Advertisment

ବିଶିଷ୍ଟ ରେଡିଓ ଉପସ୍ଥାପକ ଅମିନ ସାୟାନିଙ୍କ ପରଲୋକ

୧୯୩୨ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅମିନ ସାୟାନି ୬୦ ବର୍ଷ ଧରି ରେଡିଓରେ ସଂପୃକ୍ତ ଥିଲେ। ସେ ୫୦ ହଜାରରୁ ଅଧିକ ରେଡିଓ ପ୍ରୋଗ୍ରାମର ପ୍ରଡ୍ୟୁସର ଓ ଉପସ୍ଥାପକ ଥିଲେ।

author-image
Manoranjan Behera
ଅଦ୍ୟତନ ହୋଇଛି
Ameen Sayani Passes Away

Ameen Sayani

ବିଶିଷ୍ଟ ରେଡିଓ ଉପସ୍ଥାପକ ଅମିନ ସାୟାନିଙ୍କ ପରଲୋକ। ମୁମ୍ବାଇରେ ୯୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ପୁଅ ରାଜୀବ ସୂଚନା ଦେଇଛନ୍ତି। ଗତ ରାତିରେ ଅମିନ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ରିଲାଏନ୍ସ ହସପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ବିୟୋଗ ହୋଇଛି।

Advertisment

୧୯୩୨ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅମିନ ସାୟାନି ୬୦ ବର୍ଷ ଧରି ରେଡିଓରେ ସଂପୃକ୍ତ ଥିଲେ। ସେ ୫୦ ହଜାରରୁ ଅଧିକ ରେଡିଓ ପ୍ରୋଗ୍ରାମର ପ୍ରଡ୍ୟୁସର ଓ ଉପସ୍ଥାପକ ଥିଲେ। ଏହା ସହିତ ୨୦ରୁ ଅଧିକ ଜିଙ୍ଗଲ ଓ ବିଜ୍ଞାପନରେ ସ୍ୱର ଦେଇଥିଲେ। ୮୦ ଓ ୯୦ ଦଶକରେ ରେଡିଓ କହିଲେ ଏକ ପ୍ରକାର ଅମିନ ସାୟାନିଙ୍କୁ ବୁଝାଯାଉଥିଲା କହିଲେ ଭୁଲ୍ ହେବନି। ବିଶେଷ କରି ଗୀତମାଲା କାର୍ଯ୍ୟକ୍ରମ ପାଇଁ ସେ ସାରା ଦେଶରେ ପରିଚିତ ହୋଇପାରିଥିଲେ।

ଏପରିକି ରେଡିଓର ଲୋକପ୍ରିୟତା ମଧ୍ୟ ଏଥିପାଇଁ ବଢ଼ିଥିଲା। ଶ୍ରୋତାଙ୍କ ଅନୁରୋଧରେ ଗୀତ ବଜାଇବା ସହିତ ତାଙ୍କର ନିଆରା ଉପସ୍ଥାପନା ଶୈଳୀ ଅମିନ ସାୟାନିଙ୍କୁ ଲୋକପ୍ରିୟ କରିଥିଲା। ଏହି କାର୍ଯ୍ୟକ୍ରମ ୧୯୫୨ରୁ ୨୦୦୩ ଯାଏ ଚାଲିଥିଲା।

Advertisment
Advertisment
Advertisment