ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ବଢିବନି, ଏହି ନିଷ୍ପତ୍ତିକୁ ନେଇ ବଢୁଛି ଅସନ୍ତୋଷ। ଆଜି ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ବୈଠକ।
ବଙ୍ଗୋପସାଗରରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା।
ବାଲୁକା କଳା ମାଧ୍ୟମରେ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।
ବିଧାନସଭା ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ ଘଟଣା। ଯୁବକଙ୍କ ପାଇଁ ଆନ୍ଦୋଳନ କରୁଥିବା ବିଜେପି ନେତାଙ୍କ ନାଁରେ ମାମଲା ।
ଆମେରିକୀୟ ଯୁଦ୍ଧାସ୍ତ୍ରରେ ତାଲିବାନୀଙ୍କ ମଉଜ।
ପୁଣି ଓଡ଼ିଶାକୁ ମାଡ଼ି ଆସୁଛି ପଶ୍ଚିମବଙ୍ଗ। ବାଲେଶ୍ୱର ଜିଲ୍ଲା ଭିତରକୁ ଧସେଇ ପଶି କରୁଛି ପାଚେରୀ ନିର୍ମାଣ।
କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ୱର ପଞ୍ଚାୟତର ଏ ଦୁଇ ପୋଖରୀର ଦୃଶ୍ୟ ଥରେ ଦେଖନ୍ତୁ । ଯଦି ସବୁ ପଞ୍ଚାୟତରେ ଏମିତି ହୁଅନ୍ତା ତେବେ ଓଡ଼ିଶାର ପୋଖରୀକୁ ବି ଲୋକେ ବୁଲି ବୁଲି ଦେଖନ୍ତେ ।
ଗଞ୍ଜେଇ ଭର୍ତ୍ତି ପିକ୍ଅପ୍ ଭ୍ୟାନ୍ ଜବତ ସହ ଅଭିଯୁକ୍ତ ଗିରଫ। ୨୦ କେଜି ଓଜନର, ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ।
ଏ ବର୍ଷ ବି ୪ ଫୁଟର ହେବ ମୂର୍ତ୍ତି। ଦୁର୍ଗା ମୂର୍ତ୍ତି ଉଚ୍ଚତା ୪ ଫୁଟ ହେବାର ନିଷ୍ପତ୍ତି ନେଲା SRC। କୋଭିଡ ପରିସ୍ଥିତିକୁ ଆଖି ଆଗରେ ରଖି ସଂକ୍ରମଣ ନ ବଢିବା ପାଇଁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କୋଭିଡ ଗାଇଡଲାଇନ୍ ଅନୁଯାୟୀ ନିଡାମ୍ବରରେ ପାଳନ ହେବ ପାର୍ବଣ।
ଶ୍ରୀମନ୍ଦିରରେ ଫେକ୍ RTPCR ରିପୋର୍ଟ ଦେଖାଇ ପ୍ରବେଶ ମାମଲା। ୧୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀ ପୋଲିସ। ଏମାନଙ୍କ ନାଁରେ ୩ଟି ଭିନ୍ନ ଭିନ୍ନ ମାମଲା ରହିଛି। ଫେକ୍ ରିପୋର୍ଟ ବାହାର କରୁଥିବା ମାସ୍ଟରମାଇଣ୍ତକୁ ମଧ୍ୟ ଗିରଫ କରିଥିବାର ସୂଚନା ଦେଇଛି ପୁରୀ ପୋଲିସ।
ଗଣେଶ ପୂଜା ଅବସରରେ ବିଶ୍ୱ ଶାନ୍ତି ପାଇଁ ପୁରୀ ବେଳାଭୂମୀରେ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ଆଜିଠାରୁ ତିନି ଦିନ ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ I ଆଜି ଗଣେଶ ପୂଜା ଥିବାରୁ ମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ I
ବୟସ ୨୮ ବର୍ଷ। ନାଁ ୟୋହାନୀ ଡି ସିଲ୍ଭା। ବାପା ଜଣେ ଆର୍ମି ଅଫିସର। ମା ଜଣେ ଏୟାର ହୋଷ୍ଟେସ୍। ହେଲେ ପିଲାଟି ଦିନରୁ ଗୀତକୁ ଭଲ ପାଉଥିବା ଶ୍ରୀଲଙ୍କା ଝିଅ ୟୋହାନିଙ୍କ ଗୀତ ‘ମାନିକେ ମାଗେ ହିଥେ’ ଆଜି ସମସ୍ତଙ୍କ ହୃଦୟକୁ ଆନ୍ଦୋଳିତ କରୁଛି।
୭ ଜଣିଆ ଡାକ୍ତରୀ ଟିମ୍ ଦ୍ୱାରା ହୋଇଥିବା ତଦନ୍ତ ରିପୋର୍ଟ ଦିଆଯାଇଛି ୬ ତାରିଖରେ ଦୁଷ୍ମନ୍ତଙ୍କୁ ତାଙ୍କ ଇଚ୍ଛାରେ ଡିସଚାର୍ଜ ରେଫର କରାଯାଇଥିଲା।
ଭୟଙ୍କର ଜମି ଦୁର୍ନୀତି! ସାନଷାଠିଏ ବାଟିଆରେ ଜମିର କିସମ ପରିବର୍ତ୍ତନ କେଳେଙ୍କାରୀ ମାମଲା I
ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶ। ଶାସ୍ତ୍ରରେ କୁହାଯାଏ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ଗଣେଷ ମହାପ୍ରଭୁଙ୍କୁ ଆବାହନ କରାଯାଏ। ତାଙ୍କୁ ପୂଜା କରିବା ପରେ ହିଁ ଅନ୍ୟ ଦେବା ଓ ଦେବୀଙ୍କୁ ଆବାହନ କରିବାର ପରମ୍ପରା ରହିଛି।
ରାଜ୍ୟରେ ପୋଲିସର ଛବି ଦିନକୁ ଦିନ ମଳିନ ହେବାରେ ଲାଗିଛି । ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ଉଠୁଛି ।
ବିମାନ ବନ୍ଦର ପରିସରରେ ବୋମା ଥିଲେ, ଲୋକଙ୍କୁ କିଭଳି ସୁରକ୍ଷିତ ଭାବେ ବାହାରକୁ ନିଆଯିବ । ବୋମାକୁ କିଭଳି ନିଷ୍କ୍ରିୟ କରାଯିବ ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରକୁ ସଂଯୋଗ କରୁଥିବା ୪୯ ନମ୍ବର ଜାତୀୟ ରାଜପଥର ଖର୍ଲା ନଦୀ ଉପରେ ଝୁଲେନ୍ ଠାରେ ରହିଥିବା ବ୍ରିଟିଶ ଅମଳର ପୋଲଟି ଭୁଶୁଡ଼ି ପଡ଼ିଛି।
ଦୁଇ ବର୍ଷ ହେଲା କରୋନା ଯୋଗୁଁ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେଉନି। କେବଳ ପରମ୍ପରା ରକ୍ଷା ଲାଗି ଘରେ ଘରେ ପୂଜା ହେଉଅଛି।
ବ୍ଲାକରୋଜ୍ ଜାହାଜ ବୁଡ଼ିବା ଘଟଣାକୁ ପୁରିଲା ୧୨ ବର୍ଷ। ୨୦୦୯ ସେପ୍ଟେମ୍ବର ୯ରେ ପାରାଦୀପ ସମୁଦ୍ରରେ ବୁଡ଼ି ଯାଇଥିଲା ବ୍ଲାକରୋଜ୍। ଜାଲ କାଗଜ ପତ୍ରରେ ବିଦେଶକୁ ଲୁହାପଥର ଚାଲାଣ କରାଯାଉଥିବା ବେଳେ ଏହା ବୁଡି ଯାଇଥିଲା।
ଆଜି BRICS ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିବେ ମୋଦି। ଭାରତ ସମେତ ବ୍ରାଜିଲ୍,ଋଷିଆ,ଚୀନ୍,ସାଉଥ ଆଫ୍ରିକା ରାଷ୍ଟ୍ର ସମୂହକୁ ନେଇ ବ୍ରିକ୍ସ ବୈଠକ ତୃତୀୟ ଥର ପାଇଁ ଭାରତରେ ଆୟୋଜିତ ହେଉଛି।
ପାରାଲିମ୍ପିକ୍ସ ଷ୍ଟାର ପ୍ରମୋଦଙ୍କୁ ଭେଟିବେ ମୋଦି। ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ଆଜି ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଅଲିମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ କରାଯିବ ସମ୍ବର୍ଦ୍ଧିତ।
ସଚିନଙ୍କୁ ଭେଟିଲେ ପ୍ରମୋଦ। କ୍ରିକେଟର ଭଗବାନ ସଚିନ୍ ତେନ୍ଦୁଲକରଙ୍କୁ ଭେଟିଲେ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ। ଫାଇନାଲ ମ୍ୟାଚ୍ ଖେଳିଥିବା ବ୍ୟାଡମିଣ୍ଟନ୍ ରାକେଟ୍ ସଚିନଙ୍କୁ ଦେଲେ ଉପହାର। ସଚିନ ବି ଦେଲେ ଉପହାର।