Ram Navami 2022
ଆଜି ପବିତ୍ର ରାମନବମୀ । ସାରା ଦେଶର ପୁରପଲ୍ଲୀରେ ଭଗବାନ ରାମଙ୍କ ଜନ୍ମୋତ୍ସବ ବା ରାମନବମୀକୁ ଧୁମଧାମ୍ରେ ପାଳନ କରାଯାଉଛି । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପର୍ବ ପାଳନ ବନ୍ଦ ରହିଥିଲା, ହେଲେ ଚଳିତ ବର୍ଷ ସବୁଠି ଉତ୍ସାହ ଦେଖିବାକୁ ମିଳିଛି ।
ଏହି ଅବସରରେ ରାମ ଜନ୍ମଭୂମି ଅଯୋଧ୍ୟାରେ ବିଶାଳ ଆୟୋଜନ କରାଯାଇଛି । ସେହିପରି ଭୁବନେଶ୍ୱର ରାମମନ୍ଦିରେ ମଧ୍ୟ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।
ସେପଟେ ଭଦ୍ରକ ଜିଲ୍ଲାରେ ମହାଆଡମ୍ବରରେ ଶ୍ରୀ ରାମ ନବମୀ ପାଳିତ ହେଉଛି । ମହୋତ୍ସବ ଗେରୁଆ ପତାକା ଓ ପ୍ରଭୁ ଶ୍ରୀରାମଙ୍କ ଫୋଟୋରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଛି । ଭଦ୍ରକ ସହର ଭଦ୍ରକ ସହରର ଗାନ୍ଧୀ ପଡିଆ ଠାରେ ଶ୍ରୀରାମ ମହାଯଜ୍ଞ ସମିତି ତରଫରୁ ଆୟୋଜିତ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମରେ ଆଜି ଯଜ୍ଞର ପୂର୍ଣ୍ଣାହୁତି ଦିବସ ।
ଏହାସହ ଆଜି ଅପରାହ୍ନରେ ଭଦ୍ରକ ସହରରେ ୧୨ କିଲୋମିଟର ପର୍ଯ୍ୟନ୍ତ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହେବ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମେଢ଼ ଗୁଡିକ ନେହେରୁ ଷ୍ଟାଡିୟମ ଠାରୁ ଏକତ୍ରିତ ହୋଇ ନଗର ସଂକୀର୍ତ୍ତନରେ ପ୍ରାୟ ୮୦ ରୁ ଅଧିକ ମେଢ଼ ସାମିଲ ହେବେ । ଗଣଦୌଡ଼, ଗୋ-ପୂଜନ ଏବଂ କଳସ ଶୋଭାଯାତ୍ରା ହେବ । ଗାନ୍ଧୀ ପଡ଼ଇାରେ ଯଜ୍ଞ, ହନୁମାନ ଚାଳିଶା ପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନାବଜାର ଖୋଲାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୪୦ ପ୍ଲାଟୁନ ଫୋର୍ସ, ୩ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସ ଏବଂ ଶତାଧିକ ପୋଲିସ ଅଧିକାରୀ ନିୟୋଜିତ ଅଛନ୍ତି । ଏନେଇ ଶ୍ରୀରାମ ମହଯଜ୍ଞ ସମିତି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି ।
ତେବେ ପୌରାଣିକ କଥାବସ୍ତୁ ଆଧାରରେ ତେତ୍ରୟା ଯୁଗରେ ଅଯୋଦ୍ଧାର ରାଜା ଦଶରଥ ଓ ରାଣୀ କୌଶଲ୍ୟାଙ୍କ ଔରସରୁ ଭଗବାନ ରାମଚନ୍ଦ୍ର ଜନ୍ମ ହୋଇଥିଲେ । ପ୍ରଭୁ ରାମଙ୍କ ଜନ୍ମ ଅବସରେ ଦଶରଥ ରାମନବମୀର ଆୟୋଜନ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)