Advertisment

Brahmapur Maa Budhi Thakurani Yatra : ବିଶ୍ୱାସ; ରଥ ଗଡ଼ିଲେ; ଗାଁରେ ହୁଏନି ଗରମ !

ସବୁଥର ଭଳି ଏଥର ମଧ୍ୟ ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ଯାତ୍ରାରେ ଆକର୍ଷଣ ସାଜିଛି ନିଆରା ରଥ ପରମ୍ପରା । ସ୍ବତନ୍ତ୍ର ରଥରେ ଶତାଧିକ ବର୍ଷ ପୁରୁଣା ଦେବଦେବୀଙ୍କ ପ୍ରତିମା ପ୍ରତିଷ୍ଠିତ ହୋଇ ପରିକ୍ରମା କରୁଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Budhi Thakurani yatra

Budhi Thakurani yatra

ମାଆ ଆସିଛନ୍ତି ବାପଘରକୁ । ମାଆ ବୁଢୀଠାକୁରାଣୀଙ୍କ ମାନବୀୟ ଲୀଳା ଦେଖିବାକୁ ଶ୍ରଦ୍ଧାଳୁଙ୍କ ମନରେ ଯେତିକି ଉତ୍କଣ୍ଠା, ଦେବଦେବୀଙ୍କ ମଧ୍ୟରେ ବି ଠିକ୍ ସେତିକି । ସେଥିପାଇଁ ତ, ମା'ଙ୍କ ଆଗମନ ପରେ ପରେ ଧରାପୃଷ୍ଠକୁ ଓହ୍ଲାଇଆସିଛନ୍ତି ସ୍ବୟଂ ଭଗବାନ । ରଥାରୂଢ ହୋଇ ମାଆ ଦର୍ଶନ ଦେଉଛନ୍ତି ।

Advertisment

ପଢ଼ନ୍ତୁ:  ଆଜି ଏହି ସବୁ ଜିଲ୍ଲାରେ ହେବ ଝଡ଼ ଝଡ଼ତୋଫାନ; ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସବୁଥର ଭଳି ଏଥର ମଧ୍ୟ ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ଯାତ୍ରାରେ ଆକର୍ଷଣ ସାଜିଛି ନିଆରା ରଥ ପରମ୍ପରା । ସ୍ବତନ୍ତ୍ର ରଥରେ ଶତାଧିକ ବର୍ଷ ପୁରୁଣା ଦେବଦେବୀଙ୍କ ପ୍ରତିମା ପ୍ରତିଷ୍ଠିତ ହୋଇ ପରିକ୍ରମା କରୁଛନ୍ତି। ମା'ଙ୍କ ଅତି ପ୍ରିୟ କୁହାଯାଉଥିବା ବିଞ୍ଚଣା ରଥ ବି ବାହାରିସାରିଛି । କିମ୍ବଦନ୍ତୀ ଅନୁସାରେ, ମା'ଙ୍କ ଆଗମନକୁ ଅପେକ୍ଷା କରି ବିଞ୍ଚଣା ରଥ ପ୍ରସ୍ତୁତ ହୋଇ ରହିଥାଏ । ଏହି ରଥ ବାହାରିଲେ ଚୈତ୍ର ମାସରେ ଶ୍ରଦ୍ଧାଳୁଙ୍କୁ ଶୀତଳତା ମିଳିଥାଏ ବୋଲି ବିଶ୍ବାସ ରହିଛି ।

ପ୍ରତିଦିନ ସନ୍ଧ୍ୟାରେ ଅସ୍ଥାୟୀ ମନ୍ଦିରରୁ ଘଟରେ ବାହାରି ସାହି ବୁଲି ଯାଇଥାନ୍ତି ମାଆ। ସାହି ସାହି ବୁଲି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ସହ ପଞ୍ଚମ ଦିନଠାରୁ ବିଭିନ୍ନ ରଥକୁ ଆମନ୍ତ୍ରଣ କରନ୍ତି। ମାଆଙ୍କ ନିମନ୍ତ୍ରଣ ପାଇବା ପରେ ପରମ୍ପରା ମୁତାବକ ତିଆରି ହୋଇଥାଏ ରଥ । ନୀତି ନିର୍ଘଣ୍ଟ ଅନୁସାରେ ମାଆ ପୁଣି ଥରେ ସେହି ରଥକୁ ଯାଇଥାନ୍ତି। ପ୍ରଥମେ ବିଛଣା ରଥ ଏବଂ ତାପରେ ଉନ୍ମୋଚନ ହୋଇଥାଏ ଜ୍ୱାଳାମୁଖୀ ରଥ । ସେହିଭଳି ଷଣ୍ଢମହାନ୍ତି ସାହିରେ ମାଆ କାଳୀ, କାଳୀ ମନ୍ଦିର ଛକରେ ସୁବ୍ରମଣ୍ୟମ ସ୍ୱାମୀ ରଥ ଭଳି ୨୫ରୁ ଅଧିକ ରଥ ସାମିଲ ହୋଇଥାଏ ଦିବ୍ୟ ଉତ୍ସବରେ।

Advertisment

ଅଧିକ ପଢ଼ନ୍ତୁ: ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ଦୁଇଗୁଣା ବଢ଼ିଲା

Budhi Thakurani Yatra Brahmapur
Advertisment
Advertisment