• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Allegation By Tweet
ମୁଖ୍ୟମନ୍ତ୍ରୀ, ଡିଜିଙ୍କୁ ଟ୍ୱିଟ୍‌ ପରେ ଗୃହବନ୍ଦୀ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ !

ଜଣେ ଯୁବକ ତାଙ୍କୁ ବିବାହ କରିବା ନିମନ୍ତେ ବାଧ୍ୟ କରିବା ସହ ମାନସିକ ଯନ୍ତ୍ରଣା ଦେଉଛନ୍ତି ଏବଂ ମାରିବାର ଧମକ ଦେଉଛନ୍ତି।  ଯାହା ଫଳରେ ୧୫ ଦିନ ହେବ ସମ୍ପୃକ୍ତ ଯୁବତୀ ଭୟରେ ଗୃହବନ୍ଦୀରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କୁ ଟ୍ୱିଟ୍ କରି ନିଜର ସୁରକ୍ଷା ମାଗିଥିଲେ।

ଲୁଟେରା ଗ୍ୟାଙ୍ଗ୍
ଫିଲ୍ମ ଷ୍ଟାଇଲରେ କରୁଥିବା କାରନାମାର ଗୁମର ଫିଟାଇଦେଲା ଟ୍ରକ୍ ଡ୍ରାଇଭର

ଗତ ୮ ଦିନ ଭିତରେ ୫ଟି ଚେନ୍, ୩୦ ମୋବାଇଲ ଓ ୪ ବାଇକ୍ ଲୁଟି ପୋଲିସର ନିଦ ହଜାଇ ଦେଇଥିଲେ ଏହି ଲୁଟେରା ଗ୍ୟାଙ୍ଗ।  ଆଉ ଶେଷରେ ପୋଲିସ ହାତରେ ଧରାପଡିଛି ଏହି ଗ୍ୟାଙ୍ଗ।  ଧରା ନପଡିବା ପାଇଁ ଚୋରି କରିଥିବା ଗାଡିକୁ ଲୁଟ୍‌ରେ ବ୍ୟବହାର କରୁଥିଲେ। 

youth found dead
ନାଳରୁ ମିଳିଲା ଯୁବକଙ୍କ ମୃତଦେହ, ପାଖରେ ପଡ଼ିଛି ବୁଲେଟ୍‌

ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରୁ ଏକ ବୁଲେଟ୍‌ ମିଳିଛି। ଗତକାଲି ସକାଳ ୯ଟାରେ ବସନ୍ତ ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ ଯାଇଥିଲେ।

man booked for Kills Roommate
ରୁମ୍‌ମେଟ୍‌କୁ ହତ୍ୟା କରି ମୃତଦେହ ବାହାରେ ଫିଙ୍ଗିଲେ ଯୁବକ, ଘରକୁ ଆସି ...

ରୁମ୍‌ମେଟ୍‌କୁ ହତ୍ୟା କରିବା ଅଭିଯୋଗରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ପୋଲିସ୍‌ ଗିରଫ କରିଛି। ଯୁବକ ଜଣକ ନିଜ ରୁମ୍‌ମେଟ୍‌କୁ ଘରେ ଭିତରେ ହତ୍ୟା କରି ମୃତଦେହକୁ ବାହାର ଫିଙ୍ଗି ଦେଇଥିଲେ। ଏହାପରେ ଘରକୁ ଆସି ରୁମ୍‌ ସଫା କରି ଶୋଇ ପଡ଼ିଥିଲେ।

clash over past enmity
ଖୁଡ଼ିକୁ ଖଣ୍ଡା ଓ ଭୁଜାଲି ହାଣିଲା ପୁତୁରା

ପୁତୁରାର ଖଣ୍ଡା, ଭୁଜାଲି ଆକ୍ରମଣରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଦାଦା ଓ ଦାଦା ପୁଅ ଭାଇ ଗୁରୁତର ଆହତ ହୋଇଛନ୍ତି। ଠିକାଦାରୀ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥିବା ଜଣାପଡ଼ିଛି। 

fake note
୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କଲା ପୋଲିସ୍‌

ସେମାନଙ୍କଠାରୁ ଟଙ୍କା ଛାପିବା ମେସିନ, କାଗଜ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଘର ବରଗଡ଼ ଜିଲ୍ଲାରେ ହୋଇଥିବାବେଳେ ମୁଖ୍ୟ ୨ ଅଭିଯୁକ୍ତଙ୍କ ଘର ଛତିଶଗଡ଼ର ରାୟଗଡ଼ାରେ ବୋଲି ସୂଚନା ମିଳିଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି, ଏହା ସହିତ ଅନ୍ୟ କେଉଁ ଅଞ୍ଚଳକୁ ଏମାନେ ଜାଲ୍ ନୋଟ୍ ପଠାଉଥିଲେ କି ତାର ମଧ୍ୟ ତଦନ୍ତ କରାଯାଇଛି।

vigilance raid on nuapada cdvos house
ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ ଗାଡ଼ିରୁ ଭିଜିଲାନ୍ସ ଧରିଲା ୨ ଲକ୍ଷ ୭୭ ହଜାର ଟଙ୍କା

ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ।  ତାଙ୍କ ଗାଡ଼ିରୁ ଜବତ ହୋଇଛି ୨ ଲକ୍ଷ ୭୭ ହଜାର ଟଙ୍କା

police Force in muda sahi
ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ  ଆତଙ୍କରାଜ୍ ଘଟଣା; ୨୧ ବନ୍ଧା ହେଲେ

ଭୁବନେଶ୍ୱର ମଞ୍ଚେଶ୍ୱର ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ  ଆତଙ୍କରାଜ୍ ଘଟଣାରେ ୨୧ ଜଣଙ୍କୁ ଗିରଫ କରିଛି ପୋଲିସ।  ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି । ଘଟଣା ପରେ ବସ୍ତିରେ ଚାପା ଉତ୍ତେଜନା ଲାଗି ରହିଛି ।

Attack on police
ତଦନ୍ତ କରିବାକୁ ଯାଇଥିଲେ ପୋଲିସ୍‌ ଟିମ୍‌, ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ

ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ପୋଲିସ୍‌ ଟିମ୍‌ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମବାସୀ ପୋଲିସ୍‌ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି।

ଗୋଷ୍ଠୀ ସଂଘର୍ଷ
ରାଜଧାନୀରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲିରେ ଆକ୍ରମଣ

ଗୋଷ୍ଠୀ ସଂଘର୍ଷରେ ପ୍ରାୟ ୬ ଜଣ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅପରପକ୍ଷେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଉ ଏକ ଗୋଷ୍ଠୀ ପଳାଶୁଣିରେ ଏନ୍ଏଚ୍ ଅବରୋଧ କରିଥିଲେ। ଦୀର୍ଘ ସମୟ ପରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।  

PS Biranchi Sahoo
ବହିଷ୍କୃତ ବିରଞ୍ଚି ସାହୁଙ୍କ ଫିଟିଲା ଆଉ ଏକ କଳା ଗୁମର

ପ୍ରାୟ ୪ କୋଟିର ଆୟବହିର୍ଭୂତ ସଂପତ୍ତିର ଉତ୍ସ, ବେଆଇନ ନିବେଶ ଏବଂ ଦୁର୍ନୀତିର ବ୍ଲୁ ପ୍ରିଣ୍ଟ ଆଦି ଦିଗକୁ ନେଇ ଖୋଳତାଡ଼ କରୁ କରୁ ଏବେ କୁବେର ବିରଞ୍ଚିଙ୍କ ଖୋଲୁଛି ଭାନୁମତି ପେଡ଼ି। ତାହେଲେ ଚାକିରି ପାଇବାକୁ ହେଲେ ପଲିସି କରିବାକୁ ପଡ଼ିବ ବୋଲି ପ୍ରବର୍ତ୍ତାଉଥିଲେ କି ବିରଞ୍ଚି ?

bijaya
ବିରଞ୍ଚି ଏକା ନୁହନ୍ତି, କମିଶନ ଓ ସଦସ୍ୟ ସମପରିମାଣରେ ଦାୟୀ: ବିଜୟ ମହାପାତ୍ର

ସରିଲା ରିମାଣ୍ଡ । କଣ ନୂଆ ତଥ୍ୟ ପାଇଲା ଭିଜିଲାନ୍ସ ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କାରଣ OSSC ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହେବା ପରେ ଏବେ ସମସ୍ତଙ୍କ ନଜର ପିଏସ୍ ବିରଞ୍ଚି ସାହୁଙ୍କ ଉପରେ । 

Death Mystery
ମୋ ପୁଅକୁ ହତ୍ୟା କରିଛି ତା' ବାନ୍ଧବୀ: ତୁଷାରଙ୍କ ବାପା

କଟକ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ବାଣିଜ୍ୟର ତୁଷାର ଛାତ୍ର ଥିଲେ। ସେହି କଲେଜର ଜଣେ ଛାତ୍ରୀଙ୍କ ସହିତ ତୁଷାରଙ୍କ ଭଲ ସଂପର୍କ ଥିଲା। ଏମିତିକି ଘର ପରିବାର ସହିତ ମଧ୍ୟ ଉଭୟ ଚିହ୍ନାଜଣା ବୋଲି ଜଣାପଡିଛି। ଏବେ ତୁଷାରଙ୍କ ପରିବାର କହୁଛନ୍ତି, ସେହି ଝିଅଟିର ତା ବୟଫ୍ରେଣ୍ଡ ସହିତ ବ୍ରେକ୍ଅପ ହୋଇଥିବାରୁ ଏଥିପାଇଁ ତୁଷାରକୁ ସେ ଦାୟୀ କରିଥିଲା।

Blackmail by unknown lady
ଭିଡିଓ କଲିଂ କରି ଡ୍ରେସ୍ ଖୋଲିଦେଲେ ଯୁବତୀ, ଫସିଗଲେ ଯୁବକ !

ରାତିରେ ମୋ ପାଖକୁ ଜଣେ ଯୁବତୀଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା। ମୁଁ ତାଙ୍କୁ ଜାଣିନଥିଲି। ମୁଁ ଆସେପ୍ଟ କରିବା ପରେ ସେ ପ୍ରଥମେ ମୋ ସହ ଭଲରେ କଥା ହେଲେ। ତା ପରେ ଫେସ୍‌ବୁକ୍‌ରୁ ଡାଟା ସଂଗ୍ରହ କରିବା ଆରମ୍ଭ କରିଦେଲେ।

Khalikote MLA
ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ; ଖଣ୍ଡାରେ ହାଣିଲେ ବାଇକ୍‌, ସମର୍ଥକଙ୍କୁ ବୋମାମାଡ଼ !

ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୃତ୍ତଙ୍କ ଭଂଗାରୁଜା । ଘରେ କେହି ନଥିବା ବେଳେ ବାହାରେ ଭଂଗାରୁଜା କରିଛନ୍ତି ଦୁର୍ବୃତ୍ତ । ଖଲ୍ଲିକୋଟ ନିର୍ମଳଝର ନିକଟ ଭଡ଼ାଘରେ ଭଂଗାରୁଜା ହୋଇଥିବା ଜଣାପଡ଼ିଛି ।

GST  Fraud Mastermind
୬୪୧ କୋଟି ଟଙ୍କାର ଏକ ଜାଲ୍ ବିଲ୍ ରାକେଟ୍‌ର ମାଷ୍ଟରମାଇଣ୍ଡ ଗିରଫ

ଦେଢବର୍ଷ ହେଲା ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ବସନ୍ତଙ୍କୁ ଖୋଜୁଥିଲା। ଯାଜପୁର ଏନଫୋର୍ସମେଣ୍ଟ ୟୁନିଟ୍ ଦ୍ୱାରା ତଦନ୍ତ ଚାଲିଥିବା ଆଉ ଏକ ମାମଲାରେ ମଧ୍ୟ ସେ ସମ୍ପୃକ୍ତ ଥିଲେ। ଅନ୍ୟ ଦୁଇ ଜଣଙ୍କ ସହ ମିଶି ବସନ୍ତ ୬ଟି ଜାଲ୍ ବ୍ୟବସାୟୀକ କମ୍ପାନୀ ଚଳାଇଥିଲେ। ଏଥିରେ ୨୧୯ କୋଟି ୬୧ ଲକ୍ଷ ଟଙ୍କାର ଜାଲ୍ ବିଲ୍ କାରବାର ହୋଇଥିଲା।

jobra
ଜୋବ୍ରା ଆନିକଟରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ, ସନ୍ଦେହ ଘେରରେ ଗର୍ଲଫ୍ରେଣ୍ଡ୍‌

କଟକ ମହାନଦୀ ଜୋବ୍ରା ଆନିକଟରୁ ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ମିଳିଛି। କିଛି ଦିନ ପୂର୍ବେ ଛାତ୍ର ଜଣକ ନିଖୋଜ ଥିବାବେଳେ ଆଜି ତାଙ୍କ ମୃତଦେହକୁ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ଆନିକଟରୁ ଉଦ୍ଧାର କରିଛନ୍ତି।

OSSC Emplyee\'s Arrest On DA Case - ED Takes Over Probe
OSSC ବିରୋଧରେ ତେଜୁଛି ଅସନ୍ତୋଷ, କେବେ ଗିରଫ ହେବେ ବିରଞ୍ଚିଙ୍କ ଗଡ୍‌ଫାଦର ?

ଷ୍ଟାଫ୍ ସିଲେକ୍ସନ୍ କମିଶନ୍‌ରେ ନିଯୁକ୍ତି କେଳେଙ୍କାରୀକୁ ନେଇ ତେଜୁଛି ଅସନ୍ତୋଷ । କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ତଡ଼ା ଖାଇଥିବା କରିତକର୍ମା କୋଟିପତି ବିରଞ୍ଚି ସାହୁ କେବଳ ଜଣେ ନୁହଁନ୍ତି, ଦୀର୍ଘଦିନ ଧରି ଅନେକ ଲୋକଙ୍କ ସଂପୃକ୍ତିରେ ଏ ଦୁର୍ନୀତି ଚାଲିଥିବା ଅଭିଯୋଗ ଉଠିଛି

Odisha At 4th Place In Child Abuse - OTV Report
ଶିଶୁ ଯୌନ ଉତ୍ପୀଡ଼ନରେ ଓଡ଼ିଶା ଦେଶରେ ଚତୁର୍ଥ

ଶିଶୁ ଯୌନ ଉତ୍ପୀଡ଼ନରେ ଓଡ଼ିଶା, ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ଗତ ୧୦ ବର୍ଷ ଭିତରେ ରାଜ୍ୟରେ ଶିଶୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଭଳି ମାମଲା ୧୮ ଗୁଣା ବଢ଼ିଯାଇଛି। ଯାହାକି ଜାତୀୟ ହାରଠାରୁ ଢେର୍ ଅଧିକ। ନିକଟରେ ଲୋକସଭାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଲିଖିତ ଉତ୍ତରରେ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ତଥ୍ୟ ।

Child Crime
ଶିଶୁ ଯୌନ ଉତ୍ପୀଡ଼ନରେ ଓଡ଼ିଶା ଦେଶରେ ଚତୁର୍ଥ

ନୟାଗଡ଼ ନାବାଳିକା ପରୀ ଦୁଷ୍କର୍ମ ଓ ହତ୍ୟା, ସମ୍ବଲପୁର ବଡ଼ମାଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ନୟାଗଡ଼ରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ସହ ଭିଡିଓ ଭାଇରାଲ୍ ଘଟଣା ରାଜ୍ୟରେ ବଢିଚାଲିଥିବା ଶିଶୁ ଯୌନ ଉତ୍ପୀଡ଼ନର ଗୋଟିଏ ଗୋଟିଏ ନଗ୍ନ ଚିତ୍ର।

Biranchi Sahoo
OSSC ବିରୋଧରେ ତେଜୁଛି ଅସନ୍ତୋଷ, କେବେ ଗିରଫ ହେବେ ବିରଞ୍ଚିଙ୍କ ଗଡ୍‌ଫାଦର ?

ଷ୍ଟାଫ୍ ସିଲେକ୍ସନ୍ କମିଶନ୍‌ରେ ନିଯୁକ୍ତି କେଳେଙ୍କାରୀକୁ ନେଇ ତେଜୁଛି ଅସନ୍ତୋଷ । କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ତଡ଼ା ଖାଇଥିବା କରିତକର୍ମା କୋଟିପତି ବିରଞ୍ଚି ସାହୁ କେବଳ ଜଣେ ନୁହଁନ୍ତି, ଦୀର୍ଘଦିନ ଧରି ଅନେକ ଲୋକଙ୍କ ସଂପୃକ୍ତିରେ ଏ ଦୁର୍ନୀତି ଚାଲିଥିବା ଅଭିଯୋଗ ଉଠିଛି ।

jajpur Vigilance
୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଡ୍ରେନେଜ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଯାଜପୁର ଡ୍ରେନେଜ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ । ଲାଞ୍ଚ ନେଇ ଧରାପଡ଼ିଲେ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର । ଜଣେ ଗାଡ଼ି ମାଲିକଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି ।

Balasore
ଥାନାରେ ଓକିଲଙ୍କୁ ଥାର୍ଡ଼ ଡିଗ୍ରୀ ଅଭିଯୋଗ

ଥାନାରେ ଓକିଲଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ଥାନାରେ ଜଣେ ଓକିଲଙ୍କୁ ପୋଲିସ ଅଫିସର ଜଣକ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ଘଟଣାକୁ ୧୦ ଦିନରୁ ଅଧିକ ସମୟ ହେଲାଣି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେଉଛି । ଘଟଣାକୁ ନେଇ ଦୀର୍ଘ ୧୧ ଦିନ ହେବ ସୋର କୋର୍ଟ ଆଗରେ ଆନ୍ଦୋଳନ ଚଳାଇଛି

Balasore
ଥାନାରେ ଓକିଲଙ୍କୁ ଥାର୍ଡ଼ ଡିଗ୍ରୀ ଅଭିଯୋଗ

ତେବେ ମାମଲାରେ କେବଳ ନୟାପଲ୍ଲୀ ଥାନାରୁ ଆସିଥିବା ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛି ଓକିଲ ସଂଘ। ତେବେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।

PS Biranchi Narayan Sahoo
ବଢିଲା ବିରଞ୍ଚିଙ୍କ ଅଡ଼ୁଆ: ଅର୍ଥ କାରବାରର ତଦନ୍ତ କରିବ ED

ଇଡି ସ୍କାନରରେ କୋଟିପତି ପିଏସ ବିରଞ୍ଚି ସାହୁ। କେଉଁଠୁ ଆଣିଲେ ଏତେ ଟଙ୍କା ? ଚାକିରୀ ଆଶାୟୀଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ କି ? ଏମିତି ଅନେକ ରହସ୍ୟର ତଦନ୍ତ କରିବ ଇଡି।