ବଲିଉଡ୍ ତଥା ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଆଜି ସଫଳତାର ଯେଉଁ ଶିଖରରେ ପହଞ୍ଚିଛନ୍ତି ତାକୁ ପାଇବା ତାଙ୍କ ପାଇଁ ସହଜ ନଥିଲା। କେତେବେଳେ ସେ କୁଲି ହୋଇଛନ୍ତି ତ ପୁଣି କେତେବେଳେ ବସ୍ କଣ୍ଡକ୍ଟର୍। ସପୋର୍ଟିଂ ଭୂମିକାରୁ ଆସି ହୋଇଛନ୍ତି ସୁପରଷ୍ଟାର୍।
ଗୁଗୁଲ୍ ରିଲିଜ୍ କରିଛି ଏହାର ୨୦୨୩ ସର୍ଚ୍ଚ ତାଲିକା। ଏଥିରେ ଜଣେ ଭାରତୀୟ ଅଭିନେତ୍ରୀ ଅଛନ୍ତି ଯିଏ ମାର୍ଗୋଟ୍ ରୋବି, ଗାଲ୍ ଗଡୋଟ୍ଙ୍କ ପରି ଅନେକ ବଡ ବଡ ହସ୍ତୀଙ୍କୁ ପଛରେ ପକେଇ ଦୁନିଆର ସବୁଠାରୁ ଖୋଜା ଯାଇଥିବା ଚଳଚ୍ଚିତ୍ର ଅଭିନେତ୍ରୀ ହୋଇଛନ୍ତି।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ବିଦ୍ୟୁତ ଜାମୱାଲଙ୍କ ନ୍ୟୁଡ୍ ଫଟୋ। ଅଭିନେତାଙ୍କ ଏହି ପୋଷ୍ଟ୍କୁ ଦେଖି କେତେକ ପସନ୍ଦ କରୁଥିବା ବେଳେ ଅନେକ ଟ୍ରୋଲ୍ ମଧ୍ୟ କରୁଛନ୍ତି। ରାମ ଗୋପାଲ ବର୍ମା କିନ୍ତୁ ତାଙ୍କର ଏହି ପୋଷ୍ଟ୍କୁ ପସନ୍ଦ କରି ଗ୍ରୀକ୍ ଗଡ୍ ବୋଲି କହିଛନ୍ତି।
‘ସାଲାର୍’ ଗ୍ରାଣ୍ଡ୍ ଥିଏଟ୍ରିକାଲ୍ ରିଲିଜ୍ ଠାରୁ ମାତ୍ର ଦଶ ଦିନ ଦୂରରେ ଅଛି। ଏହାରି ଭିତରେ ନିକଟରେ ସେନ୍ସର ବୋର୍ଡ (ସିବିଏଫ୍ସି) କୁ ପଠାଯାଇଥିଲା ଏବଂ ସେନ୍ସର ବୋର୍ଡ ଫିଲ୍ମକୁ ୨ ଘଣ୍ଟା ୫୫ ମିନିଟ୍ର ରନ୍ଟାଇମ୍ ସହିତ ‘A’ ସାର୍ଟିଫିକେଟ୍ ଦେଇଛି।
'ଆନିମଲ୍'ରେ ରଣବୀର କପୁର, ରଶ୍ମିକା ମନ୍ଦନା, ଅନିଲ କପୁର, ବବି ଦେଓଲଙ୍କ ସହ ତୃପ୍ତି ଡିମ୍ରୀଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଉଛି। ରଣବୀର କପୁରଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ ପାଇଁ ତୃପ୍ତି ଡିମ୍ରୀଙ୍କ ଖୁବ ଚର୍ଚ୍ଚା। ହେଲେ ଏଥିରେ ତାଙ୍କ ବୋଲ୍ଡ ସିନ୍ ଦେଖି ଏମିତି କହିଲେ ବାପାମାଆ।
ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହ ପରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ୍ କରି ସେମାନଙ୍କର ଦାମ୍ପତ୍ୟ ଜୀବନର ଝଲକ ଜାରି ରଖିଛନ୍ତି। ଏବେ ଅଭିନେତ୍ରୀ ପରିଣୀତି ଚୋପ୍ରା ଅଭିନୟରୁ ରାଜନୀତିରେ ଯୋଗଦେବାକୁ ନେଇ ଚାଞ୍ଜଲ୍ୟକର ବୟାନ ଦେଇଛନ୍ତି।
'ଆନିମଲ୍'ରେ ରଣବୀର କପୁରଙ୍କ ଅଭିନୟକୁ ପ୍ରଶଂସା କରାଯାଉଛି ସତ ହେଲେ ଫିଲ୍ମକୁ ମଧ୍ୟ ଅନେକ ସମାଲୋଚନା କରାଯାଉଛି। ଫିଲ୍ମରେ ଦେଖାଯାଇଥିବା ମହିଳାଙ୍କ ପ୍ରତି ହିଂସା ଏବଂ ଅପମାନକୁ ନେଇ ବିରୋଧ କରାଯାଉଛି। ଫିଲ୍ମରେ ଅନେକ ଦୃଶ୍ୟ ଅଛି ଯାହା ବିବାଦୀୟ ମଧ୍ୟ। ତେବେ ଆସନ୍ତୁ ଜାଣିବା ସେଗୁଡିକ କ’ଣ?
ରଣବୀର କପୁରଙ୍କ ଫିଲ୍ମ ‘ପଠାନ୍’, ‘ଜବାନ୍’, ‘ଗଦର ୨’, ‘ଟଇଗର ୩’ର ସର୍ବକାଳୀନ ରୋଜଗାରକୁ ମଧ୍ୟ ପଛରେ ପକେଇ ଦେଇଛି। ରୋଜଗାରରେ ବିଶ୍ୱବ୍ୟାପୀ ଏହା ୫୩୮ କୋଟି ଟଙ୍କା ଅତିକ୍ରମ କରିଛି। ଏଥିରେ ବବି ଦେଓଲଙ୍କ ଭୂମିକାକୁ ଖୁବ ପ୍ରଶଂସା କରାଯାଉଛି। ତେବେ ସେ ଏହି ଚରିତ୍ର କିପରି ପାଇଲେ ତାହା କହିଛନ୍ତି।
‘ଆନିମଲ୍’ରେ ବବି ଦେଓଲଙ୍କ ଅନସ୍କ୍ରିନ ପତ୍ନୀ ଭାବେ ମାନସୀ ତକ୍ଷକଙ୍କୁ ଦେଖିବାକୁ ମିଳେ। ସେ ତାଙ୍କର ତୃତୀୟ ପତ୍ନୀ ଭାବେ ଅଭିନୟ କରିଛନ୍ତି। ବର୍ତ୍ତମାନ ମାନସୀ ଏଥିରେ ତାଙ୍କ ସହ ହୋଇଥିବା ଏକ ରେପ୍ ସିନ୍କୁ ନେଇ ଖୁଲାସା କରିଛନ୍ତି।
ସାମ୍ନାକୁ ଆସିଯାଇଛି ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ‘ଫାଇଟର୍’ର ଟିଜର, ଯେଉଁଥିରେ ଦମଦାର ଦୃଶ୍ୟ ଦେଖିବାକୁ ମିଳିଛି। ଏଥିରେ ଏରିଏଲ୍ ଆକ୍ସନ ସହିତ ପ୍ରଭାବଶାଳୀ 3D ସିନ୍ ରହିଛି ଯାହା ଲୋକଙ୍କୁ ଖୁବ୍ ପ୍ରଭାବିତ କରୁଛି।
‘କେଜିଏଫ୍’ ଫେମ୍ ୟଶ ତାଙ୍କର ନୂଆ ଫିଲ୍ମ ଘୋଷଣା କରିଛନ୍ତି। ସାଉଥ୍ ରକିଂ ଷ୍ଟାର୍ ୟଶଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଏକ ନୂଆ ଫିଲ୍ମକୁ ଅପେକ୍ଷା କରିଥିଲେ, ଯାହାର ଅପେକ୍ଷା ବର୍ତ୍ତମାନ ଶେଷ ହେବାକୁ ଯାଉଛି।
ରଣବୀର କପୁର ଫିଲ୍ମ ‘ଆନିମଲ୍’ ବକ୍ସ ଅଫିସ୍ରେ ହଇଚଇ ସୃଷ୍ଟି କରୁଛି। ସାତ ଦିନ ମଧ୍ୟରେ ବିଶ୍ୱବ୍ୟାପୀ ବକ୍ସ ଅଫିସ୍ରେ ୫୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି। କିନ୍ତୁ ରଣବୀର କପୁରଙ୍କ ପାଇଁ ‘ଆନିମଲ’ କରିବା ଏକ ବଡ ସମସ୍ୟା ହୋଇଛି। କିପରି, ଆସନ୍ତୁ ଜାଣିବା।
୬୦ ଓ ୭୦ ଦଶକର ଚର୍ଚ୍ଚିତ ଶିଶୁ କଳାକାର ଭାବେ ଜୁନିଅର ମେହମୁଦ ପରିଚିତ ଥିଲେ । ସେ ଏକାଧାରରେ ଜଣେ କଣ୍ଠଶିଳ୍ପୀ, ଅଭିନେତା ଓ ମରାଠୀ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମଧ୍ୟ ଥିଲେ ।
‘ଡଙ୍କି’ ରିଲିଜ୍ ପାଇଁ ଆଉ କିଛି ଦିନ ବାକି ଅଛି ଏବଂ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ପ୍ରଥମେ ଏହି ଫିଲ୍ମର ଆଡଭାନ୍ସ ବୁକିଂ ବିଦେଶ ବଜାରରେ ଖୋଲିଥିବା ବେଳେ ଏଠାରୁ ମିଳୁଥିବା ପ୍ରତିକ୍ରିୟା ବର୍ତ୍ତମାନ ଉତ୍ସାହଜନକ ନୁହେଁ।
ଫିଲ୍ମ ‘ଆନିମଲ୍’ ରଣବୀର କପୁରଙ୍କ କ୍ୟାରିୟରର ସବୁଠାରୁ ସଫଳ ଚଳଚ୍ଚିତ୍ର ହୋଇଯାଇଛି। ଫିଲ୍ମ ପ୍ରତିଦିନ ନୂଆ ରୋଜଗାର ରେକର୍ଡ ସୃଷ୍ଟି କରୁଛି। ତଥାପି ଏହାରି ଭିତରେ ଏଥିରେ ଥିବା ଅନ୍ତରଙ୍ଗ ସିନ୍କୁ ନେଇ ଚର୍ଚ୍ଚା ଉଠିଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ନିଜେ ଅଭିନେତ୍ରୀ ତୃପ୍ତି ଡିମରୀ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସନ୍ନି ଦେଓଲ ନିଶାଶକ୍ତ ଅବସ୍ଥାରେ ମୁମ୍ବାଇ ରାଜରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ସେ ମଦ୍ୟପାନ କରି ରାସ୍ତା ପାର ହେଉଥିବାବେଳେ ଜଣେ ଅଟୋ ଚାଳକ ସନ୍ନିଙ୍କୁ ସମ୍ଭାଳିବା ସହ ତାଙ୍କୁ ଅଟୋରେ ବସାଇଥିଲେ।
ବାତ୍ୟା ଭିତରେ ଫସିଲେ ବଲିଉଡର ମିଷ୍ଟର ପରଫେକ୍ନିଷ୍ଟ ଆମୀର ଖାନ୍ ।
ଇନିସପେକ୍ଟର ଫେଡ୍ରିକ୍ସ .. ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କ୍ରାଇମ ଶୋ ‘CID ’ର ଚରିତ୍ର । ଏହି ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦିନେଶ ଫଡନିସଙ୍କ ପରଲୋକ ହୋଇ ଯାଇଛି ।
ପ୍ରଥମ ଦିନରେ ‘ଆନିମଲ୍’ ସାରା ବିଶ୍ୱରେ ୧୦୦ କୋଟିରୁ ଅଧିକ ଟଙ୍କାରେ ଓପନିଂ କରିଥିଲା। ଫିଲ୍ମ ରିଲିଜ୍ ହେବାର ତିନି ଦିନ ବିତିଗଲାଣି । ପ୍ରଥମ ସପ୍ତାହରେ ଫିଲ୍ମ ୩୫୦ କୋଟିରୁ ଅଧିକ ରୋଜଗାର କରିସାରିଛି।
‘ଆନିମଲ୍’ର ଦ୍ୱିତୀୟ ଦିନର ରୋଜଗାର ସାମ୍ନାକୁ ଆସିଛି, ଯାହା ‘ଜବାନ’କୁ ପଛରେ ପକେଇ ଦେଇଛି। ମାତ୍ର ଦୁଇ ଦିନ ଭିତରେ ଫିଲ୍ମ ତା’ର ମୋଟ୍ ବଜେଟ୍ର ଦୁଇ ଗୁଣାରୁ ଅଧିକ ରୋଜଗାର କରିନେଇଛି। ତେବେ ଆସନ୍ତୁ ଜାଣିବା ‘ଆନିମଲ୍’ର ଦ୍ୱିତୀୟ ଦିନର ବକ୍ସ ଅଫିସ୍ ରୋଜଗାର କେତେ?
ସିନେମାକୁ ଭଲ ପାଉଥିବା ପ୍ରତିଟି ଦର୍ଶକଙ୍କ ପାଇଁ ସବୁଠୁ ବେଷ୍ଟ ଫିଲ୍ମ । ଆପଣ ଦେଖିକି ଆଶ୍ଚର୍ଯ୍ୟ ହେଇଯିବେ କି ବର୍ତ୍ତମାନ ସମୟରେ ବଲିଉଡ୍ ଅଭିନେତା ମାନେ ଏତେ ଭଲ ଅଭିନୟ କେମିତି କରିପାରିବେ ?
ବର୍ତ୍ତମାନ ରଣବୀର କପୁରଙ୍କ ଏହି ଫିଲ୍ମର ଲକ୍ଷ୍ୟ ହେଉଛି ଶାହରୁଖ ଖାନଙ୍କ ଦୁଇଟି ବ୍ଲକ୍ବଷ୍ଟର ଫିଲ୍ମ ‘ପଠାନ’ ଏବଂ ‘ଜବାନ’ ଉପରେ। ଏଭଳି ପରିସ୍ଥିତିରେ ‘ଆନିମଲ୍’ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ଫିଲ୍ମ ‘ଗଦର ୨’, ‘ଜେଲର’, ‘ଟାଇଗର ୩’ ସମେତ ଚଳିତ ବର୍ଷର ବହୁ ଆୟକାରୀ ଚଳଚ୍ଚିତ୍ରର ପ୍ରଥମ ଦିନର ରେକର୍ଡ ଭାଙ୍ଗିଛି।
ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ର ଟ୍ରେଲର୍ ରିଲିଜ୍ ହୋଇଛି। ସୋସିଆଲ ମିଡିଆରେ ପ୍ରତି ମୁହୂର୍ତ୍ତରେ ଏହାର ଭିୟୁ ବଢିବାରେ ଲାଗିଛି। ପ୍ରଶଂସକମାନେ ଏହାକୁ ଏକ ମାଷ୍ଟରପିସ୍ ବୋଲି କହୁଛନ୍ତି।
ଏଥର ସନ୍ଦୀପ ତାଙ୍କ ଫିଲ୍ମ ‘ଆନିମଲ୍’ରେ ବାପା-ପୁଅର ପ୍ରେମ କାହାଣୀକୁ ଦେଖେଇଛନ୍ତି। ଖାଲି ସେତିକି ନୁହେଁ, ସନ୍ଦୀପ ମଧ୍ୟ ଫିଲ୍ମରେ ଦମଦାର ଆକ୍ସନ୍କୁ ସ୍ଥାନ ଦେଇଛନ୍ତି। ଫିଲ୍ମରେ ଏମିତି କିଛି ଭାବନାତ୍ମକ କଥା ରହିଛି ଯାହା ଛାତିରେ କୋହ ଭରିଦିଏ। ଏହିପରି, ସେ ‘ଆନିମଲ୍’ରେ ସବୁକିଛି ଏଖି ଫିଲ୍ମକୁ ଏକ ଚରମ ସ୍ତରକୁ ନେଇଯାଇଛନ୍ତି।
ଟନେଲ୍ ରେସ୍କ୍ୟୁକୁ ନେଇ ନିର୍ମାଣ ହୋଇପାରେ ଫିଲ୍ମ....ନାଁ ପଞ୍ଜୀକରଣ ଲାଗି ଭିଡ଼ ଲଗାଇଲେ ବହୁ ନିର୍ମାତା....ହିରୋ ଭାବେ ଚର୍ଚ୍ଚାରେ ଅକ୍ଷୟ, ଅଜୟ ଓ ଭିକିଙ୍କ ନାଁ...