• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

shnakara-charya
Puri Rath Yatra 2020:ରଥଯାତ୍ରା ଆୟୋଜନ ନେଇ ଆବେଦନ ଗ୍ରହଣ ହୋଇନଥିବାରୁ ଖପ୍ପା ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଖପ୍ପା ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଯାତ୍ରା ଆୟୋଜନ ସପକ୍ଷରେ ହୋଇଥିବା ଆବେଦନ ଏଯାଏଁ ଗ୍ରହଣ ହୋଇନଥିବା ପରିପ୍ରେକ୍ଷୀରେ ସେ କଡ଼ା ପ୍ରତିକ୍ରିୟା ରଖିଛନ୍ତି।  ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଯାତ୍ରା ଆୟୋଜନ ନେଇ ହୋଇଥିବା ଆବେଦନକୁ କୋର୍ଟ ଗତକାଲି ବିଚାର ଲାଗି ଗ୍ରହଣ କରିପାରିଥାଆନ୍ତେ। ରଥଯାତ୍ରାକୁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଆବେଦନକୁ ଗ୍ରହଣ କରାଯାଇନଥିବାରୁ ଏହା ସୁନିୟୋଜିତ ଯୋଜନା […]

gajapati raja
Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର ଭିତରେ ପରମ୍ପରା ରକ୍ଷା ଓ  ଶାସ୍ତ୍ର ସମ୍ମତ ବ୍ୟବସ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ନେଇଛି ପରିଚାଳନା କମିଟି। ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ଶ୍ରୀମନ୍ଦିର ଭିତରେ କେମିତି ବିଧିରକ୍ଷା କରାଯାଇପାରିବ ସେନେଇ ଆଜି ସଂଧ୍ୟାରେ ଛତିଶା ନିଯୋଗ ପ୍ରତିନିଧିଙ୍କ ବୈଠକ ବସିବ। ତେବେ ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଗଜପତି ମହାରାଜା […]

sura-routray
Puri Rath Yatra 2020:ରଥଯାତ୍ରା ବନ୍ଦ ପ୍ରସଙ୍ଗ- ବିଜେପି ନେତା ବିଜୟଙ୍କ ସରକାରଙ୍କୁ କଡ଼ା ସମାଲୋଚନା, କାନ୍ଦି ପକାଇଲେ ସୁର

ପୁରୀ: ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଗତକାଲିର ଦିନ ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିବ। ଯାହା ଆଶଙ୍କା ହେଉଥିଲା ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି। ଶେଷରେ ସେମାନେ ସଫଳ ହେଲେ ବୋଲି ବିଜୟ କହିଛନ୍ତି। ସ୍ନାନଯାତ୍ରା ଠାରୁ ଆଜି ଯାଏ କଟକଣା ଭିତରେ ନୀତିକାନ୍ତି ହୋଇଛି। ଏବେ ସୁପ୍ରିମକୋର୍ଟଙ୍କ ରାୟ ସମସ୍ତେ ମାନିବେ। କିନ୍ତୁ ରାଜ୍ୟ ସରକାର ସଂଦେହ ଘେରରେ ରହିଲେ। […]

cabinat
Puri Rath Yatra 2020:କ୍ୟାବିନେଟ୍‌ ନିଷ୍ପତ୍ତି; ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରଥଯାତ୍ରା ନେଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ରାଜ୍ୟ ସରକାର। ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶ ବାବଦରେ ଆଡଭୋକେଟ୍ ଜେନେରାଲ କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ। ଏହାପରେ ଆଇନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ଲାଗି ପ୍ରସ୍ତାବ ଆଣିଥିଲେ। ଏହି ପ୍ରସ୍ତାବ ସର୍ବସମ୍ମତିରେ ମଞ୍ଜୁରୀ ଲାଭ କରିଥିଲା। ଆଜି କ୍ୟାବିନେଟ ବୈଠକ ଆରମ୍ଭରେ […]

coronavirus
କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ି ଚାଲିଛି କରୋନା। ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାର ୮୮୧ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୭ ହଜାର ହେଲାଣି। ୧ ଲକ୍ଷ ୯୪ ହଜାର ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୧ ଲକ୍ଷ ୬୦ ହଜାର ୩୩୮ ରହିଛି।  କେବଳ ମହାରାଷ୍ଟ୍ରରେ ମୃତ୍ୟୁ […]

rath ayarraa
Puri Rath Yatra 2020:ରଥଯାତ୍ରା ବନ୍ଦ ପରେ କାନ୍ଦିଲେ ରୂପକାର ସେବାୟତ; କାଲି ପୁରୀ ବନ୍ଦ ଡାକରା

ପୁରୀ: ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇବି ୪ ଦିନ ଆଗରୁ ସରିଯାଇଥିଲା ରଥ ନିର୍ମାଣ ଖାଲି ଯାହା କନାମୁଣ୍ଡଣୀ ବାକିଥିଲା, ହେଲେ ତା ପୂର୍ବରୁ କରୋନା ପାଇଁ ଘୋଷଯାତ୍ରା ବନ୍ଦ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଭକ୍ତ ଓ ସେବାୟତ। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଥିବା ଜଗନ୍ନାଥ ସେନା ଆସନ୍ତାକାଲି ପୁରୀ ବନ୍ଦ ଡାକରା ଦେଇଛି। ସେପଟେ ନିଷ୍ପତ୍ତିକୁ ସରକାରୀ ପ୍ରାୟୋଜିତ କହି ସୁପ୍ରିମ୍‌କୋର୍ଟରେ ଦାମୀ ଓକିଲଙ୍କୁ ଛିଡ଼ା କରାଇବା ପଛର କାରଣକୁ ନେଇ ପ୍ରଶ୍ନ […]

ratha puri
Puri Rath Yatra 2020:ଠାକୁର ମନ୍ଦିର ଭିତରେ ଥାଇ କେମିତି ହେବ ଘୋଷଯାତ୍ରା ? ଇତିହାସ କହୁଛି...

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ରାୟ ପରେ ଏବେ ପ୍ରଶ୍ନ, ଠାକୁର ମନ୍ଦିର ଭିତରେ ଥାଇ କେମିତି ହେବ ଘୋଷଯାତ୍ରା ? ଗବେଷକଙ୍କ ମତରେ ୧୬୯୨ ଖ୍ରୀଷ୍ଟାବ୍ଦରେ ଶ୍ରୀଜୀଉଙ୍କ ବିଗ୍ରହ ମନ୍ଦିର ଭିତରେ ଥାଇ ବି ରଥଯାତ୍ରା ହୋଇ ପାରିନଥିଲା। ଏହାର ୩୨୮ ବର୍ଷ ପରେ ପୁଣି ସେଭଳି ଘଟଣା ଚଳିତ ବର୍ଷ ଘଟିବାକୁ ଯାଉଛି। ସେପଟେ ଶ୍ରୀମନ୍ଦିର ଇତିହାସ କହୁଛି, ବିଭିନ୍ନ ସମୟରେ ଆକ୍ରମଣ ଓ ଲୁଣ୍ଠନକାରୀଙ୍କ ଯୋଗୁଁ ମୋଟ ୩୨ ଥର ରଥଯାତ୍ରା ହୋଇପାରି […]

suprem
ରଥଯାତ୍ରା ନେଇ କାଲି ସୁପ୍ରିମକୋର୍ଟରେ ଶୁଣାଣି

ପୁରୀ: ଘୋଷଯାତ୍ରା ତିଥି ଯେତିକି ପାଖୋଉଛି, ବଡ଼ଦାଣ୍ଡରେ ରଥ ଗଡ଼ିବ କି ନାହିଁ ଦ୍ୱନ୍ଦ୍ୱ ସେତିକି ବଢୁଛି। କାରଣ କରୋନା କଟକଣା ଭିତରେ କେମିତି ହେବ ରଥ ଟଣା? ତାକୁ ନେଇ ମାମଲା ହାଇକୋର୍ଟ ପରେ ସୁପ୍ରିମକୋର୍ଟ ଯାଏଁ ଗଲାଣି। ଏମିତିକି ଏଥର ରଥଯାତ୍ରା ବନ୍ଦ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ବି ନିବେଦନ କରିଛି ଓଡ଼ିଶା ବିକାଶ ପରିଷଦ। ଯାହା ଉପରେ ଆସନ୍ତାକାଲି ଶୁାଣାଣି ହେବାର ଅଛି। ଆଉ ଏପଟେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ହାଇକୋର୍ଟ […]

  • Monday, 26 July 2021
puri
'ରଥଯାତ୍ରା ନ ହେଲେ ମହାପ୍ରଭୁ ବର୍ଷେ ଯାଏଁ ଆଉ ରତ୍ନସିଂହାସନକୁ ଫେରିବେନି'

ପୁରୀ: ରଥଯାତ୍ରା ପରମ୍ପରାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଚଳିତ ବର୍ଷ ଯଦି ରଥଯାତ୍ରା ଅୟୋଜନ ନହୁଏ ତେବେ ବର୍ଷ ତମାମ ଅଣସର ପିଣ୍ଡିରେ ହିଁ ପୂଜା ପାଇବେ ତିନି ଠାକୁର। ରଥଯାତ୍ରା ନହେଲେ ଚତୁର୍ଦ୍ଧାମୂର୍ତ୍ତି କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର। ରଥଯାତ୍ରା ସପକ୍ଷରେ ମତ ରଖି ସେ କହିଛନ୍ତି, ରଥଯାତ୍ରା ନ ହେଲେ ମହାପ୍ରଭୁ ବର୍ଷେ ଯାଏଁ ଆଉ ରତ୍ନସିଂହାସନକୁ ଫେରିବେ ନାହିଁ। ଜଗନ୍ନାଥଙ୍କ ସବୁ ରୀତିନୀତିରେ ବିଭ୍ରାଟ ହେବ। […]

  • Monday, 26 July 2021
d
ଶାବର ଶ୍ରୀକ୍ଷେତ୍ରରେ ଏଥର ନିରାଡ଼ମ୍ବର ଭାବେ ହେଲା ଶ୍ରୀଜିଉଙ୍କ ସ୍ନାନଯାତ୍ରା

କୋରାପୁଟ: କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ନିରାଡ଼ମ୍ବର ଭାବେ ହାତଗଣତି ସେବାୟତଙ୍କ ଦ୍ୱାରା ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶବର ଜନଜାତିର ଦେବତା ମାତାରବନମଙ୍କ ମନ୍ଦିର ନିକଟ କୂଅରୁ ଆସିଥିବା ଶ୍ରଦ୍ଧାର ଜଳରେ ତିନିଠାକୁରଙ୍କ ସ୍ନାନ କରିଥିଲେ। ଏହାପରେ ଶ୍ରୀଜିଉମାନେ ହାତୀ ବେଶରେ ଦର୍ଶନ ଦେଉଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମେଘନାଦ ପାଚେରୀ ମଧ୍ୟରେ କେବଳ କିଛି ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କୁ ସ୍ନାନ ନୀତି ସମ୍ପନ ହୋଇଛି। ତେବେ ଭକ୍ତଙ୍କୁ […]

  • Monday, 26 July 2021
kendrapara
କେନ୍ଦ୍ରାପଡ଼ାରେ ଶ୍ରୀଜୀଉଙ୍କର ଗଜ ବେଶ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ପାଳନ କରାଯାଇଛି ସ୍ନାନ ଯାତ୍ରା। ସକାଳ ୬ଟାରେ ତିନି ଦିଅଁଙ୍କୁ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା। ପରେ ପରେ ଜୟ ମଙ୍ଗଳା ଆଳତୀ, ନୀତିସ୍ନାନ, ବଲ୍ଲଭ ମଣୋହି, ମଙ୍ଗଳାର୍ପଣ କରାଯାଇଥିଲା। ଏହାପରେ ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କର ଗଜ ବଦନ ବେଶ କରାଯାଇଥିଲା। ସେବକମାନେ ଶ୍ରୀଜୀଉମାନଙ୍କୁ ପାରମ୍ପରିକ ରୀତିରେ ଗଜବେଶ କରାଇଥିଲେ। କରୋନା କଟକଣା ପାଇଁ ଚଳିତ ବର୍ଷ ଏଠାରେ ବି ୧୪୪ ଧାରା ଜାରି […]

  • Monday, 26 July 2021
fs
ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସ୍ନାନ ନୀତି ସଂପନ୍ନ

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଆୟୋଜିତ ହେଉଛି ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଏବେ ଶ୍ରୀଜିଉମାନଙ୍କ ସ୍ନାନ ନୀତି ସଂପନ୍ନ ହୋଇଥିବା ବେଳେ ଅପରାହ୍ଣରେ ହେବ ହାତୀ ବେଶ। ଭୋର ୪ଟାରୁ ପହଡ଼ ଭଙ୍ଗା ହେବାପରେ ମଙ୍ଗଳ ଆଳତୀ ହୋଇଥିଲା। ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ସ୍ନାନ ମଣ୍ଡପରେ ବିଜେ ପରେ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଇଛି। ତେବେ କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ମନ୍ଦିର ପ୍ରବେଶ […]

  • Monday, 26 July 2021
ଈଓଊପୋ
ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଧଳା ଓ କଳା ହାତୀବେଶରେ ବିଭୂଷିତ ହୋଇଛନ୍ତି ମହାପ୍ରଭୁ। ପାରମ୍ପରିକ ନିୟମ ଅନୁସାରେ ଆଜି ଶ୍ରୀଜିଉଙ୍କୁ ହାତୀ ବେଶରେ ସଜ୍ଜିତ କରାଯାଇଛି। ସେହିପରି ମାଆ ସୁଭଦ୍ରାଙ୍କୁ କମଳା ବେଶରେ ସଜା ଯାଇଛି। ଶ୍ରୀଜଗନ୍ନାଥ ଓ ବଡ଼ ଠାକୁର ବଳଭଦ୍ରଙ୍କ ପାଇଁ ହାଣ୍ଡିଆ, ଥୋଡ଼ହସ୍ତ, ଅଧର ତୋରଣ, ଗଜଖୁମ୍ଭ, ତିଲକ, ଛତୀରେ ଦୁଇ ଠାକୁରଙ୍କୁ ସଜା ଯାଇଛି। ସେହିଭଳି ମାଆ ସୁଭଦ୍ରାଙ୍କୁ ତଡ଼କୀ, ଚିତା ତରାସରେ ସଜା […]

  • Monday, 26 July 2021
pd
ରାତି ଗୋଟାଏରୁ ପହଣ୍ଡି; ମଧ୍ୟାହ୍ନ ୧୧ଟାରୁ ୧୨ ଭିତରେ ହାତୀବେଶ

ପୁରୀ : ଶ୍ରୀମନ୍ଦିର ଇତିହାସରେ ଲେଖା ହେବ ନୂଆ ଘଟଣା। ବଡ଼ଦାଣ୍ଡରେ ବିନା ଭକ୍ତରେ ସମ୍ପନ୍ନ ହେବ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣମୀ ନୀତି। ଏଥିପାଇଁ ଶ୍ରୀଜିଉଙ୍କ ଅପେକ୍ଷାରେ ରହିଛି ସ୍ନାନ ବେଦି। ରତ୍ନସିଂହାସନରୁ ଓହ୍ଲାଇ ଧାଡ଼ି ପହଣ୍ଡିରେ ଆସି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତୀ। ପରମ୍ପରା ଅନୁସାରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା’ପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସିବେ ମହାପ୍ରଭୁ ଜଗନ୍ନାଥ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ […]

  • Monday, 26 July 2021
h
ସ୍ନାନଯାତ୍ରାର ଦର୍ଶନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରାର ଦର୍ଶନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ। ଭକ୍ତଙ୍କ ଦର୍ଶନ ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଥିବାରୁ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଆଜି ଏହାର ଶୁଣାଣି କରିଛନ୍ତି ହାଇକୋର୍ଟ। ଏ ପ୍ରସଙ୍ଗରେ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ। କୋଭିଡ କଟକଣା ଭିତ୍ତିରେ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। କୋଭିଡ୍ ପରିସ୍ଥିତିକୁ ଦେଖି ଏଥର ଭକ୍ତଙ୍କ ଅନୁପସ୍ଥିତିରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା କରିବାକୁ […]

  • Monday, 26 July 2021
Niladri Bije
ଆଜି ନୀଳକନ୍ଦରର ରତ୍ନସିଂହାସନରେ ବିଜେ କରିବେ ନୀଳାଦ୍ରିନାଥ

ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ନୀଳକନ୍ଦରର ରତ୍ନସିଂହାସନରେ ବିଜେ କରିବେ ନୀଳାଦ୍ରିନାଥ। ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ।

adharapana
ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହେବ । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ ଓ଼ଡ଼ିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥାଏ

 suna vesha at puri
ସୁନାବେଶରେ ଅଘଟଣ; ଖସିଗଲା ମହାପ୍ରଭୁଙ୍କ କିରିଟିର କିଆ

ମହଣ ମହଣ ସୁନାରେ ସଜ୍ଜିତ ହୋଇ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ। ଏପଟେ ଘଟିଲା ଅଘଟଣ। ମହାପ୍ରଭୁଙ୍କ କିରିଟିରୁ ଖସିଗଲା ଗୋଟିଏ କିଆ।

Rath Yatra
ଅନନ୍ୟ ସୌଭାଗ୍ୟ ପାଇ ଧନ୍ୟ ମଣୁଥିଲେ ନିଜକୁ, ଭଜୁ ଥିଲେ ଜଗା ନାମକୁ

ରଥ ରଜ୍ଜୁ କାନ୍ଧରେ ଯେତେବେଳେ ଆନନ୍ଦ ଲାଗିବନି । ସେଇଥି ପାଇଁ ତ ଖାତିର ନଥିଲା ଡହ ଡହ ଖରାକୁ କି ଡର ନଥିଲା ମୂଷଳ ଧାରାର ବର୍ଷାକୁ । ରଜ୍ଜୁ ଟାଣୁଥିଲେ, ରଥ ଗଡୁଥିଲା ।

sunabesha
ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ ନୀତିକାନ୍ତି

ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ ନୀତିକାନ୍ତି । ଶ୍ରୀକ୍ଷେତ୍ରରେ ରଥ ଉପରେ  ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର । ଅପରାହ୍ନରେ ସାରା ଜଗତ ଦେଖିବ ଚକାଆଖିର ସୁନାବେଶ । ଶ୍ରୀଜିଉଙ୍କ ଏହି ଅପରୂପ ବେଶ ଦେଖିବାକୁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି । 

baripada-ratha-yatra-750x420
ରାତି ସାରା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି

ବାରିପଦା (ମାଣିକଲାଲ୍‌ ପାଣି): ଆଜି ଶ୍ରୀକ୍ଷେତ୍ରରେ ହୋଇଛି ରଥଯାତ୍ରା। ମାତ୍ର ଆସନ୍ତାକାଲି ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ରଥ ଟଣା ଆରମ୍ଭ ହେବ। ଆଜି ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥ ଉପରେ ବିରାଜମାନ କରାଯାଇଥିଲା। ତା’ପରେ ଶ୍ରଦ୍ଧାଳୁମାନେ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ। ଆସନ୍ତାକାଲି ଅପରାହ୍ନ ୨.୩୦ ମିନିଟ୍‌ରେ ମହାପ୍ରଭୁ ବଳଭଦ୍ରଙ୍କ ରଥକୁ ଭକ୍ତମାନେ ମାଉସୀ ମାଆ ମନ୍ଦିର ପର୍ଯ୍ୟନ୍ତ ଟାଣିନେବେ। ପରେ ଭଉଣୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଅଧବାଟ (ଟାଉନ୍‌ ଥାନା) […]

  • Wednesday, 21 July 2021
340-2-750x430
ମହାପ୍ରଭୁଙ୍କ ପାଇଁ ବିଶ୍ୱର ସବୁଠୁ କୁନି ରଥ ଗଢ଼ିଛନ୍ତି ସତ୍ୟ ମହାରଣା

ବ୍ରହ୍ମପୁର: ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ପଡ଼ିଛନ୍ତି ଭଗବାନ। ଭକ୍ତିର ଶକ୍ତି ଏତେ ଅଧିକ ଯେ, ମହାପ୍ରଭୁ ତାଙ୍କ ପ୍ରିୟ ଭକ୍ତଙ୍କ ପାଇଁ ସବୁ ପ୍ରକାର ଆଡ଼ମ୍ବରକୁ ତ୍ୟାଗ କରିପାରନ୍ତି। ସେ ବାଲି ରଥରେ ତାଙ୍କ ଭକ୍ତ ବଳରାମ ଦାସଙ୍କୁ ଦର୍ଶନ ଦେଇପାରନ୍ତି ଆଉ ଦାସିଆ ବାଉରୀଙ୍କ ପାଇଁ ତାଙ୍କ ରଥ ଅଟକି ଯାଏ। ତାଙ୍କୁ ଯିଏ ଯେଉଁଠି ଡାକିଥାଏ, ସେ ତାର ଡାକ ଶୁଣିଥାନ୍ତି। ସେମିତି ଜଣେ ଭକ୍ତ ହେଉଛନ୍ତି ବ୍ରହ୍ମପୁରର ସତ୍ୟ ମହାରଣା। […]

  • Wednesday, 21 July 2021
ratha
ରଥ ଚକଡ଼ାକୁ ଅଣାଗଲା ତିନି ରଥ

ପୁରୀ: ଆସନ୍ତାକାଲି ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥଖଳାରୁ ତିନି ରଥକୁ ଶ୍ରୀମନ୍ଦିର ସମ୍ମୁଖ ରଥ ଚକଡ଼ାକୁ ନିଆଯାଇଛି।  ପ୍ରଥମେ ନନ୍ଦିଘୋଷ ରଥକୁ ନିଆଯାଇଥିଲା। ଏହା ପରେ ଦେବଦଳନ ଓ ତାଳଧ୍ୱଜ ରଥକୁ ନିଆଯାଇଛି। ଏହା ପୂର୍ବରୁ ଅନୁଷ୍ଠିତ ହୋଇଛି ରଥ ଆଜ୍ଞାମାଳ ନୀତି। ପରମ୍ପରା ମୁତାବକ ସକାଳ ଧୂପ ପରେ ପୂଜାପଣ୍ଡା ସାମନ୍ତ ତିନି ବାଡ଼ରୁ ଆଜ୍ଞାମାଳ ଆଣି ତିନି ରଥରେ ଦେଇଥିଲେ। ୩ ରଥକୁ ଆଜ୍ଞାମାଳ ବିଜେ କରିଥିଲେ ପୂଜା ପଣ୍ଡା। ସେପଟେ […]

p5
ରଥଯାତ୍ରା ପାଇଁ ସିସିଟିଭି ନଜରରେ ରହିବ ପୁରୀ

ପୁରୀ : ରଥଯାତ୍ରା ବେଳେ ସିସିଟିଭି ନଜରରେ ରହିବ ସମଗ୍ର ପୁରୀ ସହର। ସିଂହଦ୍ୱାର, ବଡ଼ଦାଣ୍ଡଠୁ ଆରମ୍ଭ କରି ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ପାର୍କିଂସ୍ଥଳ ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। ଏଥି ସହିତ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଏହି ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ ବୋଲି ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ରଥଯାତ୍ରା ପାଇଁ ଦାୟିତ୍ୱରେ ଥିବା ସମସ୍ତ ପୁଲିସ ଓ ଅନ୍ୟ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଚୂଡ଼ାନ୍ତ ବୈଠକ […]

  • Wednesday, 21 July 2021
pic2
ଚାଲିଛି ଠାକୁରଙ୍କ ଗୁପ୍ତସେବା, ହରିବଳଦେବଜୀଉଙ୍କ ମନ୍ଦିରରେ ତାଲା

ବାରିପଦା: ମହାପ୍ରଭୁଙ୍କ ଅଣସର ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ହରିବଳଦେବଜୀଉଙ୍କ ମନ୍ଦିରରେ ଚାଲିଛି ଠାକୁରଙ୍କ ଗୁପ୍ତ ସେବା । ସେବାରେ ଯେପରି ବ୍ୟାଘାତ ନ ଘଟେ, ସେଥିପାଇଁ ମନ୍ଦିର ବେଢ଼ାରେ ଯଥା ସମ୍ଭବ ନିରବତା ରକ୍ଷା କରିବା ପାଇଁ ମନ୍ଦିରରେ ତାଲା ପକାଯାଇଛି। ଶ୍ରୀଜଗନ୍ନାଥଙ୍କ ବାଡରେ ଶ୍ରୀ ନାରାୟଣ, ବଳଦେବଙ୍କ ବାଡରେ ମହାରୁଦ୍ର ଓ ମା’ ସୁଭଦ୍ରାଙ୍କ ବାଡରେ ଭୁବନେଶ୍ୱରୀ ପୂଜା ପାଉଛନ୍ତି। ଶ୍ରଦ୍ଧାଳୁମାନେ ପଟି ଦିଅଁଙ୍କୁ ଦର୍ଶନ କରି ଫେରି ଯାଉଛନ୍ତି। ସେପଟେ ଆଉ କିଛି […]

  • Wednesday, 21 July 2021