• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଲୋକପ୍ରିୟ ଟିଭି ସିରିଏଲ 'ଉଡାନ' ଫେମ୍ ଅଭିନେତ୍ରୀ କବିତା ଚୌଧୁରୀଙ୍କ ପରଲୋକ । ହୃଦଘାତରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି କବିତା । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ନେଇ ଭଣଜା ଅଜୟ ସୟଲ ସୂଚନା ଦେଇଛନ୍ତି । ତେବେ ତାଙ୍କ ବିୟୋଗରେ ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, କବିତା ଚୌଧୁରୀ କର୍କଟ ରୋଗରେ ପୀଡିତ ଥିଲେ। ଦୀର୍ଘ ଦିନ ଧରି ସେ ଚିକିତ୍ସିତ ହେଉଥିଲେ । କିଛି ଦିନ ତଳେ ହୃଦଘାତର ଶିକାର ହୋଇଥିଲେ । ପରେ ତାଙ୍କୁ ଅମୃତସରର ପାର୍ବତୀ ଦେବୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଆଜି ଅମୃତସରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

୧୯୮୯ରେ 'ଉଡାନ' ଶୋ' ରିଲିଜ ହୋଇଥିଲା। କବିତା ଏହି ଶୋ'ରେ ଆଇପିଏସ୍ ଅଧିକାରୀ କଲ୍ୟାଣୀ ସିଂ ଭୂମିକାରେ ଅଭିନୟ କରିଥିଲେ । ସେ ଏହି ଶୋ'ର ନିର୍ଦ୍ଦେଶନା ଦେଇଥିଲେ । ଶୋ’ଟି ତାଙ୍କ ଭଉଣୀ କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ଜୀବନୀ ଉପରେ ଆଧାରିତ ଥିଲା ଯିଏ କିରଣ ବେଦୀଙ୍କ ପରେ ଦ୍ୱିତୀୟ ମହିଳା ଆଇପିଏସ୍ ଅଧିକାରୀ ହୋଇଥିଲେ ।

କବିତା ତାଙ୍କ ଶୋ' 'ଉଡାନ' ମାଧ୍ୟମରେ ମହିଳା ସଶକ୍ତିକରଣର ଏକ ଉଦାହରଣ ପାଲଟିଥିଲେ । ପରେ ତାଙ୍କ କ୍ୟାରିଅରରେ କବିତା 'ୟର ଅନର' ଏବଂ 'ଆଇପିଏସ ଡାଏରୀ' ଭଳି ଶୋ' କରିଥିଲେ । ଏଥିସହ ୧୯୮୦ ଏବଂ ୧୯୯୦ ଦଶକରେ ପ୍ରସିଦ୍ଧ ସର୍ଫ ବିଜ୍ଞାପନରେ ଲଳିତାଜୀଙ୍କ ଭୂମିକାରେ ଅଭିନୟ କରି ସେ ଫେମସ୍ ହୋଇଥିଲେ।