Advertisment

Valentines Day 2024: ଆପଣ ଯଦି ସଚ୍ଚା ଯୋଡ଼ି, ଭାଲେଣ୍ଟାଇନ୍ସ ଡେ’ରେ ପାର୍ଟନର ସହ ଦେଖନ୍ତୁ ଏହି ୫ ଫିଲ୍ମ

ଚାଲିଛି ପ୍ରେମର ସପ୍ତାହ। ଉତ୍ସାହିତ ପ୍ରେମୀ ଯୁଗଳ। କିଏ ସାଥୀକୁ ନେଇ ପାର୍କ ଯାଉଛି ତ ଆଉ କିଏ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାକୁ କୌଣସି ନୂଆ ଜାଗାକୁ ଭ୍ରମଣ କରୁଛି। କେହି କେହି ମଧ୍ୟ ଦୂର ଜାଗାକୁ ଯିବାକୁ ଯୋଜନା କରୁଛନ୍ତି। ଆପଣ ଯଦି ଭାଲେଣ୍ଟାଇନ୍ସ ଡେ’ ପାଇଁ କୌଣସି ବିଶେଷ ଯୋଜନା କରିନାହାନ୍ତି, ତେବେ ନିଜ ପାର୍ଟନର୍ ସହ ଏହି ୫ଟି ରୋମାଣ୍ଟିକ୍ ସିନେମା ଦେଖି ଭାଲେଣ୍ଟାଇନ୍ସ ଡେ’ ପାଳନ କରିପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
Valentines Day 2024 In this day enjoy these 5 films with your beloved

Valentines Day 2024 In this day enjoy these 5 films with your beloved

ଚାଲିଛି ପ୍ରେମର ସପ୍ତାହ। ଉତ୍ସାହିତ ପ୍ରେମୀ ଯୁଗଳ। କିଏ ସାଥୀକୁ ନେଇ ପାର୍କ ଯାଉଛି ତ ଆଉ କିଏ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାକୁ କୌଣସି ନୂଆ ଜାଗାକୁ ଭ୍ରମଣ କରୁଛି। କେହି କେହି ମଧ୍ୟ ଦୂର ଜାଗାକୁ ଯିବାକୁ ଯୋଜନା କରୁଛନ୍ତି।

Advertisment

ଅନେକ ମଧ୍ୟ ଅଛନ୍ତି ଏହି ବିଶେଷ ଦିନରେ ସିନେମା ଦେଖି ରୋମାଞ୍ଚିତ ହେବାକୁ ପସନ୍ଦ କରନ୍ତି। ବଲିଉଡ୍‌ରେ ଏପରି ଅନେକ ଚଳଚ୍ଚିତ୍ର ଅଛି ଯାହାର ପ୍ରେମ କାହାଣୀ ଲୋକଙ୍କୁ ପ୍ରେରଣା ଦେଇଥାଏ। ଏହି ଚଳଚ୍ଚିତ୍ରଗୁଡ଼ିକ ପ୍ରେମୀ ଯୁଗଳଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥାଏ। ଚଳଚ୍ଚିତ୍ରର କାହାଣୀଠାରୁ ଆରମ୍ଭ କରି ସଂଳାପ ଏବଂ ଗୀତ ପର୍ଯ୍ୟନ୍ତ ସବୁ କିଛି ସୁପର ହିଟ୍ ବି ହୋଇଛି।

ଯଦି ଆପଣମାନେ ନିଜର ଭାଲେଣ୍ଟାଇନ୍ସ ଡେ’ ପାଇଁ କୌଣସି ବିଶେଷ ଯୋଜନା କରିନାହାନ୍ତି, ତେବେ ନିଜ ପାର୍ଟନର୍ ସହିତ ଘରେ ବସି ଏମିତି କିଛି ରୋମାଣ୍ଟିକ୍ ସିନେମା ଦେଖି ଭାଲେଣ୍ଟାଇନ୍ସ ଡେ’ ପାଳନ କରିପାରିବେ। ତେଣୁ ବିଳମ୍ବ ନ କରି ଆସନ୍ତୁ ଏହି ୫ଟି ରୋମାଣ୍ଟିକ୍ ଚଳଚ୍ଚିତ୍ର ବିଷୟରେ ଜାଣିବା ଆଉ ଦେଖିବା।

Advertisment

ଦିଲ୍‌ୱାଲେ ଦୁଲ୍‌ହନିୟା ଲେ ଜାଏଙ୍ଗେ:

ବଲିଉଡ୍‌ର ରୋମାଣ୍ଟିକ୍ ଚଳଚ୍ଚିତ୍ରର ତାଲିକା କଲେ ସେଥିରେ ପ୍ରଥମେ ରହିବ ‘ଦିଲ୍‌ୱାଲେ ଦୁଲ୍‌ହନିୟା ଲେ ଜାଏଙ୍ଗେ’। ଏହି ଚଳଚ୍ଚିତ୍ରରେ ରାଜ ଏବଂ ସିମରନ୍‌ଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳେ। ଉଭୟ ୟୁରୋପ ଯାତ୍ରା ସମୟରେ ପରସ୍ପରକୁ ଭେଟନ୍ତି। ତେବେ ସିମ୍‌ରନ୍‌ଙ୍କ ବିବାହ ତାଙ୍କ ବାପାଙ୍କ ସାଙ୍ଗଙ୍କ ପୁଅ କୁଲଜିତଙ୍କ ସହ ସ୍ଥିର ହୋଇଯାଏ। ଏହାପରେ ଆରମ୍ଭ ହୋଇଯାଏ ପ୍ରେମର ଖେଳ। ଏଥିରେ ରାଜ୍ ଭୂମିକାରେ ଶାହରୁଖ ଖାନ୍‌ ଓ ସିମ୍‌ରନ୍‌ ଭୂମିକାରେ କାଜଲଙ୍କୁ ଦେଖିବାକୁ ମିଳେ।

ଜବ୍ ୱି ମେଟ୍:

ରୋମାଣ୍ଟିକ୍ ଫିଲ୍ମ ‘ଜବ୍ ୱି ମେଟ୍‌’ରେ ଶାହୀଦ କପୁରଙ୍କ ସହ କରୀନା କପୁରଙ୍କୁ ଦେଖିବାକୁ ମିଳେ। କରୀନା ଜଣେ ଚୁଲ୍‌ବୁଲି ଭୂମିକାରେ ଲୋକଙ୍କ ହୃଦୟ ଜିତିଥିବାବେଳେ ଶାହୀଦ କପୁରଙ୍କ ଚେହେରା ସମସ୍ତଙ୍କୁ ପାଗଳ କରିଦେଲା ଭଳି।

କାହାଣୀ ଅନୁସାରେ ଗୀତ୍‌ ଏବଂ ଆଦିତ୍ୟଙ୍କ ଭେଟ ଟ୍ରେନ୍‌ରେ ହୁଏ। ଏହା ପରେ ପ୍ରେମ ହୁଏ। ପରେ କାହାଣୀରେ ଏକ ମୋଡ଼ ଆସେ ଯାହା ପରେ ଉଭୟ ଅଲଗା ହୋଇଯାଆନ୍ତି ଏବଂ ପରେ ସେମାନେ ପୁନର୍ବାର ମିଶନ୍ତି। ଫିଲ୍ମର ଅନେକ ଗୀତ ଆଜି ବି ଲୋକେ ପ୍ରେମିକ ପ୍ରେମିକାଙ୍କ ପାଇଁ ଗାଆନ୍ତି।

ଏ ଦିଲ୍ ହେ ମୁସ୍କିଲ୍:

ଏ ଦିଲ୍ ହେ ମୁସ୍କିଲ୍ ହେଉଛି ଏକ କ୍ଲାସିକ୍ ମର୍ଡନ୍ ଲଭ୍‌ ଷ୍ଟୋରୀ। ଏହି ଚଳଚ୍ଚିତ୍ରରେ ରଣବୀର କପୁର, ଅନୁଷ୍କା ଶର୍ମା, ଫୱାଦ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ଭଳି ଦମଦାର କଳାକାର ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର କାହାଣୀ ଆୟାନ (ରଣବୀର କପୁର) ଏବଂ ଆଲିଜେ (ଅନୁଷ୍କା ଶର୍ମା) ଙ୍କୁ ନେଇ ଗତିକରେ। ଆୟାନ ଆଲିଜେଙ୍କ ପ୍ରେମରେ ପଡିଯାଇଥିବା ବେଳେ ଆଲିଜେ କିନ୍ତୁ ତାଙ୍କୁ କେବଳ ଜଣେ ବନ୍ଧୁ ଭାବରେ ଦେଖନ୍ତି। ଆଲିଜେଙ୍କ ବିବାହ ତାଙ୍କ ପ୍ରେମିକ ସହ ହୋଇଯାଏ। ଏହା ପରେ କ’ଣ ହୁଏ ଫିଲ୍ମ କହିବ।

ବର୍ଫି:

‘ବର୍ଫି’ ଚଳଚ୍ଚିତ୍ରରେ ଜଣେ ଯୁବକର କାହାଣୀକୁ କୁହାଯାଏ ଯିଏ କହିପାରେ ନାହିଁ କି ଶୁଣିପାରେ ନାହିଁ। ଏହି ଫିଲ୍ମରେ ୩ ଜଣଙ୍କ କାହାଣୀକୁ ଦେଖାଯାଇଛି ଯେଉଁଥିରେ ରଣବୀର କପୁର, ପ୍ରିୟଙ୍କା ଚୋପ୍ରା ଏବଂ ଇଲିଆନା ଡି’କ୍ରୁଜ୍‌ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ରଣବୀରଙ୍କ ଚରିତ୍ରର ନାମ ବର୍ଫି ରହିଥିବା ବେଳେ ପ୍ରିୟଙ୍କା ଚୋପ୍ରା ଝିଲ୍‌ମିଲ୍‌ ଏବଂ ଇଲିଆନା ଶ୍ରୁତି ଭୂମିକାରେ ଅଭିନୟ କରିଛନ୍ତି। ଭାଲେଣ୍ଟାଇନ୍ସ ଡେ’ରେ ଏହି ଫିଲ୍ମ ଦେଖିବା ଦ୍ୱାରା ପ୍ରେମୀ ଯୁଗଳଙ୍କୁ ନିଶ୍ଚିତ ପ୍ରେରଣା ମିଳିବ।

ରବ୍ ନେ ବନା ଦି ଯୋଡି:

ବଲିଉଡ୍‌ର ରୋମାଣ୍ଟିକ କିଙ୍ଗ୍ ଶାହରୁଖ ଖାନ ଏବଂ ଅନୁଷ୍କା ଶର୍ମାଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ‘ରବ୍ ନେ ବନା ଦି ଯୋଡି’। କାହାଣୀ ଅନୁସାରେ ତାନି ଏବଂ ସୁରିନ୍ଦର’ ଏହି ଫିଲ୍ମରେ ବିବାହ କରନ୍ତି। ସେମାନେ କିନ୍ତୁ ପରସ୍ପରକୁ ଠିକ୍ ଭାବରେ ଜାଣନ୍ତି ନାହିଁ। ସୁରିନ୍ଦର୍‌ଙ୍କୁ ତାନୀଙ୍କ ପ୍ରତି ପ୍ରେମ ହୋଇଯାଏ। ତାନିଙ୍କ ପ୍ରେମ ଜିତିବା ପାଇଁ ତାଙ୍କୁ ଛଦ୍ମବେଶ ନେବାକୁ ପଡେ। ଏହି ଚଳଚ୍ଚିତ୍ରକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଥିଲେ।

Valentines Week Valentine's Day Special Valentine's Day 2024
Advertisment
Advertisment