• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାରିପଦାରେ ଆଜି ଗଡ଼ିବ ରଥ । ଗତକାଲି ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିବା ବେଳେ ଆଜି ହେବ ରଥଟଣା ହେବ । ଭକ୍ତ ମାନେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥକୁ ମାଉସୀ ମା ମନ୍ଦିର ଯାଏଁ ଟାଣି ନେବେ ପରେ ଦେବୀ ସୁଭଦ୍ରାଙ୍କ ରଥ ଅଧାବାଟ ଯାଏଁ ଟଣା ହେବେ ଏବଂ ଆସନ୍ତାକାଲି ପୁଣି ସୁଭଦ୍ରାଙ୍କ ରଥ ଟଣା ହେବ । ପରେ ଜଗନ୍ନାଥଙ୍କ ରଥ ଟଣା ଯିବ ।

ବାରିପଦାରେ ପୁରୀ ରଥ ଯାତ୍ରାର ପରର ଦୁଇ ଦିନ ଧରି ରଥ ଟଣା ହୋଇଥାଏ । ଆଉ ବିଶେଷ କଥା, ଦେବୀ ସୁଭଦ୍ରାଙ୍କ ରଥକୁ ଏଠାରେ କେବଳ ମହିଳା ମାନେ ହିଁ ଟାଣି ନେଇଥାନ୍ତି । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପରେ ବାରିପଦାରେ ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ଆୟୋଜିତ ହେଉଛି ।

ସେପଟେ କେନ୍ଦ୍ରାପଡ଼ାରେ ମଧ୍ୟ ଆଜି ଅନୁଷ୍ଠିତ ହେବ ରଥଯାତ୍ରା । ରୀତିନୀତି ଅନୁଯାୟୀ ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଛି । ପରମ୍ପରା ଅନୁଯାଇ ରଥକୁ କିଛି ବାଟ ଟଣାଯାଇ ଦେବୋତ୍ତର ବିଭାଗ ଓ ରଘୁନାଥଜୀଉ ମଠ ପାଖରେ ବ୍ରହ୍ମ ତାଳଧ୍ୱଜ ରଥ ଅଟକିଛି । ଆଜି ନୀତିକାନ୍ତି ପରେ ଆରମ୍ଭ ହେବ ରଥଟଣା ।

ଅନ୍ୟପଟେ ଆଜି କୋରାପୁଟ ଜିଲ୍ଲା ଜୟପୁର ସହରରେ ବି ରଥ ଟଣା । ଗତକାଲି ରୀତିନୀତି ଅନୁସାରେ ଠାକୁର ମନ୍ଦିରରୁ ପହଣ୍ଡି ହୋଇ ରଥାରୂଢ଼ ହୋଇଛନ୍ତି ଏବଂ ପରମ୍ପରା ଅନୁସାରେ ପୂଜାବିଧି ସରିଛି । ଆଜି ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥରେ ମାଉସୀ ମାଆ ମନ୍ଦିର ଅଭିମୁଖେ ବାହାରିବେ । ଏଥିସହ ଛୋଟ ରଥ ପତିତପାବନ ରଥକୁ ସ୍ୱତନ୍ତ୍ର ଭାବେ ମହିଳା ଟାଣିବେ ।

ଆଜିର ଘୋଷ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ଦିନ ୧୨ ଟା ପରେ ସହର ଭିତରକୁ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ପ୍ରବେଶ ନିଷେଧ କରିବା ସହ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଆଜିର ଘୋଷଯାତ୍ରା ପାଇଁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିବା ଏସଡିପିଓ ଅରୂପ ଅଭିଷେକ ବେହେରା କହିଛନ୍ତି ।