Advertisment

ମେଡିସିନ୍‌ ସାଇଡ୍‌ ଇଫେକ୍ଟ ଯୋଗୁ ଆଖି ବୁଜିଲେ ‘ଦଙ୍ଗଲ’ ଫିଲ୍ମର ଅଭିନେତ୍ରୀ

ଫିଲ୍ମ ‘ଦଙ୍ଗଲ’ ରେ ବବିତା ଫୋଗଟ୍‌ ଭୂମିକାରେ ଦମଦାର ଅଭିନୟ କରି ଚର୍ଚ୍ଚାରେ ଥିଲେ। ତେବେ ୧୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି।

author-image
Manoranjan Behera
Suhani Bhatnagar

Suhani Bhatnagar

ଆରପାରିରେ ସୁପରହିଟ୍‌ ଫିଲ୍ମ ‘ଦଙ୍ଗଲ’ ର ଅଭିନେତ୍ରୀ ସୁହାନୀ ଭଟ୍ଟନାଗର। ଫିଲ୍ମ ‘ଦଙ୍ଗଲ’ ରେ ବବିତା ଫୋଗଟ୍‌ ଭୂମିକାରେ ଦମଦାର ଅଭିନୟ କରି ଚର୍ଚ୍ଚାରେ ଥିଲେ। ତେବେ ୧୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ମେଡିସିନ୍‌ ସାଇଡ୍‌ ଇଫେକ୍ଟ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।

Advertisment

କିଛିଦିନ ତଳେ ସୁହାନୀଙ୍କର ଦୁର୍ଘଟଣାରେ ଗୋଡ଼ ଫ୍ୟାକ୍ଚର ହୋଇଯାଇଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଚିକିତ୍ସା କରାଇଥିଲେ। ଚିକିତ୍ସା ବେଳେ ବ୍ୟବହୃତ ଔଷଧ ଖାଇବା ପରେ ପାର୍ଶ୍ୱ ପ୍ରତିକ୍ରିୟା(ସାଇଡ୍‌ ଇଫେକ୍ଟ) ଫଳରେ ତାଙ୍କ ଶରୀରରେ ଫ୍ଲୁଇଡ(ତରଳ ପଦାର୍ଥ) ଜମା ହେବାରେ ଲାଗିଲା। ଦୀର୍ଘ ଦିନ ଧରି ସେ ଏମ୍ସରେ ଚିକିତ୍ସିତ ହେଉଥିଲେ। ଭୁଲ୍‌ ଚିକିତ୍ସା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଫରିଦାବାଦରେ ତାଙ୍କର ଅନ୍ତିମ ସଂସ୍କାର ହେବ।

ତାଙ୍କର ମୃତ୍ୟୁ ଖବର ଆମୀର ଖାନ୍‌ ପ୍ରଡକ୍ସନ ହାଉସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଡକ୍ସନ ପକ୍ଷରୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ସୁହାନୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଜଣାଯାଇଛି। ଅଭିନେତ୍ରୀଙ୍କ ମୃତ୍ୟୁ ଯୋଗୁ ପ୍ରଡକ୍ସନ ହାଉସକୁ ଜୋରଦାର ଝଟ୍‌କା ଲାଗିଛି। ସୁହାନୀ ସର୍ବଦା ତାଙ୍କ ପାଇଁ ଷ୍ଟାର୍‌ ଥିଲେ ଓ ରହିବେ ବୋଲି ଆମୀର ଖାନ୍‌ଙ୍କ ପ୍ରଡକ୍ସନ ହାଉସ କହିଛି।

Advertisment
Aamir Khan's production houseAamir Khan's production house

ସୁହାନୀ ଫିଲ୍ମ ଦଙ୍ଗଲରେ ଶିଶୁ କଳାକାର ଭାବେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଫିଲ୍ମରେ ଆମୀର ଖାନ୍‌ଙ୍କ ଝିଅ ଭାବେ ଚମତ୍କାର ଅଭିନୟ କରିଥିଲେ। ଏହାପରେ ତାଙ୍କୁ ଅନେକ ଫିଲ୍ମ ପାଇଁ ଅଫର୍‌ ମିଳିଥିଲା। ଦଙ୍ଗଲ ଫିଲ୍ମ ପରେ ସୁହାନୀ ଅନେକ ଟିଭି ବିଜ୍ଞାପନରେ ନଜର ଆସିଥିଲେ। ଏହାପରେ ଛି ସମୟ ପାଇଁ ସେ ଅଭିନୟ ଛାଡି ନିଜ ପାଠ ପଢ଼ା ଉପରେ ଫୋକସ୍‌ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

Passes Away Dangal Actress
Advertisment
Advertisment