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରର ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀ ଗଞ୍ଜାମ ଜିଲ୍ଲାର ମାଆ କାଳୀଜାଈଙ୍କ ପୀଠ ।
କୁମ୍ଭ ମେଳାରେ ପୁରୁଷ ନାଗା ସାଧୁଙ୍କ ପରି ମହିଳା ନାଗାମାନେ ଶାହି ସ୍ନାନ କରିଥାନ୍ତି । ସେମାନଙ୍କ ରହିବା ପାଇଁ ଅଲଗା ଅଲଗା ଆଖଡା ବ୍ୟବସ୍ଥା କରାଯାଇଛି । ତେବେ ପୁରୁଷ ନାଗା ସାଧୁମାନେ ସ୍ନାନ ପରେ ନଦୀରେ ବୁଡ ପକାଇବା ପାଇଁ ଯାଇଥାନ୍ତି । ଆଖଡାରେ ମହିଳା ନାଗା ସାଧୁମାନଙ୍କୁ ମାଆ, ଅବଧୂତାନୀ ବା ନାଗିନ ବୋଲି କହିଥାନ୍ତି । ଏମାନେ ସାଧାରଣତଃ ଜଙ୍ଗଲରେ ଏବଂ ଆଖଡାରେ ରୁହନ୍ତି ।
ପ୍ରୟାଗରାଜ ମହାକୁମ୍ଭ ମେଳାରେ ଭୟଙ୍କର ଅଗ୍ନିକାଣ୍ଡ। ଶାସ୍ତ୍ରୀ ବ୍ରିଜ୍ ନିକଟ କ୍ୟାମ୍ପରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ।
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଦେଶ ବିଦେଶର ସାଧୁସନ୍ଥମାନେ ଯୋଗ ଦେଇଛନ୍ତି । ତେବେ ଏହି ଭିଡ଼ ଭିତରେ ଚର୍ଚ୍ଚାକୁ ଆସିଲେ 'ଆଇଆଇଟିଆନ' ବାବା । ପ୍ରୟାଗରାଜରେ ଚର୍ଚ୍ଚିତ ଚେହେରା ଭାବେ ସୋସିଆଲ୍ ମିଡ଼ିଆରେ ଢେର୍ ସାରା ପ୍ରଶଂସା ସାଉଁଟି ଥିଲେ ଆଇଆଇଟିଆନ ବାବା । ବାବାଙ୍କ ସହ ଚର୍ଚ୍ଚାରେ ଥିଲା ତାଙ୍କ ଦରମା ଏବଂ କ୍ୟାରିୟର ।
Mona Lisa Maha Kumbh: ତ୍ତରପ୍ରଦେଶର ମହାକୁମ୍ଭ ମେଳାରୁ ପ୍ରତିଦିନ କାହାରି ନା କାହାରି କାହାଣୀ ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି । ଏବେ ମହାକୁମ୍ଭ ଜଣେ ମାଳା ବିକୁଥିବା ଝିଅ ଖୁବ ଭାଇରାଲ ହେଉଛି । ନା ହେଉଛି ମୋନାଲିସା ବନଜାରା ।
ବର୍ତ୍ତମାନ, ଆତ୍ମ ପ୍ରେମ ଗିରି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି। ତାଙ୍କର ଶରୀର ଓ ମୁହଁର ସ୍ୱତନ୍ତ୍ର ଚମକ ତାଙ୍କୁ ମେଳାରେ ଏକ ସ୍ୱତନ୍ତ୍ର ପରିଚିତି ଦେଇଛି। ସେ ଘଣ୍ଟା ଘଣ୍ଟା ବ୍ୟାୟାମ କରିବାକୁ ଭଲ ପାଆନ୍ତି, ଯାହା ତାଙ୍କର ଆକର୍ଷଣୀୟ ଲୁକ୍ ର ରାଜ୍।
ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଯିବାକୁ ଓଡିଶାରୁ ସବୁ ବାଟ ବନ୍ଦ । ୭ଟି ସ୍ବତନ୍ତ୍ର ଟ୍ରେନ୍ ଚାଲୁଥିବା ସତ୍ତ୍ବେ କେଉଁଥିରେ ଟିକେଟ୍ ମିଳୁନି । ତେଣେ ଓଏସଆରସିଟି ବସରେ ଯିବାକୁ ଲୋକ ହାଉଜାଉ ତ ଭୁବନେଶ୍ବରରୁ ବିମାନ ସଂଖ୍ୟା ବି ସମୁଦ୍ରକୁ ଶଙ୍ଖେ। ଫ୍ଲାଇଟ୍ ଫେୟାର ବି ହାଇଚାର୍ଜ। ଏଭଳି ସ୍ଥିତିରେ ଶ୍ରଦ୍ଧାଳୁ ସବୁଆଡୁ ନିରାଶ ହେବା ପରେ ପ୍ରୟାଗରାଜକୁ ପରିବହନ ସୁବିଧା ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ବିଚାର କରୁଛନ୍ତି।...
ମହାକୁମ୍ଭର ପ୍ରଥମ ଦୁଇ ଦିନରେ ୫.୨୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ । ତେବେ ଏହି ମେଳାରେ ଜାନୁଆରୀ ୧୫ ରେ ୪୦ ଲକ୍ଷ ଏବଂ ୧୬ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୩୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇ ଥିବା ବେଳେ ଏଥିରେ ବୁଡ଼ ପକାଇଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୭ କୋଟି ପାର କରିଛି ।
କୁମ୍ଭରେ ସ୍ନାନ ଓ ଦାନ ଆଦି କଲେ ଶତ ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ ତଥା ଆଉ ପୃଥିବୀ ପୃଷ୍ଠରେ ଜନ୍ମ ହୋଇ ଘାଣ୍ଟି ହେବାକୁ ପଡ଼େନି ବୋଲି କୁହାଯାଏ । କୁମ୍ଭମେଳା ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଭାରତର ପବିତ୍ର ନଦୀ କୂଳକୁ ଆକର୍ଷିତ କରିଥାଏ। ଏହି ଆୟୋଜନ ଆଧ୍ୟାତ୍ମିକତା, ପରମ୍ପରା ଓ ସମ୍ପ୍ରଦାୟର ଏକ ପର୍ଯ୍ୟାୟ ଅଟେ ।
୧୨ ବର୍ଷର କଠିନ ତପସ୍ୟା ପରେ ଜଣେ ସାଧୁଙ୍କୁ ନାଗାର ସଜ୍ଞା ପ୍ରାପ୍ତ ହୋଇଥାଏ । ଏହି ପଦବୀ ପାଇବା ପରେ ଆଖଡ଼ାର ଦାୟିତ୍ୱବାନ ଅଧିକାରୀ ହୋଇଯାଆନ୍ତି ନାଗା ସାଧୁ । ବୈଷ୍ଣବ ଆଖଡ଼ାର ପରମ୍ପରା ଅନୁସାରେ ରକମୀ ସାଧୁଙ୍କୁ ନିଜର ବଡ଼ ବନ୍ଦଗିଦାରଙ୍କ ଠାରୁ ଆରମ୍ଭ କରି ମହାଅତୀତ ସାଧୁଙ୍କ ସେବା କରିବାକୁ ପଡ଼େ । ବନ୍ଦଗୀଦାର କୋଠି ଓ ଭଣ୍ଡାରର ବ୍ୟବସ୍ଥା କରନ୍ତି, ବାଡ଼ି ଉଠାଇବା ଓ ଶାସ୍ତ୍ରର ଶିକ୍ଷା ଗ୍ରହଣ କରିବା ତାଙ୍କର କାର୍ଯ୍ୟ ହୋଇଥାଏ । ସେମାନେ ମନ୍ଦିରର ଦେଖାରଖା ସହ ଖାଦ୍ୟବ୍ୟବସ୍ଥା ମଧ୍ୟ ଦେଖନ୍ତି ।