Advertisment

ଆସୁଛି 'ଆଶ୍ରମ ୪'; ବାବା ନିରାଲା ହୋଇ ପୁଣି ହଙ୍ଗାମା କରିବେ ବବି

ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ 'ଆଶ୍ରମ'ର ଏପର୍ଯ୍ୟନ୍ତ ତିନୋଟି ସିଜନ୍ ମୁକ୍ତିଲାଭ କରିଛି। ବର୍ତ୍ତମାନ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଚତୁର୍ଥ ସିଜନ୍‌କୁ ଅପେକ୍ଷା କରିଛନ୍ତି। ତେବେ ରିପୋର୍ଟକୁ ଅନୁସାରେ ଏହାର ଚତୁର୍ଥ ସିଜନ୍ ଖୁବ ଶୀଘ୍ର ଦର୍ଶକଙ୍କ ନିକଟକୁ ଆସିବ ବୋଲି କୁହାଯାଇଛି।

author-image
Pramod Behera
Aashram 4 coming soon bobby deol again to create ruckus on ott

Aashram 4 coming soon bobby deol again to create ruckus on ott

ରଣବୀର କପୁରଙ୍କ ଅଭିନୀତ ‘ଆନିମଲ୍’ରେ ଦମଦାର ଅଭିନୟ ପାଇଁ ବବି ଦେଓଲଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ସେ ଏବେ ବ୍ୟାଡ୍ ବୟ ନାମରେ ପରିଚିତ। ବର୍ତ୍ତମାନ ତାଙ୍କୁ ନିଜ ନିଜ ଫିଲ୍ମରେ ବ୍ୟାଡ୍ ବୟ ଭୂମିକା ଦେବା ପାଇଁ ବଲିଉଡ୍ ଠାରୁ ଆରମ୍ଭ କରି ସାଉଥ୍ ପର୍ଯ୍ୟନ୍ତ ଲାଇନ୍ ଲାଗିଛି।

Advertisment

ତେବେ ତାଙ୍କୁ ବ୍ୟାଡ୍ ବୟ ଭୂମିକାରେ ପ୍ରଥମେ ୱେବ୍‌ସିରିଜ୍ 'ଆଶ୍ରମ'ରେ ଦେଖିବାକୁ ମିଳିଥିଲା ଏଥିରେ ବାବା ନିରାଲା ଭୂମିକାରେ ଅଭିନୟ କରି ସେ ସମସ୍ତ ମନକୁ ମୋହିନେଇଛନ୍ତି। ଏହାର ୩ଟି ସିଜିନ୍ ମୁକ୍ତିଲାଭ କରିସାରିଥିବା ବେଳେ ଚତୁର୍ଥ ସିଜିନ୍ ପାଇଁ ଲୋକେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ବବି ଦେଓଲଙ୍କ ସୁପରହିଟ୍ ୱେବ୍ ସିରିଜ୍ 'ଆଶ୍ରମ'ର ପ୍ରଥମ ସିଜନ୍ ୨୦୨୦ରେ ମୁକ୍ତିଲାଭ କରିଥିଲା।​ ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ 'ଆଶ୍ରମ'ର ଏପର୍ଯ୍ୟନ୍ତ ତିନୋଟି ସିଜନ୍ ମୁକ୍ତିଲାଭ କରିଛି। ବର୍ତ୍ତମାନ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଚତୁର୍ଥ ସିଜନ୍‌କୁ ଅପେକ୍ଷା କରିଛନ୍ତି। ତେବେ ରିପୋର୍ଟକୁ ଅନୁସାରେ ଏହାର ଚତୁର୍ଥ ସିଜନ୍ ଖୁବ ଶୀଘ୍ର ଦର୍ଶକଙ୍କ ନିକଟକୁ ଆସିବ ବୋଲି କୁହାଯାଇଛି।

Advertisment

ଯଦି ମିଡିଆ କଳ୍ପନାଜଳ୍ପନାକୁ ବିଶ୍ୱାସ କରାଯାଏ, ତେବେ ‘ଆଶ୍ରମ ୪’ ପ୍ରତ୍ୟେକ ଥର ପରି MX ପ୍ଲେୟାରରେ ମୁକ୍ତିଲାଭ କରିବ। ତେବେ ଏହାକୁ ଦେଖିବା ପାଇଁ ଆପଣଙ୍କୁ ଆଉ ୧୦ ମାସ ଅପେକ୍ଷା କରିବାକୁ ପଡିବ। ରିପୋର୍ଟ ଅନୁଯାୟୀ, ‘ଆଶ୍ରମ ୪’ ଚଳିତ ବର୍ଷ ଶେଷ ମାସ ଅର୍ଥାତ୍ ଡିସେମ୍ବରରେ ଷ୍ଟ୍ରିମ୍ ହେବ। ତେବେ ଶୋ’ର ନିର୍ମାତା ଏହାକୁ ଅଫିସିଆଲ୍ କରି ନାହାଁନ୍ତି।

‘ଆଶ୍ରମ’ର ଚତୁର୍ଥ ସିଜିନର ଟିଜର’ରେ ଦେଖାଯାଇଥିଲା ଯେ ପ୍ରଥମ ଏବଂ ଦ୍ୱିତୀୟ ସିଜିନ୍‌ର ରେସ୍‌ଲର୍‌ ପମି ଆଶ୍ରମକୁ ଫେରୁଛନ୍ତି। ଏହି ସିଜିନ୍‌ରେ ପମି ଏକ କନ୍ୟା ସାଜିବେ। ତେବେ ଆଗକୁ କ’ଣ ହେବ ତାହାକୁ ନେଇ ଦର୍ଶକ ଦ୍ୱନ୍ଦ୍ୱରେ ଥିବାବେଳେ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ଅନୁମାନ କରାଯାଉଛି ଯେ ବାବା ନିରାଲାଙ୍କ ପର୍ଦାଫାଶ ହୋଇପାରେ ଏବଂ ସେ ଗିରଫ ହୋଇପାରନ୍ତି। ତେବେ ଟିଜର ଆରମ୍ଭରେ ବାବା ନିରାଲା କହୁଛନ୍ତୁ ଯେ “ମୁଁ ଭଗବାନ, ତୁମ କାନର ଉପରେ ମୁଁ ସ୍ୱର୍ଗ ସୃଷ୍ଟି କରିଛି। ତୁମେ ଭଗବାନଙ୍କୁ କିପରି ଗିରଫ କରିପାରିବ?” ଠିକ୍ ଏହି ସମୟରେ ଟିଜରରେ ତ୍ରିଧା ଚୌଧୁରୀଙ୍କ ଝଲକ ମଧ୍ୟ ଦେଖିବାକୁ ମିଳେ।

Bollywood Web Series Bobby Deol
Advertisment
Advertisment