ଅପହରଣ ନୁହେଁ ନାଟକ ରଚିଛି ଚିକୁନ୍। ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁରରୁ ଡେଲିଭରି ବୟ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ୍। ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି।
ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କର ଗିରଫ। କୋରାପୁଟ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କର ଗିରଫ ନେଇ ଡିଜିପି ସୂଚନା ଦେଇଛନ୍ତି।
ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି ଦିଦି। ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଭୁବନେଶ୍ୱର କେଶୁରା ଓ ଝାରପଡ଼ାରେ ଏକାଧିକ ବହୁତଳ କୋଠା ଠାବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରାଯାଇଛି।
ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ। ୬ ଘଣ୍ଟାରେ ୧୩ କିମି ବେଗରେ ଆଗକୁ ବଢ଼ୁଛି ।
ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା। ଉଭୟ ଅଫଲାଇନ୍ ଓ ଅନଲାଇନରେ ହେବ ଆଡମିଶନ୍।
ଚାଲି ଚାଲି ପାକିସ୍ତାନ ଅଭିମୁଖେ ହଜାର ହଜାର ଆଫଗାନିସ୍ତାନ ନାଗରିକ। ପାକ୍ ସୀମାରେ ବଢ଼ୁଛି ଭିଡ଼, ଦିନ ଦିନ ଧରି କରୁଛନ୍ତି ଅପେକ୍ଷା
ଦିନେ ଶୁଭଶ୍ରୀ ଶହ ଶହ ରୋଗୀଙ୍କ ସେବା କରୁଥିଲେ। ନର୍ସ ଭାବେ କାମ କରି କରୋନା ସମୟରେ କରୋନା ଯୋଦ୍ଧା ହୋଇଥିଲେ। ଏତେ ସୁନ୍ଦର ଝିଅଟି ଏବେ କିଡନୀ ରୋଗରେ ଆକ୍ରାନ୍ତ। ଯିଏ ଦିନେ ଅନ୍ୟର ସେବା କରୁଥିଲା ଆଜି ସେ ଅନ୍ୟର ସାହାଯ୍ୟକୁ ଅପେକ୍ଷା କରିଛି। ନୟାଗଡ଼ରୁ ଦେଖନ୍ତୁ ଏ ଖବର
ବର୍ଷାପାଣିରେ ଉବୁଟୁବୁ ବଲାଙ୍ଗୀର ସହରର ଇଷ୍ଟଦେବୀ ମାଆ ପାଟଣେଶ୍ୱରୀ । ମନ୍ଦିର ଛାତରୁ ପାଣି ଗଳୁଥିବା ବେଳେ ମନ୍ଦିର ଭିତରେ ବି ପାଣି ପଶିଛି ।
ତେଇଶି ବର୍ଷର ସ୍ଥିର ସରକାର। ସ୍ୱଚ୍ଛ ସରକାର ବୋଲି ପ୍ରଚାର ଚାଲିଛି। କିନ୍ତୁ ଏହି ଭିଡିଓ ଦେଖିଲେ ଆପଣ ଜାଣିବେ ତଳ ସ୍ତରରେ କେତେ ଦକ୍ଷ ଏହି ସରକାର।
ଦଶମାସ ଦଶଦିନ ପେଟରେ ରଖି ପୁଅକୁ ଜନ୍ମ ଦେଇଥିଲା ମାଆ। ନାଁ ରଖିଥିଲା ରାମଚନ୍ଦ୍ର। କିନ୍ତୁ ସେ ଚାଣ୍ଡାଳ ମାଡ଼ ମାରି ବାପାର ହାତ ଭାଙ୍ଗି ଦେଇଛି।
ବିଭିନ୍ନ ସ୍ଥାନରେ ବର୍ଷାର ତାଣ୍ଡବ। କେଉଁଠି ଲୋକେ ଜଳବନ୍ଦୀ ଅବସ୍ଥାରେ ତ କେଉଁଠି ଗଛ ଉପୁଡ଼ି ପଡିଛି।
ଦୁବାଇରେ ରହୁଥିବା ଓଡ଼ିଆଙ୍କ ନୂଆଁଖାଇ ପାଳନ। ଏକ ପାର୍କରେ ଏକାଠି ହୋଇ ପାଳିଲେ ନୂଆଁଖାଇ
ହଠାତ୍ ଏକ ସଡ଼କ ଦୁର୍ଘଟଣାରେ ହାତ ଛାଡ଼ି ଚାଲିଗଲେ ସ୍ୱାମୀ। ଏକା ହୋଇଗଲେ ଜାଏଦା ବିବି। ୪ ମାସ ଘରେ ବସି କାନ୍ଦିଲେ ଓ ନିଜକୁ ଶକ୍ତ କଲେ। ତା ପରେ
ସ୍ଥଳଭାଗର ସବୁଠାରୁ ବଡ଼ ଜୀବ ହାତୀକୁ ଜଗିବ ଏହା ତୁଳନାରେ ଅତି ଛୋଟ ମହୁମାଛି। ହାତୀ ଉପଦ୍ରବରେ ଅଙ୍କୁଶ ଲଗାଇବାକୁ ମହୁମାଛିଙ୍କୁ ଉପଯୋଗ କରିବ ବନ ବିଭାଗ। ଯେଉଁ ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ରହୁଛି, ସେସବୁ ଜାଗାରେ ରହିବ ମହୁମାଛି ବକ୍ସ। ବକ୍ସଗୁଡ଼ିକ ତାରରେ ସଂଯୋଗ କରାଯିବ। ଯେତେବେଳେ ହାତୀ ସେହି ଅଞ୍ଚଳକୁ ପ୍ରବେଶ କରିବାକୁ ଉଦ୍ୟମ କରିବ, ସେତେବେଳେ ତାର ସଂସ୍ପର୍ଶରେ ଆସିବ। ଆଉ ତାର ଦ୍ୱାରା ବକ୍ସ ଟାଣିହେଲେ ତା’ ଭିତରୁ ମହୁମାଛି ବାହାରିବେ। ମହୁମାଛିଙ୍କୁ ଆକଟ କରିବାରେ ଅକ୍ଷମ ହାତୀ ଏହାଦ୍ୱାରା ସଂପୃକ୍ତ ଅଞ୍ଚଳ ଛାଡ଼ି ଚାଲିଯିବ ବୋଲି ଆଶା ବାନ୍ଧିଛି ବନ ବିଭାଗ।
ରବିବାର ସକାଳ ୮ରୁ ସୋମବାର ସକାଳ ୮ଟା ୨୪ ଘଣ୍ଟାରେ ୬୩ ବର୍ଷର ରେକର୍ଡ ଭାଙ୍ଗି ମୂଷଳ ଧାରା ବର୍ଷାରେ ରାଜଧାନୀ ଭୁବନେଶ୍ୱର ବେହାଲ ହୋଇପଡିଛି। ସହର ଜଳମୟ ହୋଇଯାଇଛି। ରାସ୍ତା, ରେଳଷ୍ଟେସନ୍, ଗଳିକନ୍ଦି ଯେଉଁଠି ଦେଖ ସବୁଠି ପାଣି। ବସ୍ଷ୍ଟାଣ୍ଡ୍ଠୁ ବସ୍ତି, ଆପାର୍ଟମେଣ୍ଟଠୁ ଝୁମ୍ପୁଡ଼ି ସବୁ ସ୍ଥାନ ଜଳମ। କିଏ ଘର ଛାଡି ପଳାଇଲେଣି ତ ଆଉ କିଏ ପଦାକୁ ବାହାରି ପାରୁନି। ପାଣିରେ ଲହଡି ଭାଙ୍ଗୁଛି ସ୍ମାର୍ଟସିଟି। ମହାନଗର ରାସ୍ତାରେ ଗାଡ଼ି ବୁଡ଼ିବାଠୁ ନେଇ, ଗତରାତିରେ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଫସିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ବର୍ଷାର ତାଣ୍ଡବ। ବ୍ରହ୍ମପୁରରେ ଭାଙ୍ଗିଲା ଶତାଧିକ ବର୍ଷ ପୁରୁଣା ଘର।
ସମୁଦ୍ରରେ ଫସିଥିବା ୧୧ ମତ୍ସ୍ୟଜୀବୀ ଉଦ୍ଧାର। ସାଗର ଦୀପ ପାଖରୁ ଉଦ୍ଧାର କଲେ ଭାରତୀୟ କୋଷ୍ଟଗାର୍ଡ
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଏହା ଅବପାତରେ ପରିଣତ ହୋଇଛି। । କଟକ ଜଳାର୍ଣ୍ଣବ । ଘରେ ପଶିଲାଣି ପାଣି । ଯାତାୟାତରେ ବାଧା ସୃଷ୍ଟି ହେଉଛି ।
ଭିଷଣ ବର୍ଷା। ବାବା ଆଖଣ୍ଡମଣିଙ୍କ ଗର୍ଭଗୃହରେ ପଶିଲା ପାଣି। ଅଧାବୁଡ଼ା ଅବସ୍ଥାରେ ଚାଲିଛି ବାବାଙ୍କ ପୂଜା
ପ୍ରଭୁ ଗଣେଶଙ୍କୁ ୧୦କେଜି ସୁନାରେ ନିର୍ମିତ ଏକ ମୁକୁଟ ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ। ଯାହାର ମୂଲ୍ୟ ୫ କୋଟି ଟଙ୍କା।
ନିଜ ଦୋକାନରେ ବସି ମୋବାଇଲ ଦେଖୁଥିଲେ ଯୁବକ। ସିଧାସଳଖ ଉପରୁ ଖସିଲା ବିରାଟ ନାଗ ସାପ।
ନିପଟ ମଫସଲରେ ଘର। ସ୍ୱାମୀ ଅଟୋ ଚଲାନ୍ତି। ହେଲେ ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାବଲମ୍ୱୀ। ଘରେ ଗାଈ-କୁକୁଡା ରଖି ଭଲ ରୋଜଗାର କରୁଛନ୍ତି।
ଲଘୁଚାପ ଜନିତ ବର୍ଷାରେ ଜଗତସିଂହପୁରରେ ଅଶାନ୍ତ ସମୁଦ୍ର।
ଆଜି ପ୍ରକାଶ ପାଇବ ଯୁକ୍ତ ୨ କଟ୍ ଅଫ ମାର୍କ।