ଚଳିତ ବର୍ଷ ଥାନା ପକ୍ଷରୁ ଆଖପାଖ ଅଞ୍ଚଳର ୪୦ରୁ ଅଧିକ ଠାକୁରବାଡିଆଙ୍କୁ ନୀତି ଅନୁଯାୟୀ ମେଲଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିଲା । ଠାକୁର ବାଡିଆମାନେ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ବାହାରି ପହଞ୍ଚିଥିଲେ
ଦିଲ୍ଲୀରୁ ମୁମ୍ବାଇ, ଗୁଜରାଟରୁ କୋଲକାତା, ଆଉ ତା ସହ ମଥୁରା ବୃନ୍ଦାବନ... ଗଗନ ପବନ, ଖାଲି ରଙ୍ଗ ଆଉ ରଙ୍ଗ । ନାଚଗୀତ ସହ ଫୁଲ୍ ଜୋଶରେ ହୋଲି ଖେଳ । ରଙ୍ଗର ପର୍ବ ପାଳିବାକୁ ସାରା ଦେଶରେ ଉତ୍ସାହ ।
ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ । ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ । ପୁରୀ ଶ୍ରୀମନ୍ଦିର ସହ ଅନ୍ୟ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ
ରଙ୍ଗମୟ ବସନ୍ତରେ ପଲ୍ଲବିତ ପୁରପଲ୍ଲୀ, ଭକ୍ତିମୟ ପରିବେଶରେ ଫଗୁର ଫୁଆର । ଦୋଳ ବେଦିରେ ବିରାଜିତ ଦୋଳ ଗୋବିନ୍ଦ ଗାଁକୁ ଗାଁ ,ସାହିକୁ ସାହି ବିମାନରେ ବସି ବିହାର କରୁଛନ୍ତି ରାଧାକୃଷ୍ଣ ।
ଦୋଳଗୋବିନ୍ଦ ବିମାନରେ ବିରାଜିତ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଭକ୍ତ ମାତିଛନ୍ତି ଫଗୁ ଅବିରର ଖେଳରେ । ସେପଟେ ଦୋଳ ପୂର୍ଣ୍ଣିମା ଅବସରରେ ରତ୍ନ ସିଂହାସନରେ ମହାପ୍ରଭୁ ରାଜାଧିରାଜ ତଥା ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନା ବେଶରେ ଦର୍ଶନ ଦେଇଛନ୍ତି ।
ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପକମ୍ପିତ ହେଉଥାଏ ସମଗ୍ର ପରିବେଶ । ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ରହିଛି ପରମ୍ପରା । ଆଜି ଭକ୍ତ ଆଉ ଭଗବାନ ଏକାକାର ।
କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ବିଲ୍କୁଲ ହୋଲି ଖେଳନ୍ତି ନାହିଁ । ଏହି ତାଲିକାରେ କରୀନା କପୁର ଖାନ, ରଣବୀର ସିଂ, ଟାଇଗର ଶ୍ରଫଙ୍କ ନାଁ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଏହି ସେଲିବ୍ରିଟିମାନେ କାହିଁକି ହୋଲି ପର୍ବ ପାଳନ କରନ୍ତି ନାହିଁ ।
ହୋଲି ପର୍ବ ପାରମ୍ପରିକ ରୂପେ ଦୁଇଦିନ ପାଳନ କରାଯାଏ। ପ୍ରଥମ ଦିନ ହୋଲିକା ଦହନ ଓ ଦ୍ୱିତୀୟ ଦିନ ରଙ୍ଗ ଖେଳ ହୋଇଥାଏ। ତେବେ କଣ ଆପଣ ଜାଣନ୍ତି କି ହୋଲି ଦିନ କେଉଁ ଭଗବାନଙ୍କୁ ପୂଜା କଲେ ବହୁ କଷଟରୁ ମୁକ୍ତି ମିଳିଥାଏ । ହିନ୍ଦୁ ଧର୍ମର ଚଳନ୍ତି ପ୍ତିମା ବା ଭଗବାନ ହେଉଛନ୍ତି ମହାବୀର ହୁମାନ । ହୋଲି ଦିନ ଭଗବାନ ହନୁମାନଙ୍କୁ ପୂଜା କଲେ କଷ୍ଟରୁ ମୁକ୍ତି ମିଳିଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।
ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ। ନିଜ ନିଜର ପାରମ୍ପରିକ ରିତୀନିତୀରେ ହୋଲି ପାଳନ କରୁଛନ୍ତି ଦେଶବାସୀ।
ଆସୁଛି ରଙ୍ଗର ପର୍ବ ହୋଲି। ଟିକିଏ ଅସାବଧାନତା ଅନେକ ସମସ୍ୟାରେ ପକେଇପାରେ। ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ କେଉଁ ପଦକ୍ଷେପ ନେଲେ ଏଥିରୁ ରକ୍ଷା ପାଇ ପାରିବା।
ହିନ୍ଦୁ ଧର୍ମ ବିଚାରରେ ପ୍ରତ୍ୟେକ ଶୁଭକାର୍ଯ୍ୟରେ ହାତରେ ରକ୍ଷାସୂତ୍ର ବନ୍ଧାଯାଇଥାଏ। ଏହି ଲାଲ ଏବଂ ହଳଦିଆ ସୂତ୍ରର ବିଶେଷ ମହତ୍ତ୍ୱ ରହିଛି। ଏହା ଦ୍ୱାରା ରକ୍ତଚାପ, ରକ୍ତ ଶର୍କରା, ହୃଦସ୍ପନ୍ଦନ ଭଲି ଅନେକ ରୋଗ ନିୟନ୍ତ୍ରଣକୁ ଆସିଯାଏ।
ଆଗକୁ ଆସୁଛି ଦୋଳ ପୂର୍ଣ୍ଣମୀ । ଫାଲ୍ଗୁନ ମାସ ପୂର୍ଣ୍ଣମୀ ଦିନ 'ଦୋଳ ପୂର୍ଣ୍ଣମୀ' ପଡିଥାଏ । ଏହା ହିନ୍ଦୁ ଧର୍ମର ଗୋଟିଏ ବଡ଼ ପର୍ବ, ଯାହାକୁ ସାରା ଭାରତ ବର୍ଷରେ ପାଳନ କରାଯାଇ ଥାଏ । ତେବେ ଏହିଦିନରେ ପୁରାଣ ଶାସ୍ତ୍ରରେ ଅନେକ ମହତ୍ତ୍ୱ ରହିଛି ।
ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଅନ୍ୟତମ । ଓଡ଼ିଆ ଭାଷା ହେଉଛି ଆମ ଅସ୍ମିତାର ପରିଚୟ । ଆଜି ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ । ଏହି ଅବସରରେ ଆମେରିକାରେ ବାସ କରୁଥିବା ଆମେରିକୀୟମାନେ ଏକ ସମବେତ କଣ୍ଠ ସଂଗୀତ ପ୍ରସ୍ତୁତ କରିଛନ୍ତି ।
ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନଙ୍କ ଦ୍ୱାରା ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରାଯିବ ।
ତାଙ୍କ କଥାରେ ଦମ୍ଭ ଅଛି, ତାଙ୍କ କଥାରେ ଆତ୍ମବିଶ୍ୱାସ ଅଛି । ଶାରୀରିକ ଭାବେ ଅସମ୍ପୂର୍ଣ୍ଣ ଥିଲେ ବି ସବୁ ଅସମ୍ଭବକୁ ସମ୍ଭବ କରିବାର ଇଚ୍ଛା ଯେହେତୁ ଭରପୂର ଅଛି, ତେଣୁ ସେ ଏବେ ସ୍ୱୟଂସମ୍ପୂର୍ଣ୍ଣା । ଏଭଳି ଦୃଢ଼ ଇଚ୍ଛାଶକ୍ତି ପାଇଁ ତ ମହିଳାଙ୍କ ଦାନାପାଣିର ଠିକଣା ସାଜିଛନ୍ତି ଯାଜପୁର କୁମାରୀ ଗାଁର ଦିବ୍ୟାଙ୍ଗ ବାସନ୍ତୀ ରଣା।
ମହିଳାଙ୍କ ନିକଟରେ ସମସ୍ତ ଅହ୍ୱାନର ସାମ୍ନା କରିବାକୁ ଶକ୍ତି ମଧ୍ୟ ରହିଛି । ଘୋଡା ଶକ୍ତିର ପ୍ରତୀକ ହୋଇଥିବାରୁ ସେ ଏଭଳି ଆସିବାକୁ ପସନ୍ଦ କରିଥିବା କହିଛନ୍ତି ।
ମହିଳା ଦିବସ ଅବସରରେ ବିଏସଏଫର ସୀମା ଭବାନୀ ଶୌର୍ୟ୍ୟର ନିଆରା ଅଭିଯାନ । ଦିଲ୍ଲୀରୁ କନ୍ୟାକୁମାରୀ ଯାଏ ବାଇକରେ ସଚେତନତା ସୃଷ୍ଟି କରିବ ସୀମା ଭବାନୀର ୩୬ ଜଣିଆ ଟିମ୍ ।
କିଏ ପରିବା କାଟୁଛି ତ ଆଉ କିଏ ଚୁଲିରେ ବସି ଛାଣିବାରେ ବ୍ୟସ୍ତ । ଆଉ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ପରେ ପୁଣି ଗ୍ରାହକଙ୍କୁ ପରଷି ଦେଉଛନ୍ତି ମହିଳା । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏମାନେ ଘର ପାଇଁ କିମ୍ବା କୌଣସି ଭୋଜି ପାଇଁ ଏହି ରୋଷେଇରେ ବ୍ୟସ୍ତ ନୁହଁନ୍ତି । ଏମାନେ ସମସ୍ତେ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ଜଣେ ସଦସ୍ୟ ।
୧୯୩୧ ମସିହାରେ କଟକ ସହରର ପିଠାପୁରରେ ଏକ ବିପ୍ଲବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ନନ୍ଦିନୀ । ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର ବଡ଼ ଝିଅ ଥିଲେ ସେ ।
କୋଭିଡ୍ ବେଳେ ମଧ୍ୟ କୃଷି ଅର୍ଥନୀତି ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଏହି କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜି ପ୍ରୟୋଗ ଆରମ୍ଭ ହୋଇଛି ।
ଚାଷୀ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ। ଚାଷୀଙ୍କ ଆୟ ଦ୍ୱିଗୁଣ କରିବା ଲକ୍ଷ୍ୟରେ କୃଷିକ୍ଷେତ୍ରରେ ଟେକ୍ନୋଲଜିର ପ୍ରୟୋଗ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ଓଟିଭି ଫୋରସାଇଟରେ ଭାଗ ନେଇ ଏହା କହିଛନ୍ତି ତୋମାର।
ନିର୍ବାଚନରେ ପରାଜୟ ନେଇ ସିପିଆଇ ନେତା ନାରୟଣ ରେଡ୍ଡୀ କହିଛନ୍ତି, ‘ବିଜେଡି ୭୦୦ରୁ ଅଧିକ ସିଟ୍ ଅକ୍ତିଆର କରିଛି। ଏହା କିଭଳି ସମ୍ଭବ ହେଉଛି, ଏହା ଆମେ ସମସ୍ତେ ଜାଣୁ।’
ରସଗୋଲା ଓଡ଼ିଶାର। ଓଟିଭି ଫୋର୍ସାଇଟ୍ ୨୦୨୨ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବଲିଉଡ଼ ଅଭିନେତ୍ରୀ ହୁମା କ୍ୟୁରେସୀ ଏହା କହିଛନ୍ତି।
ପଞ୍ଚାୟତ ନିର୍ବାଚନରେ ବିପର୍ଯ୍ୟୟ ପାଇଁ ସ୍ୱୟଂ କଂଗ୍ରେସ ଦାୟୀ। ଓଟିଭି ଫୋର୍ସାଇଟ୍ ୨୦୨୨ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ ନେତା ଗଣେଶ୍ୱର ବେହେରା ଏହା କହିଛନ୍ତି।
ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ବିଜେପି କାହିଁକି ଏଥର ପଞ୍ଚାୟତ ନିର୍ବାଚନରେ ଚିତପଟାଙ୍ଗ ମାରିଲା, ଓଟିଭି ଫୋରସାଇଟରେ ଅଂଶଗ୍ରହଣ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ସବୁ କଥା ଖୋଲିକରି କହିଛନ୍ତି ।