Advertisment

ଦୁର୍ଦ୍ଦିନରେ ଥିଲା ରାଜାମୌଲିଙ୍କ ପରିବାର; ଭାଉଜଙ୍କ ଏହି କଥା ଜୀବନକୁ କରିଦେଲା ପରିବର୍ତ୍ତନ

ଆଜି ଭାରତୀୟ ସିନେମାର ଆଗଧାଡିର ନିର୍ଦ୍ଦେଶକ ତାଲିକାରେ ଏସ୍.ଏସ୍ ରାଜାମୌଲି ଜଣେ। ବର୍ତ୍ତମାନ ପିଢିର ସମସ୍ତ ତାରକାମାନଙ୍କ ସ୍ୱପ୍ନ ରାଜାମୌଲିଙ୍କ ସହ କାମ କରିବା। କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କ ନିଜ ଲୋକମାନେ ହିଁ ତାଙ୍କୁ ଥଟ୍ଟା-ପରିହାସ କରୁଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
SS Rajamouli Life Story

Ss rajamouli was called good for nothing

ଆଜି ଭାରତୀୟ ସିନେମାର ଆଗଧାଡିର ନିର୍ଦ୍ଦେଶକ ତାଲିକାରେ ଏସ୍.ଏସ୍ ରାଜାମୌଲି ଜଣେ। ବର୍ତ୍ତମାନ ପିଢିର ସମସ୍ତ ତାରକାମାନଙ୍କ ସ୍ୱପ୍ନ ଯେ ରାଜାମୌଲିଙ୍କ ସହ କାମ କରିବା। କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କ ନିଜ ଲୋକମାନେ ହିଁ ତାଙ୍କୁ ଥଟ୍ଟା-ପରିହାସ କରୁଥିଲେ।

Advertisment

ରାଜାମୌଲି ନିଜେ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ବେଳେବେଳେ ତାଙ୍କ ନିଜ ଲୋକମାନେ ତାଙ୍କୁ କହୁଥିଲେ ଯେ ସେ କିଛି କରିପାରିବେ ନାହିଁ। ଏହି କଥାକୁ ହାଲୁକା ଭାବେ ନୁହେଁ ବରଂ ଗୁରୁତର ସହ ନେଇଥିଲେ। ସେ ଆଜି ଯେଉଁ ଜାଗାରେ ଅଛନ୍ତି ଆପଣ ସମସ୍ତେ ଜାଣିଛନ୍ତି।

ଅଧିକ ପଢ଼ନ୍ତୁ: କାମ ଦେଉନି ରଜନୀକାନ୍ତଙ୍କ ଜାଦୁ; 'ଲାଲ୍‌ ସଲାମ୍‌' ତିନି ଦିନରେ ଛୁଇଁଲା ନାହିଁ ୧୦ କୋଟି

Advertisment

ଏହା ମଧ୍ୟ ବିଶ୍ୱାସ କରିବା କଷ୍ଟକର ଯେ ଏମିତି କେହି ତେଲୁଗୁ ନିର୍ଦ୍ଦେଶକ ଏସ୍‌.ଏସ୍ ରାଜାମୌଲିଙ୍କୁ ବେକାର ବୋଲି କହିଥିବେ, ଯିଏ ଟଲିଉଡ୍‌କୁ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ଜାଗାକୁ ଆଣିଛନ୍ତି। ଯିଏ ତାଙ୍କୁ ଏହା କହିଥିଲେ ସେ ଆଉ କେହି ନୁହନ୍ତି ନିର୍ଦ୍ଦେଶକଙ୍କ ଖୁଡି ହିଁ ଥିଲେ। ଯେତେବେଳେ ତାଙ୍କ ପରିବାର ସଂଘର୍ଷ କରୁଥିଲା ସେତେବେଳେ ସେ ପରିବାରକୁ ସାହାଯ୍ୟ କରିପାରୁ ନ ଥିବାରୁ ନିର୍ଦ୍ଦେଶକଙ୍କୁ ତାଙ୍କ ଖୁଡି ଏମିତି କହୁଥିଲେ।

ରେଡ୍ଡିଟ୍‌ର ଏକ ଥ୍ରୋବ୍ୟାକ୍ ଭିଡିଓରେ, ରାଜାମୌଲି କହିଥିଲେ ଯେ ତାଙ୍କ ପରିବାର ପ୍ରଥମେ କିପରି ସଂଘର୍ଷ କରୁଥିଲା ଏବଂ ସେହି ସମୟରେ ସେ ବଞ୍ଚିବା ପାଇଁ କିଛି କରିପାରୁ ନ ଥିଲେ। ଭଲ ଚାକିରି ବିନା ତାଙ୍କ ପରିବାର ଉପରେ ଭାର ବଢିବାରେ ଲାଗିଲା। ତେବେ ଦିନେ ତାଙ୍କ 'ଭାଉଜ', ଯିଏକି ନିର୍ଦ୍ଦେଶକଙ୍କ ପାଇଁ ମା’ ପରି, ସେ ତାଙ୍କୁ କିଛି ଏମିତି କହିଥିଲେ ଯାହା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା।

ଭିଡିଓରେ ରାଜାମୌଲି କହିଛନ୍ତି, “ଆମେ ବହୁତ ବଡ ଧନୀ ପରିବାରର ଥିଲୁ। ସେତେବେଳେ ମୋ ବାପାଙ୍କ କର୍ଣ୍ଣାଟକର ଏକ ସ୍ଥାନରେ ୩୬୦ ଏକର ଜମି ଥିଲା। କିନ୍ତୁ ମୋର ବୟସ ୧୦ କିମ୍ବା ୧୧ ହେବା ବେଳକୁ ସବୁକିଛି ବିକ୍ରି ହୋଇଯାଇଥିଲା ଏବଂ ସେମାନେ ସବୁକିଛି ହରାଇଥିଲେ। ତା’ପରେ ଆମେ ଚେନ୍ନାଇ ପଳାଇଆସିଲୁ ଏବଂ ଗୋଟିଏ ବେଡରୁମ୍ ଥିବା ଏକ ଆପାର୍ଟମେଣ୍ଟରେ ଆମେ ୧୩ ଜଣ ରହୁଥିଲୁ।

ଆମେ ଭଡା କିପରି ଦେବୁ ସେ ବିଷୟରେ ପ୍ରତିଦିନ ଚିନ୍ତିତ ଥିଲୁ। ମୋର ବଡ ଭାଇ ସମଗ୍ର ପରିବାରର ଏକମାତ୍ର ଅନ୍ନଦାତା ଥିଲେ। ସେ ସେତେବେଳେ ବିବାହ କରିଥିଲେ। ଆମେ ଆମର ଭାଉଜକୁ 'ଆମ୍ମା' ବୋଲି ଡାକୁଥିଲୁ, ଆମେ କେବେ ବି ତାଙ୍କୁ ଭାଉଜ ବୋଲି ଡାକିନୁ।

ଭାଉଜକୁ ଆହୁରି ମଧ୍ୟ କହିଛନ୍ତି ଯେ “ମୋର ୨୨ ବର୍ଷ ବୟସ ପର୍ଯ୍ୟନ୍ତ ମୁଁ କିଛି କରି ନ ଥିଲି। ପାଞ୍ଚ ବର୍ଷ ଧରି ମୋ ବାପା ମୋତେ କିଛି କରିବାକୁ କହିଥିଲେ। ତା’ପରେ ମୋର ଜଣେ ଖୁଡି ମୋତେ ଗାଳି ଦେଉଥିଲେ ଏବଂ କହୁଥିଲେ, ‘ରାଜାମୌଲି କୌଣସି କାମକୁ ନୁହେଁ।' ତା’ପରେ ମୋ ଭାଉକ ମୋତେ କହିଲେ, ମୁଁ ଚାହେଁ ନାହିଁ ଯେ ମୋ ପୁଅକୁ ଖରାପ ନାମରେ କେହି ଡାକୁ। ସେତେବେଳେ ସେ ମୋତେ ଯାହା କହିଲେ, ମୁଁ ହଠାତ ମୋ ଜୀବନକୁ ଗମ୍ଭୀରତାର ସହ ନେବାକୁ ଲାଗିଲି ଏବଂ ଗମ୍ଭୀର ଭାବରେ କାମ କରିବାକୁ ଲାଗିଲି।”

ପରେ ରାଜାମୌଲି ଚେନ୍ନାଇ ଏବଂ ଆନ୍ଧ୍ରପ୍ରଦେଶର ଅନେକ ନିର୍ଦ୍ଦେଶକଙ୍କ ସହକାରୀ ଭାବରେ କାମ କରିଥିଲେ। ନିର୍ଦ୍ଦେଶକ ହେବା ପୂର୍ବରୁ ସେ ତାଙ୍କ ବାପା ବିଜୟେନ୍ଦ୍ର ପ୍ରସାଦଙ୍କୁ ‘ଷ୍ଟୁଡେଣ୍ଟ୍‌ ନମ୍ବର-୧’ ରେ ସହଯୋଗ କରିଥିଲେ, ଯେଉଁଥିରେ ମୁଖ୍ୟ ଭୂମିକାରେ ଜୁନିୟର୍ ଏନ୍‌ଟିଆର୍ ଥିଲେ।

ପରେ ରାଜାମୌଲି ‘ସିମାଦ୍ରୀ’ରେ ପୁଣି ଥରେ ଜୁନିୟର୍ ଏନ୍‌ଟିଆର୍‌ଙ୍କ ସହ କାମ କଲେ। ଏହି ଚଳଚ୍ଚିତ୍ର ତାଙ୍କ କ୍ୟାରିୟରରେ ଏକ ବଡ଼ ହିଟ୍ ଥିଲା ଯାହାକୁ ଲୋକମାନେ ଆଜି ବି ପ୍ରଶଂସା କରୁଛନ୍ତି। ଏହା ପରେ, ରାମ ଚରଣ ଅଭିନୀତ ‘ମଗଧିରା’ ତାଙ୍କୁ ଆଉ ଜଣେ ପ୍ରସିଦ୍ଧ ବ୍ୟକ୍ତି କରିଦେଲା। ପରେ ‘ଇଗା’ ଏକ ବ୍ଲକବଷ୍ଟର ହୋଇଗଲା ଯାହା ‘ବାହୁବଳୀ’ ପାଇଁ ବାଟ ଖୋଲିଦେଲା ଏବଂ ବାକି ସବୁ ଇତିହାସ ହୋଇଗଲା।

ଅଧିକ ପଢ଼ନ୍ତୁ: ଏକାଠି ହେବେ ଅର୍ଜୁନ-ବିଦ୍ୟୁତ; 'କ୍ରାକ୍‌’ରେ କରିବେ ଦମଦାର ଆକ୍ସନ

SS Rajamouli Tollywood
Advertisment
Advertisment