ରାମାନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ ‘ରାମାୟଣ’ ଧାରାବାହିକରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ କହିଲେ ରାମଙ୍କ କଥା ।
ଧର୍ମ ପ୍ରତି ଭାରତୀୟଙ୍କ ଦୁର୍ବଳତା ସମସ୍ତେ ପ୍ରାୟ ଜାଣନ୍ତି। ବିଶେଷକରି ମହିଳାମାନେ ଧର୍ମ ପାଖରେ ଟିକେ ବେଶି ଭାବପ୍ରବଣ। ଟିଭି ପରଦାରେ ବା ଫିଲ୍ମରେ ରାମ, ଜଗନ୍ନାଥଙ୍କୁ ଦେଖିଲେ ମୁଣ୍ଡିଆ ମାରିବା, ମହାଭାରତ, ରାମାୟଣ ଧାରାବାହିକ ଆରମ୍ଭ ପୂର୍ବରୁ ଟିଭି ପରଦାକୁ ପୂଜା କରିବା ପରି ଅନେକ ସୁପର ନାଚୁରାଲ କାହାଣୀ ଶୁଣିଥିବେ।
ବଲିଉଡ୍ ଓ ଛୋଟ ପରଦାରେ ଅରୁଣ ଗୋଭିଲ୍ ଅନେକ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ସେ ଯେତେବେଳେ ରାମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ରାମଙ୍କ ଭୂମିକାରେ ଆସିଲେ ଲୋକେ ତାଙ୍କୁ ପ୍ରକୃତ ଭଗବାନ ମାନିନେଲେ। ଅରୁଣ ପୂରା ସଜାଗତାର ସହିତ ଏହି ଅଭିନୟ କରିଥିଲେ। ତାଙ୍କର ଓଠର ହାଲ୍କା ହସ ଓ ସରଳ ଭାବନା ଲୋକଙ୍କ ମନରେ ଆସ୍ଥାର ଦୀପ ଜଳେଇଥିଲା।