• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ଇସଲାମ୍ ଧର୍ମାବଲମ୍ମୀଙ୍କ ପବିତ୍ର ପର୍ବ ଇଦ୍-ଉଲ-ଆଦା ବା ଇଦ-ଉଲ୍-ଜୁହା ବା ବକ୍ରିଦ୍ । ସାରା ବିଶ୍ୱରେ ଆଜି ଏହି ପର୍ବ ପାଳନ ହେଉଛି । ଏହି ଅବସରରେ ମସ୍‌ଜିଦ୍ ଗୁଡ଼ିକରେ ସମୁହ ନମାଜପାଠ କରାଯାଇଛି । ଏହାସହ ପରସ୍ପରକୁ ଆଲିଙ୍ଗନ କରି ବକ୍ରିଇଦ୍‌ ଶୁଭେଚ୍ଛା ଆଦାନ ପ୍ରଦାନ କରିଛନ୍ତି ।

ଇସଲାମ୍ ଧର୍ମାବଲମ୍ବୀ ମୁଖ୍ୟ ପର୍ବ ଇଦ ଉଲ୍ ଫିତରର ୭୦ ଦିନ ପରେ ଏହି ପର୍ବ ପାଳନ କରାଯାଇଥାଏ ଆଲ୍ଲାଙ୍କ ପ୍ରତି ପ୍ରଫେଟ୍ ଇବ୍ରାହିମ୍‌ଙ୍କ ଆନୁଗତ୍ୟ ସ୍ମୃତିରେ ଏହି ପର୍ବ ପାଳନ କରାଯାଇଥାଏ । ବକ୍ରିଦ୍ ପୂର୍ବରୁ ଗତକାଲି ଆରଫା ପାଳନ ହୋଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ ଯୋଗେ ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଆଲ୍ଲାଙ୍କ ପ୍ରତି ଆନୁଗତ୍ୟ ଓ ଭକ୍ତି ଦୃଷ୍ଟିରୁ ପ୍ରଫେଟ୍ ଇବ୍ରାହିମ୍ ତାଙ୍କ ପୁଅର ବଳି ଦେବାକୁ ଚାହିଁଥିଲେ । ହେଲେ ଆଲ୍ଲା ତାଙ୍କୁ ଗୋଟିଏ ଛେଳି ଦେଇଥିଲେ । ସେହି ଛେଳିକୁ ଇବ୍ରାହିମ୍ ବଳି ଦେଇଥିଲେ ସେବେଠାରୁ ଏହି ଦିନକୁ ବକ୍ରିଇଦ ଭାବେ ପାଳନ କରାଯାଉଛି । ସେବେଠାରୁ ଛେଳି ବଳି ଦିଆଯାଇଥାଏ । ବଳି ଦିଆଯାଇଥିବା ଛେଳିର ମାଂସକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥାଏ ।