Advertisment

ଏମିତି ଏକ ସାଂଘାତିକ ରୋଗରେ ପୀଡିତ ମିଥୁନ; କ’ଣ ଏହି ରୋଗ, କିପରି କରିବେ ନିୟନ୍ତ୍ରଣ

ବରିଷ୍ଠ ଅଭିନେତା-ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଖବର ସାମ୍ନାକୁ ଆସିଛି। ତେବେ ତାଙ୍କ ବୋହୂ ମଦାଲସା ଶର୍ମା ଏହି ରିପୋର୍ଟକୁ ଖଣ୍ଡନ କରି ଆଉ କିଛି କହିଛନ୍ତି। ଡାକ୍ତରୀ ରିପୋର୍ଟ କହୁଛି ତାଙ୍କୁ ହୋଇଛି ଏହି ରୋଗ।

author-image
Pramod Behera
Mithun chakraborty diagnosed with ischemic cerebrovascular

Mithun chakraborty diagnosed with ischemic cerebrovascular

ଗତକାଲି ବରିଷ୍ଠ ଅଭିନେତା-ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଖବର ସାମ୍ନାକୁ ଆସିଛି। ତେବେ ତାଙ୍କ ବୋହୂ ମଦାଲସା ଶର୍ମା ଏହି ରିପୋର୍ଟକୁ ଖଣ୍ଡନ କରି କହିଛନ୍ତି ଯେ ସେ କେବଳ ରୁଟିନ୍ ଚେକ୍‌ଅପ୍ କରିବାକୁ ହସ୍‌ପିଟାଲ୍ ଯାଇଥିଲେ।

Advertisment

ସେ ଏଭଳି ଗୁଜବ ପ୍ରଚାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିନ୍ତୁ ବର୍ତ୍ତମାନ ଡିସ୍କୋ ଡ୍ୟାନ୍ସର ଫେମ୍ ମିଥୁନ୍‌ଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଡାକ୍ତରଖାନା ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ ଅଭିନେତା ମସ୍ତିଷ୍କର ଇସ୍‌କେମିକ୍ ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକ୍‌ରେ ପୀଡିତ।

ଏହି ବିବୃତ୍ତିରେ କୁହାଯାଇଛି, "୭୩ ବର୍ଷୀୟ ଜାତୀୟ ପୁରସ୍କାର ବିଜେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଡାହାଣ ଉପର ଏବଂ ତଳ ଅଙ୍ଗରେ ଦୁର୍ବଳତା କାରଣରୁ ତାଙ୍କୁ ସକାଳ ୯.୪୦ ରେ କୋଲକାତାର ଆପୋଲୋ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଜରୁରୀକାଳୀନ ବିଭାଗକୁ ଅଣାଯାଇଥିଲା। ଜରୁରୀ ଟେଷ୍ଟ୍ ଓ ମସ୍ତିସ୍କ ଏମ୍‌ଆର୍‌ଆଇ ସହିତ ରେଡିଓଲୋଜି ପରୀକ୍ଷା କରାଯାଇଥିଲା।”

Advertisment

ପୁଣି କୁହାଯାଇଛି ଯେ “ତାଙ୍କଠାରେ ମସ୍ତିଷ୍କର ଇସ୍‌କେମିକ୍ ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକ୍‌ ଚିହ୍ନଟ କରାଯାଇଛି। ତେବେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସଚେତ ଅଛନ୍ତି, ଭଲଭାବେ କାମ କରୁଛନ୍ତି ଏବଂ ନରମ ଖାଦ୍ୟ ଖାଉଛନ୍ତି। ଜଣେ ନ୍ୟୁରୋ-ଫିଜିସିଆନ୍‌, ହୃଦ୍‌ରୋଗ ବିଶେଷଜ୍ଞ ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ସମେତ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି।”

କ’ଣ ଏହି ରୋଗ:

ସେରେବ୍ରୋଭାସ୍କୁଲାର ଆକ୍ସିଡେଣ୍ଡ୍(ଷ୍ଟ୍ରୋକ୍) ମସ୍ତିଷ୍କକୁ ହଠାତ୍ ରକ୍ତ ପ୍ରବାହରେ ବାଧା ଦେଇଥାଏ। ରକ୍ତ ପ୍ରବାହ ହ୍ରାସ ପାଇବାରୁ ମସ୍ତିଷ୍କ କୋଷକୁ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ପହଞ୍ଚିବାରେ ସମସ୍ୟା ହୁଏ, ଯେଉଁ କାରଣରୁ ବ୍ରେନ୍ ଡ୍ୟାମେଜ୍ ଓ ସମ୍ଭାବିତ ଲକ୍ଷଣ ଦେଖାଯାଏ। ଏହାର ଦୁଇ ପ୍ରକାରର ଦେଖାଯାଏ। ଇସ୍‌କେମିକ୍ ଷ୍ଟ୍ରୋକ୍ ଏବଂ ହେମୋରାଜିକ୍ ଷ୍ଟ୍ରୋକ୍।

ଲକ୍ଷଣ:

  • ଏହି ଷ୍ଟ୍ରୋକ୍‌ରେ ପୀଡିତ ବ୍ୟକ୍ତି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି, ଅସ୍ପଷ୍ଟ ଶବ୍ଦ କହିପାରନ୍ତି କିମ୍ବା ଅନ୍ୟମାନେ କ’ଣ କହୁଛନ୍ତି ତାହା ବୁଝିପାରନ୍ତି ନାହିଁ।
  • ଏହା ପ୍ରାୟତଃ ଶରୀରର କେବଳ ଗୋଟିଏ ଅଂଶକୁ ପ୍ରଭାବିତ କରିଥାଏ। ବ୍ୟକ୍ତି ଜଣକ ଦୁଇ ହାତକୁ ମୁଣ୍ଡ ଉପରକୁ ଉଠାଇବାକୁ ଚେଷ୍ଟା କରିପାରନ୍ତି। ଯଦି ଗୋଟିଏ ହାତ ତଳକୁ ଖସିଯାଏ ତେବେ ଏହା ଷ୍ଟ୍ରୋକର ସଙ୍କେତ ହୋଇପାରେ। ଏହା ସହିତ, ହସିବାକୁ ଚେଷ୍ଟା କଲାବେଳେ ପାଟିର ଗୋଟିଏ ପାର୍ଶ୍ୱ ଓହଳିପଡେ।
  • ବ୍ୟକ୍ତିଙ୍କ ହଠାତ୍ ଗୋଟିଏ କିମ୍ବା ଦୁଇ ଆଖିରେ ଦେଖିବା ସମସ୍ୟା ହୁଏ। କିମ୍ବା ଆଖିକୁ ଧୂସର ବା କଳା ରଙ୍ଗର ଦେଖାଯାଏ। ଏହାସହିତ ଆଖି ଝାଲଝାଲୁ ଲାଗେ।
  • ହଠାତ୍ ପ୍ରବଳ ମୁଣ୍ଡବିନ୍ଧା ଷ୍ଟ୍ରୋକର ଅନ୍ୟତମ ଲକ୍ଷଣ ହୋଇପାରେ। ବାନ୍ତି, ମୁଣ୍ଡ ବୁଲାଇବା ଏବଂ ଚେତନାରେ ପରିବର୍ତ୍ତନ ମଧ୍ୟ ହୋଇପାରେ।
  • ଷ୍ଟ୍ରୋକ୍‌ରେ ପୀଡିତ ବ୍ୟକ୍ତିଙ୍କ ଚାଲିବାରେ ଅସୁବିଧା ହୁଏ। ସେମାନେ ଭାରସାମ୍ୟ ରଖି ପାରନ୍ତି ନାହିଁ। ଝୁଣ୍ଟି ପଡନ୍ତି।

ଏହାକୁ କିପରି ଏଡାଯାଇପାରିବ:

  • ଜୀବନଶୈଳୀ କିଛି ପରିବର୍ତ୍ତନ କରି ଏହି ରୋଗକୁ ରୋକାଯାଇପାରିବ
  • ପ୍ରତିଦିନ ବ୍ୟାୟାମ କରନ୍ତୁ
  • ମଦ୍ୟପାନ ଏବଂ ତମାଖୁରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ
  • ରକ୍ତଚାପ ଏବଂ ରକ୍ତ ଶର୍କରାକୁ ନିୟମିତ ଯୋଗ କରି ନିୟନ୍ତ୍ରଣରେ ରଖନ୍ତୁ
Bollywood Mithun Chakraborty Health Tips
Advertisment
Advertisment