• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

elephant
ନୀଳଗିରିରେ ଝାଡଖଣ୍ଡର ପାଇଲଟ୍ ହାତୀ

ନୀଳଗିରିରେ ଝାଡଖଣ୍ଡର ପାଇଲଟ୍ ହାତୀ। ମିତ୍ରପୁର ନିକଟ ଜଙ୍ଗଲରେ ରହିଛିନ୍ତି ଏହି ଝାଡଖଣ୍ତୀ ଦନ୍ତାହାତୀ। ନଡପୁର ଜଙ୍ଗଲରୁ ବାହାରି କାଠପାଳ ଦେଇ ହାତୀଟି ଆସିଥିବା ସୂଚନା ମିଳିଛି। ଏନେଇ ଲୋକମାନେ ଭୟଭୀତ ରହିଛନ୍ତି। ଦନ୍ତାହାତୀକୁ ଘଉଡାଇବା ନେଇ ସ୍ଥାନୀୟ ଲୋକେ ପ୍ରଶାସନକୁ ଦାବି କରିଛନ୍ତି।

Building Collapsed
ଭୁଶୁଡ଼ିଲା ୩ ମହଲା କୋଠା

ଭୁଶୁଡ଼ିଲା ୩ ମହଲା କୋଠା। ମହାରାଷ୍ଟ୍ର ଜଲଗା ଜିଲ୍ଲାର ପାଚୋରା ସହରରେ ହଠାତ୍ ଭୁଶୁଡ଼ିଲା ୩ ମହଲା କୋଠା I ମାତ୍ର ୫ ବର୍ଷ ତଳେ ଏହି କୋଠାଟି ନିର୍ମାଣ ହୋଇଥିଲାI

local gun
ଦେଶୀ ବନ୍ଧୁକ କାରଖାନା ଠାବ

କନ୍ଧମାଳ ଚକାପାଦ ଅଞ୍ଚଳରୁ ଦେଶୀ ବନ୍ଧୁକ କାରଖାନା ଠାବ I ଦେଶୀ ବନ୍ଧୁକ, ଗୁଳି ଓ ସାମଗ୍ରୀ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

covishield vaccine
କୋଭିସିଲ୍ଡକୁ ଆମେରିକାର ଗ୍ରୀନ୍ ସିଗନାଲ୍

କୋଭିସିଲ୍ଡକୁ ଆମେରିକାର ଗ୍ରୀନ୍ ସିଗନାଲ୍। କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡ୍‌କୁ ଅନୁମତି ଦେଇଛି ଆମେରିକା। ଇଟ୍ ହାଉସ୍ ଏବେ କହିଛି ଯେଉଁ ଭାରତୀୟ ୨ଟି ଯାକ ଡୋଜ୍ ନେଇଥିବେ ସେମାନେ ଆମେରିକାରେ ପ୍ରବେଶ କରିପାରିବେ।

Joe Baiden
ଆମେରିକା ଆଉ ଚାହୁଁ ନାହିଁ ଶୀତଳ ଯୁଦ୍ଧ

ଆମେରିକା କାହା ସହିତ ଆଉ ନୂଆ ଶୀତଳ ଯୁଦ୍ଧ ଚାହେଁ ନାହିଁ । ମିଳିତ ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧନ କରି ଏହା କହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ଆମେରିକାର ନୂଆ ଆଭିମୁଖ୍ୟ ସମ୍ପର୍କରେ ସୁଚନା ଦେଇ ସେ କହିଛନ୍ତି ଯେ ଆଫଗାନିସ୍ତାନ୍‌ରେ ଚାଲିଥିବା ୨୦ ବର୍ଷ ଯୁଦ୍ଧ ଶେଷ ହୋଇଛି ଏବଂ କୌଣସି ଯୁଦ୍ଧକୁ ଜାରି ରଖିବା ପାଇଁ ଆମେରିକା ଚାହେଁ ନାହିଁ।

Air Marshal
ଏୟାର ମାର୍ଶାଲ ଭିଆର ଚୌଧୁରୀ ହେବେ ବାୟୁସେନା ମୁଖ୍ୟ

ଏୟାର ମାର୍ଶାଲ ଭିଆର ଚୌଧୁରୀ ହେଉଛନ୍ତି ପରବର୍ତ୍ତୀ ବାୟୁସେନା ମୁଖ୍ୟ । ସେପ୍ଟେମ୍ବର ୩୦ରେ ଏୟାର ଚିଫ୍ ମାର୍ଶାଲ ଭଦୌରିଆ ଅବସର ନେବେ । ତାଙ୍କ ସ୍ଥାନରେ ଭିଆର ଚୌଧରୀ ଧରିବେ ବାୟୁ ସେନାର ମଙ୍ଗ ।

CBSE
ପିତାମାତା ହରାଇଥିବା ପିଲାଙ୍କୁ ଦେବାକୁ ପଡ଼ିବନି ପରୀକ୍ଷା କିମ୍ବା ପଂଜୀକରଣ ଫି

କୋଭିଡରେ ଅଭିଭାବକ ହରାଇଥିବା ପିଲାଙ୍କୁ ସିବିଏସଇର ଆଶ୍ୱାସନା । ୨୦୨୧-୨୨ ଶିକ୍ଷା ବର୍ଷରେ ପିତାମାତା ହରାଇଥିବା ପିଲାଙ୍କୁ ଦେବାକୁ ପଡ଼ିବନି ପରୀକ୍ଷା କିମ୍ବା ପଂଜୀକରଣ ଫି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଲାଗୁ କରାଯାଇଛି।

Nina Singh
ସରକାରୀ ଚାକିରୀ ଛାଡି ସଫଳ ଉଦ୍ୟୋଗୀ ହେଲେ ନିନା ସିଂ

ସରକାରୀ ଚାକିରୀ ଛାଡି ସଫଳ ଉଦ୍ୟୋଗୀ। କାହା ଉପରେ ନିର୍ଭର ନ କରି ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ନିନା ସିଂ। ଷ୍ଟିଭିଆ ନାମକ ସୁଗାର ଫ୍ରି ଗଛ ଚାଷ କରୁଛନ୍ତି ବାଲେଶ୍ୱରର ଉଚ୍ଚଶିକ୍ଷିତ ନିନା ସିଂ।

PM Modi- Joe Baiden
୨୪ରେ ବାଇଡେନ ମୋଦି ସାକ୍ଷାତକାର

୨୪ରେ ବାଇଡେନ ମୋଦି ସାକ୍ଷାତକାର।୫ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଇଡେନ୍‌ଙ୍କ ସହ ତାଙ୍କର ୨୪ ରେ ସାକ୍ଷାତକାର ହେବ୍।ଆଫଗାନ ସ୍ଥିତି, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉପରେ ବାଇଡେନ୍‌ଙ୍କ ସହ ଆଲୋଚନା କରିପାରନ୍ତି ମୋଦି।

DRDO Crime
DRDO ଗୁପ୍ତଚର: ଦୁବାଇରୁ ଆସୁଥିଲା ଲକ୍ଷଲକ୍ଷ ଟଙ୍କା

DRDO ତଥ୍ୟ ଲିକ୍ ଘଟଣାର ଆଉ ଏକ ଖୁଲାସା। ଦୁବାଇରୁ ଆସୁଥିଲା ଲକ୍ଷଲକ୍ଷ ଟଙ୍କା। ଅଭିଯୁକ୍ତଙ୍କୁ ଜେରା ବେଳେ ମିଳିଛି ଏହି ଖବର। ୟୁକେ ନମ୍ବରରେ ୫ ଅଭିଯୁକ୍ତଙ୍କ ସହ କଥା ହେଉଥିଲେ ସେହି ମହିଳା । ପରେ ଦୁବାଇରୁ ଆସୁଥିଲା ଟଙ୍କା। ହନିଟ୍ରାପ୍ ମାଧ୍ୟମରେ ମହିଳା ଜଣକ DRDO କର୍ମଚାରୀଙ୍କୁ ଫସାଇଥିଲେ।

Raj Kundra
ଜେଲରୁ ବାହାରିଲେ ବ୍ୟବସାୟୀ ରାଜ୍ କୁନ୍ଦ୍ରା

ଜେଲରୁ ବାହାରିଲେ ବ୍ୟବସାୟୀ ରାଜ୍ କୁନ୍ଦ୍ରା। ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ମାମଲାରେ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗତ ଦୁଇ ମାସ ଜେଲ୍‌ରେ ଅଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ତାଙ୍କୁ ଚଳିତ ବର୍ଷ ଜୁଲାଇ ୧୯ ରେ ଗିରଫ କରାଯାଇଥିଲା।

High Court Judges
ବଦଳି ହେବେ ୧୭ ବିଚାରପତି

ହାଇକୋର୍ଟର ୧୭ ବିଚାରପତିଙ୍କ ବଦଳି ନେଇ ସୁପାରିଶ। ସୁପ୍ରିମକୋର୍ଟ କଲେଜିୟମ କଲେ ସୁପାରିଶ। ଜଷ୍ଟିସ୍ ଜସବନ୍ତ ସିଂହ ପଞ୍ଜାବ-ହରିୟାଣା ହାଇକୋର୍ଟରୁ ଓଡିଶା ଆସିବେ। ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ଓଡିଶା ହାଇକୋର୍ଟରୁ ଉତ୍ତରାଖଣ୍ତ ଯିବେ। ଜଷ୍ଟିସ୍ ସୋମେନ୍ ସେନ୍ ଓ ଅରିନ୍ଦମ୍ ସିନ୍ହା ଓଡିଶା ହାଇକୋର୍ଟ ଆସିବେ।

Odisha BJP To Follow Gujarat Model For Winning Streak
ଗୁଜରାଟ ମଡେଲକୁ ଆପଣେଇବ ରାଜ୍ୟ ବିଜେପି

ଗୁଜରାଟ ମଡେଲକୁ ଆପଣେଇବ ରାଜ୍ୟ ବିଜେପି। ସଂଗଠନକୁ ସୁଦୃଢ଼, ନେତୃତ୍ୱକୁ ଗୁରୁତ୍ୱ ଦେବ ଦଳ।

After IT Raids, Sonu Sood Defends Himself, Albeit Vaguely
ମୁହଁ ଖୋଲିଲେ ସୋନୁ ସୁଦ୍

ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ରେଡ୍ ପରେ ସୋନୁଙ୍କ ପ୍ରତିକ୍ରିୟା। ତାଙ୍କ ଫାଉଣ୍ଡେସନର ପ୍ରତ୍ୟେକ ଟଙ୍କା ଅମୂଲ୍ୟ ଜୀବନ ରକ୍ଷାରେ ଲାଗିବ। ସବୁ ସରକାରର ବ୍ରାଣ୍ଡ ଆମ୍ବାସଡର ହେବାକୁ ପ୍ରସ୍ତୁତ।

Special Story | Heartless Son Abandons Octogenarian Woman In Middle Of Forest In Bargarh
ଘା’ ହେଲା ବୋଲି ବୁଢ଼ୀ ମାଆକୁ ଜଙ୍ଗଲରେ ଛାଡ଼ିଦେଲେ ପୁଅବୋହୂ

ଗାଁ ବାଲା ବାସନ୍ଦ କରିଦେଲେ ବୋଲି, ୮୨ ବର୍ଷୀୟା ଅସୁସ୍ଥ ବୁଢ଼ୀ ମାଆକୁ ପର କରିଦେଲେ ପୁଅବୋହୂ। ଘଞ୍ଚ ଜଙ୍ଗଲରେ ଏକ ପତ୍ର କୁଡ଼ିଆ କରି, ତାକୁ ସେଇଠି ଜଙ୍ଗଲୀ ଜନ୍ତୁଙ୍କ ମୁହଁରେ ଛାଡ଼ି ଦେଇ ଆସିଲେ।

Special Story | Amazon Permanently Banned 600 Chinese Brands | Here\'s All Details
ଏହି ଭୁଲ ପାଇଁ ଏକାସଙ୍ଗେ ଚୀନର ୬୦୦ଟି ବ୍ରାଣ୍ଡକୁ ବ୍ୟାନ୍ କଲା ଆମାଜନ୍

ଧରା ପଡିଛି ଚୀନର ଚିଟିଂ। ମାତ୍ର ଗୋଟିଏ ଭୁଲ୍ ପାଇଁ ଅନେକ କ୍ଷତି ସହିବାକୁ ପଡିଛି। ରିଭ୍ୟୁ ବେଳେ ଚାଇନା କଂପାନୀର ମିଛ ଧରା ପଡିବା ପରେ ୬୦୦ଟି ବ୍ରାଣ୍ଡକୁ ବ୍ୟାନ୍ କରିବାକୁ ବାଧ୍ୟ ହୋଇଛି ଆମାଜନ୍।

Special Story | Meet Rourkela\'s \'Pad Woman\' Who Spreads Awareness On Menstrual Hygiene
ଋତୁସ୍ରାବକୁ ଏତେ ଲାଜ କାହିଁକି? ମୁଁ ମାଗଣା ବାଣ୍ଟିବି ଲକ୍ଷେ ପ୍ୟାଡ୍

କିଛିଦିନ ପୂର୍ବରୁ ଅକ୍ଷୟ କୁମାରଙ୍କର ପ୍ୟାଡମ୍ୟାନ୍ ସିନେମା ସାରା ଦେଶରେ ଚହଳ ପକାଇଥିଲା। ଏବେ ରାଉରକେଲାରେ ବାହାରିଛନ୍ତି ଜଣେ ପ୍ୟାଡ୍ ଓମ୍ୟାନ୍। ନାଁ ତାଙ୍କର ଅନୁଶ୍ରୀ ଦାସ।

Pramod Bhagat
ଜନ୍ମମାଟିରେ ପ୍ରମୋଦଙ୍କୁ ଭବ୍ୟ ସ୍ୱାଗତ

ଜନ୍ମମାଟିରେ ପ୍ରମୋଦଙ୍କୁ ଭବ୍ୟ ସ୍ୱାଗତ। ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଥମ ଥର ନିଜ ଗାଁକୁ ଫେରିଛନ୍ତି ପ୍ରମୋଦ୍। ବାଜା ବଜାଇ ଫୁଲ ପକାଇ ସ୍ୱାଗତ କରିଛନ୍ତି ଲୋକେ। ଶହ ଶହ ଲୋକ ପ୍ରମୋଦଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଛନ୍ତି।

black fungus
ବ୍ଲାକ୍ ଫଙ୍ଗସ୍ ନେଲାଣି ୨୯ ଜଣଙ୍କ ଜୀବନ

ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ନେଲାଣି ୨୯ ଜଣଙ୍କ ଜୀବନ। ବର୍ତ୍ତମାନ ଯାଏଁ ବ୍ଲାକ୍ ଫଙ୍ଗସରେ ୨୧୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦୯ ରୋଗୀ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ୬୮ ଜଣ ରୋଗୀ ସୁସ୍ଥ ହୋଇ ଫେରିଥିବାର ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି।

Campaign For Pipili Bypoll Continues Amid Covid Crisis
ଜୋର୍ ଧରିଲାଣି ପ୍ରଚାର

ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଜୋର। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର। ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ।

Special Story | Berhampur Boy Designs Washing Machine Operated By Bicycle Paddle
ନିଆରା ଓ୍ୱାସିଂ ମେସିନ ତିଆରି କଲେ ଛାତ୍ର, ବ୍ୟାୟାମ ଓ ଲୁଗା ସଫା ଏକାଠି

ଆପଣଙ୍କ ଘରେ ଓ୍ୱାସିଂ ମେସିନ ଥିବ। ହେଲେ ଏମିତିକା ଓ୍ୱାସିଂ ମେସିନ କେବେ ହେଲେ ନ ଥିବ।

volcano
ସ୍ପେନରେ ପୁଣି ଥରେ ଲାଭା ଉଦଗିରଣ

ସ୍ପେନରେ ପୁଣି ଥରେ ଲାଭା ଉଦଗିରଣ। ସ୍ପେନରେ ପ୍ରକୃତିର ତାଣ୍ଡବ। ଲାଭା ଉଦଗିରଣରେ ଶହ ଶହ ମିଟର ଧୁଆଁ ମୟ । ହଜାର ହଜାର ଲୋକ ସ୍ଥାନାନ୍ତର। ସ୍ପେନ୍‌ର ବିପଦ ଜନକ ଲାପଲମ୍ ଦ୍ୱୀପର ଆଗ୍ନୟଗିରି ପୁଣି ଥରେ ସକ୍ରିୟ ହୋଇଛି। ଏହାର ପ୍ରଭାବ ଏତେ ଯେ ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଧୂଆଁର ଆସ୍ତରଣ ହୋଇଛି।

Barabati Stadium
ବାରବାଟୀରେ ହେବ T20

କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବ ଆର୍ନ୍ତଜାତୀୟ ଟି-ଟ୍ୱେଣ୍ଟି କ୍ରିକେଟ୍‌ ମ୍ୟାଚ୍ । ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ଦୀର୍ଘ ଦୁଇ ବର୍ଷ ପରେ ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ମ୍ୟାଚ୍ । ଆସନ୍ତା ଫେବୃୟାରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଏହି ଟି-ଟ୍ୱେଣ୍ଟି ମ୍ୟାଚ୍‌।

BJP protest
ରାଜଧାନୀରେ ମୁକୁଳା ଡ୍ରେନକୁ ନେଇ ରାଜରାସ୍ତାରେ ବିଜେପି

ରାଜଧାନୀରେ ମୁକୁଳା ଡ୍ରେନକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ବିଏମସି କାର୍ଯ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ବିଜେପି କର୍ମୀ । ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ବିକ୍ଷୋଭ ଶୋଭାଯାତ୍ରାରେ ଆସିବା ପରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

CHSE
ଶୁଣିଲାନି କାଉନ୍‌ସିଲ ! ଶେଷରେ ହାତ କାଟି ଦେଲେ ଛାତ୍ରୀ

ଉଚିତ୍ ମୂଲ୍ୟାୟନ ଦାବିରେ ହାତ କାଟିଲେ ଛାତ୍ରୀ। ଭୁବନେଶ୍ୱର CHSE ଅଫିସ୍ ସାମ୍ନାରେ ଆଜି କିଛି ଏଭଳି ଘଟଣା ଘଟିଛି। ଛାତ୍ରୀ ଜଣଙ୍କ ଗଞ୍ଜାମ ଜିଲ୍ଲାର। ତାଙ୍କ ନାଁ ନନ୍ଦୀନି ବେହେରା। ମୂଲ୍ୟାୟନକୁ ନେଇ ଅସନ୍ତୋଷ ଥିବା ଛାତ୍ରୀ ଆଜି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ।