• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିରୁଷ୍କାଙ୍କ ଘରକୁ ଆସିଛି ଆଉ ଏକ ଖୁସି ଖବର । କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଦ୍ୱିତୀୟ ସନ୍ତାନର ମାତା-ପିତା ବନିଛନ୍ତି । ସେମାନଙ୍କ ଏକ ଶିଶୁପୁତ୍ର ଜନ୍ମ ହୋଇଥିବା ସୂଚନା ମିଳିଛି । ଏ ସଂପର୍କରେ ଉଭୟେ ବିରାଟ ଏବଂ ଅନୁଷ୍କା ସୋସିଆଲ୍ ମିଡିଆରେ ସୂଚନା ବି ଦେଇଛନ୍ତି । ‘ବମିକା’ ଅର୍ଥାତ ପ୍ରଥମ ଶିଶୁକନ୍ୟାକୁ ତା ଭାଇ ‘ଅକାୟ’ ମିଳିଛି । ଗତ ୧୫ ତାରିଖ ଦିନ ଏହି ଖୁସିଖବର ଘରକୁ ଆସିଥିବା ସେମାନେ ଜଣାଇଛନ୍ତି । ଏନେଇ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ଏହି ଷ୍ଟାର କପଲ୍ ବିରାଟ ଓ ଅନୁଷ୍କା ।

ପୂର୍ବରୁ ବିରାଟ ବାପା ହେବା ନେଇ ସୂଚନା ଦେଇଥିଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡି ଭିଲିୟର୍ସ । ସେ କହିଥିଲେ ବ୍ୟକ୍ତିଗତ କାରଣ ଦର୍ଶାଇ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଦୂରେଇ ରହିଥିଲେ । ଯେଉଁ ସସ୍‌ପେନ୍ସର ଏବେ ଖୁଲାସା ହୋଇଛି । ଡି ଭିଲିୟର୍ସ, ନିଜେ ସୋସିଆଲ ମିଡିଆରେ ଏହି ସମ୍ପର୍କରେ ସୂଚନା ଦେଇଥିବାବେଳେ ଯାହାକି କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଖୁବ୍‌ ଚର୍ଚ୍ଚାରର ବିଷୟ ପାଲଟିଥିଲା ।

ଡି ଭିଲିୟର୍ସ କହିଥିଲେ ଯେ, କୋହଲି ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ଏପରି ସମୟରେ କୋହଲି ପରିବାରକୁ ପ୍ରାଥମିକତା ଦେବା ପ୍ରଶଂସନୀୟ । ସେ ତାଙ୍କ ପରିବାରକୁ ସମୟ ଦେଉଛନ୍ତି ।

ସୂଚନା ଥାଉ କି, ପୂର୍ବରୁ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ନଖେଳିବାକୁ ନେଇ ବିସିସିଆଇ ସୂଚନା ଦେଇଥିଲା । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ବିସ୍ତୃତ ଭାବେ ବିବୃତ୍ତି ଜାରି କରିଥିଲା । ବିରାଟ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଖେଳୁନଥିବା କହିଥିଲା ବିସିସିଆଇ । ତାହା ସହିତ ପ୍ରଶଂସକଙ୍କୁ ଏ ସମ୍ପର୍କରେ ଅଧିକ ଚର୍ଚ୍ଚା ନକରିବାକୁ ଅନୁରୋଧ କରାଯାଇଥିଲା । ଫଳରେ ସେହି ମ୍ୟାଚ୍‌ରେ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାୟିତ୍ୱ ନେଇଥିଲେ ।