• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶରଧା ବାଲିରେ ଶ୍ରୀଜିଉ । ଆଜି ଆଡ଼ପ ମଣ୍ଡପ ବିଜେ । ଆଡ଼ପ ମଣ୍ଡପ ବା ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଗୁଣ୍ଡିଚା ମନ୍ଦିର ସାମ୍ନାରେ ଅବସ୍ଥାନ କରିଥିବା ରଥ ଉପରେ ଏବେ ଶ୍ରୀଜିଉମାନେ ବିରାଜମାନ ଅଛନ୍ତି । ସେହି ରଥ ଉପରେ ହିଁ ଠାକୁରମାନଙ୍କ ଦୈନ୍ୟଦିନ ନୀତିକାନ୍ତି ଓ ଭୋଗ ଲାଗି ହେଉଛି । ଗତକାଲି ରଥ ଟାଣିବାର ସୁଯୋଗ ପାଇନଥିବା ଭକ୍ତମାନେ ଆଜି ରଥାରୁଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରୁଛନ୍ତି ।

ତେବେ ଶ୍ରୀଜିଉମାନେ ରଥାରୁଢ଼ ଥିବାରୁ ଶ୍ରଦ୍ଧାଳୁଙ୍କୁ ରଥ ଛୁଇଁବାକୁ ଅନୁମତି ଦିଆଯାଉନାହିଁ । ଗତକାଲି ସଂଧ୍ୟା ପୂର୍ବରୁ ଶରଧାବାଲିରେ ଲାଗିଥିଲା ତିନି ରଥ । ଦୀର୍ଘ ଦୁଇ ବର୍ଷ ପରେ ପ୍ରତ୍ୟକ୍ଷ ଭାବେ ଭକ୍ତମାନେ ରଥଯାତ୍ରାରେ ସାମିଲ ହେବାର ସୁଯୋଗ ପାଇ କୃତ୍ୟକୃତ୍ୟ ହୋଇଛନ୍ତି । ରଥ ଉପରେ ସା ଧୂପ ସରିବା ପରେ ଶ୍ରୀଜିଉ ମାନଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ନିଆଯିବ । ଆସନ୍ତା କାଲିଠାରୁ ମିଳିବ ଆଡ଼ପ ଅବଢ଼ା । ତାସହ ଜନ୍ମେବେଦୀରେ ଠାକୁରମାନଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ମିଳିବ ।

 

ସେପଟେ ଆଜି ରୂପା ଛାଉଣୀ ହେବ । ଶ୍ରୀମନ୍ଦିର କଳାହାଟ ଦ୍ୱାର ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବା ପରେ ଗତକାଲି କଳାହାଟ ଦ୍ୱାରର ଫ୍ରେମ୍ ଶ୍ରୀମନ୍ଦିର ବାହାରକୁ ଯାଇଛି । ନୂଆ ଫ୍ରେମକୁ ନିଳାଦ୍ରୀ ଭକ୍ତ ନିବାସ ପରିସରରେ ତିଆରି କରାଯାଇଛି । ଜିଲ୍ଲା କୋଷାଗାରରେ ରଖାଯାଇଥିବା ୫୦୦ କେଜି ରୂପାକୁ ଅଣଯାଇଥିଲା । ବର୍ମାଟିକ କାଠ ଉପରେ ଉତ୍କଳୀୟ ଢାଂଚା ତିଆରି ହୋଇଛି, ଯାହାକି ଆଜି କଳାହାଟ ଦ୍ୱାରରେ ଲଗାଯିବ । ପୂର୍ବରୁ ଶ୍ରୀମନ୍ଦିରର ୮ଟି ଦ୍ୱାରକୁ ରୂପାଛାଉଣୀ କରାଯାଇଥିଲା ।

ଅନ୍ୟପଟେ ଶ୍ରୀକ୍ଷେତ୍ରରେ ପରମ୍ପରା ଯେତେ ପୁରୁଣା ସେତେ ଦିବ୍ୟ ଏହାର ମାହାତ୍ମ । ରଥଯାତ୍ରା ଦେଖିବାକୁ ଯାଉଥିବା ପୁରୀବାସୀ ମୁଣ୍ଡିଆ ମନ୍ଦିରକୁ ଯାଆନ୍ତି । ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ଏହି ଦେଉଳରେ ଆଜି ବି ଏହି ବ୍ୟବସ୍ଥା ରହିଛି ।