ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ବଢିବନି, ଏହି ନିଷ୍ପତ୍ତିକୁ ନେଇ ବଢୁଛି ଅସନ୍ତୋଷ। ଆଜି ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ବୈଠକ। ଏପଟେ ଦୁର୍ଗା ମୂର୍ତ୍ତି ଉଚ୍ଚତା ବଢ଼ିଲେ କେମିତି ବଢ଼ିବ କରୋନା, ତାକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ପ୍ରଭାତ ତ୍ରିପାଠୀ।
Published: Prangyan Parimita
Last updated: 11 September 2021, 05:43 PM IST
ଏ ବର୍ଷ ବି ୪ ଫୁଟର ହେବ ମୂର୍ତ୍ତି। ଦୁର୍ଗା ମୂର୍ତ୍ତି ଉଚ୍ଚତା ୪ ଫୁଟ ହେବାର ନିଷ୍ପତ୍ତି ନେଲା SRC। କୋଭିଡ ପରିସ୍ଥିତିକୁ ଆଖି ଆଗରେ ରଖି ସଂକ୍ରମଣ ନ ବଢିବା ପାଇଁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କୋଭିଡ ଗାଇଡଲାଇନ୍ ଅନୁଯାୟୀ ନିଡାମ୍ବରରେ ପାଳନ ହେବ ପାର୍ବଣ।