ବର୍ଷାର ତାଣ୍ଡବ। ବ୍ରହ୍ମପୁରରେ ଭାଙ୍ଗିଲା ଶତାଧିକ ବର୍ଷ ପୁରୁଣା ଘର।
ସମୁଦ୍ରରେ ଫସିଥିବା ୧୧ ମତ୍ସ୍ୟଜୀବୀ ଉଦ୍ଧାର। ସାଗର ଦୀପ ପାଖରୁ ଉଦ୍ଧାର କଲେ ଭାରତୀୟ କୋଷ୍ଟଗାର୍ଡ
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଏହା ଅବପାତରେ ପରିଣତ ହୋଇଛି। । କଟକ ଜଳାର୍ଣ୍ଣବ । ଘରେ ପଶିଲାଣି ପାଣି । ଯାତାୟାତରେ ବାଧା ସୃଷ୍ଟି ହେଉଛି ।
ଭିଷଣ ବର୍ଷା। ବାବା ଆଖଣ୍ଡମଣିଙ୍କ ଗର୍ଭଗୃହରେ ପଶିଲା ପାଣି। ଅଧାବୁଡ଼ା ଅବସ୍ଥାରେ ଚାଲିଛି ବାବାଙ୍କ ପୂଜା
ପ୍ରଭୁ ଗଣେଶଙ୍କୁ ୧୦କେଜି ସୁନାରେ ନିର୍ମିତ ଏକ ମୁକୁଟ ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ। ଯାହାର ମୂଲ୍ୟ ୫ କୋଟି ଟଙ୍କା।
ନିଜ ଦୋକାନରେ ବସି ମୋବାଇଲ ଦେଖୁଥିଲେ ଯୁବକ। ସିଧାସଳଖ ଉପରୁ ଖସିଲା ବିରାଟ ନାଗ ସାପ।
ନିପଟ ମଫସଲରେ ଘର। ସ୍ୱାମୀ ଅଟୋ ଚଲାନ୍ତି। ହେଲେ ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାବଲମ୍ୱୀ। ଘରେ ଗାଈ-କୁକୁଡା ରଖି ଭଲ ରୋଜଗାର କରୁଛନ୍ତି।
ଲଘୁଚାପ ଜନିତ ବର୍ଷାରେ ଜଗତସିଂହପୁରରେ ଅଶାନ୍ତ ସମୁଦ୍ର।
ଆଜି ପ୍ରକାଶ ପାଇବ ଯୁକ୍ତ ୨ କଟ୍ ଅଫ ମାର୍କ।
ମୂର୍ତ୍ତି ଛୋଟ ଅର୍ଥ ଏହା ଏକ ବିଘ୍ନ ବୋଲି କହିଲେ ସାଂସଦ ଭର୍ତ୍ତୃହରି ମହତାବ। ସରକାରଙ୍କ ନିଷ୍ପତ୍ତିକୁ ହାସ୍ୟାସ୍ପଦ ବୋଲି କହି ଆଉ ଦୁଇ ଫୁଟ ଅଢ଼େଇ ଫୁଟରେ କଣ କରୋନା ଡରି ପଳାଉଛି ବୋଲି ତାଚ୍ଛଲ୍ୟ କରିବାକୁ ବି ପଛାଇ ନାହାନ୍ତି ଭର୍ତ୍ତୃହରି।
ହୋଟେଲ ମାଲିକଙ୍କ ଦାଦାଗିରି। ୫ ଟଙ୍କା ପାଇଁ ନିର୍ଧୂମ ମାଡ଼ ମାରିଲେ ହୋଟେଲ ମାଲିକ। ଗ୍ରାହକଙ୍କୁ ନିର୍ଧୂମ ପିଟିଲେ ହୋଟେଲ ମାଲିକ ଓ ତାଙ୍କ ପୁଅ। ଗ୍ରାହକଙ୍କୁ ପିଟୁଥିବାର ଭିଡିଓ ଭାଇରାଲ।
ଗୁଜରାଟରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍। ଆଜି ବସିପାରେ ବିଜେପି ବିଧାୟକ ଦଳ ବୈଠକ। ଗତକାଲି ବିଜୟ ରୁପାଣୀଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁ ଦଳରେ ରେସ୍ ଦେଖିବାକୁ ମିଳିଛି।
ଭୁବନେଶ୍ୱରରେ ଡେଲିଭରି ବଏଙ୍କୁ ଅପହରଣ ଅଭିଯୋଗ। ଲିଙ୍ଗିପୁର ନଦୀବନ୍ଧ ରାସ୍ତାରେ ଡେଲିଭରି ବଏଙ୍କ ଚପଲ, ମନିପର୍ସ ପଡ଼ିଛି। ଅପହରଣ ହୋଇଥିବା ନେଇ ନିଜେ ପରିବାର ଲୋକଙ୍କୁ ଭଏସ ମେସେଜ ଦ୍ୱାରା କହିଛନ୍ତି ଅପହୃତ ବାଳକ।
ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୯୮କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ ୬୪୯ ସଂକ୍ରମିତ ଚିହ୍ନଟ। ସେଥିମଧ୍ୟରେ ୧୦୩ ଜଣ ଶିଶୁ ଚିହ୍ନଟ ହୋଇଛନ୍ତି।
ନିଆରା ଗଣେଶ। କୋଭିସିଲ୍ଡ ଟିକା ଭିତରେ ଗଜାନନ।
ଯେଉଁମାନେ ଆତଙ୍କବାଦୀ ସେମାନଙ୍କୁ ତାଲିବାନ ସରକାରରେ ମିଳିଛି ମନ୍ତ୍ରୀପଦ। କହିବାକୁ ଗଲେ ତାଲିବାନ ସରକାରରେ ଭର୍ତ୍ତି ହୋଇଛନ୍ତି ଆତଙ୍କବାଦୀ।
ବାହାରିନରେ ଫସିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ। ଘରୋଇ କଂପାନିରେ ଶ୍ରମିକମାନଙ୍କୁ ନିର୍ଯାତନା ଅଭିଯୋଗ। ଶ୍ରମିକମାନଙ୍କ ଆନ୍ଦୋଳନ ଭିଡିଓ ଭାଇରାଲ୍।
ସାପ ପାଇଁ ନିଆରା ସଚେତନତା। ଅଳଙ୍କାର ମାଧ୍ୟମରେ ସଚେତନ କରିବାକୁ ପ୍ରୟାସ ସାପ ପ୍ରତି ଥିବା ଭୟକୁ ଦୂର କରିବା ଲାଗି ଉଦ୍ୟମ।
ଗାଁ କାଦୁଅ ରାସ୍ତାରେ ଫସିଲା ୧୦୮ ଆମ୍ବୁଲାନ୍ସ। ରୋଗୀ ପାଖରେ ପହଁଚିପାରିଲାନି ଆମ୍ବୁଲାନ୍ସ।
ତାଲିବାନ ସରକାରଙ୍କୁ ମୋଟା ଅଙ୍କର ଟଙ୍କା ଦେଉଛି ଚାଇନା। କରୋନା ଭ୍ୟାକ୍ସିନଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ସବୁ କିଛି ପଠାଇବାକୁ ଘୋଷଣା କରିଛି।
ମଶା କାରଣରୁ ସାରା ଦୁନିଆରେ ଅନେକ ପ୍ରାଣଘାତୀ ରୋଗ ହୋଇଥାଏ । ଏଥିରେ କୋଟି କୋଟି ଲୋକଙ୍କ ଜୀବନ ଚାଲିଯାଏ ।
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଜି ପାଇଁ ୧୭ ଜିଲ୍ଲାକୁ ପାଣିପାଗ ବିଭାଗର ଓ୍ୱାର୍ଣ୍ଣିଂ। ୮ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ।
ସମ୍ବଲପୁରରେ ମା ସମଲେଇଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ
କୋଭିଡ ନିୟମ ଉଲ୍ଲଂଘନ ପରେ ସିଲ୍ ହେଲା ବାର୍