• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ହେଉଛି ମଦର୍ସ ଡେ’ । ମାଆ ପାଇଁ ଦିନଟିଏ । ଆଜିର ଦିନକୁ ପ୍ରତ୍ୟେକ ମା’ଙ୍କୁ ସମର୍ପିତ କରାଯାଇଥାଏ । ଶବ୍ଦ ସବୁ ଯାହା ପାଇଁ ନିଅଣ୍ଟ କହିବା ଆଗରୁ ବୁଝିଯାଏ, କିଛି ନ କହି, ଯେ ସବୁ କିଛି ସହିଯାଏ । ଦୁନିଆର ସବୁଠୁ ବଡ଼ ଯୋଦ୍ଧା, ସେ ମାଆ ।

କରୁଣାମୟୀ, ସ୍ନେହମୟୀ, ଅଭୟଦାୟିନୀ ଏମିତି ଯେତେ ଅଳଙ୍କାର ଦେଲେ ବି ମାଆ ପାଇଁ କମ୍ ପଡ଼ିବ । ଆଜି ମଦର୍ସ ଡେ ବା ମାତୃ ଦିବସ କିନ୍ତୁ ସନ୍ତାନ ପାଇଁ ସବୁଦିନ ମାତୃ ଦିବସ । ପ୍ରତି କ୍ଷଣ ପ୍ରତି ମୁହୁର୍ତ୍ତ ଯିଏ ନିଜ ସନ୍ତାନ ପାଇଁ ନିଜକୁ ସମର୍ପି ଦେଇଥାଏ ସେ ମାଆର ତ୍ୟାଗ, ବଳିଦାନକୁ କେମିତି ବା ଭୁଲିବ ସନ୍ତାନ ।

ଅନ୍ୟପକ୍ଷେ, ମାତୃ ଦିବସ ଉପଲକ୍ଷେ ସମସ୍ତ ମା ମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ସେ ମା ଏବଂ ତାର ସନ୍ତାନର ଚିତ୍ରଣ କରିବା ସହିତ ସମସ୍ତ ଜନସମାଜକୁ ମା’ର ସର୍ତ୍ତଶୂନ୍ୟ ଭଲପାଇବାକୁ କେହି ନଭୁଲିବା ପାଇଁ ଅନୁରୋଧ କରିଛନ୍ତି ।