ଯୁବକଙ୍କୁ ଗୁଳିମାଡ଼ ପରେ ଭୁଜାଲିରେ ହାଣି ହତ୍ୟା। ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ପରିବାରର ଅଭିଯୋଗ କରିଛନ୍ତି।
ଦୁଇଲକ୍ଷ ଦେଲେ ଫାଇଲ ମୁଭ୍ ହେବ ବୋଲି ଆରଆଇ କହୁଛନ୍ତି। ସେହିପରି ଜଣେ ଦଲାଲ ମଧ୍ୟ କ୍ଷତିପୂରଣ ଟଙ୍କା ପାଇବାକୁ ହେଲେ ଏଡିଏମ ଏବଂ ଆରଆଇଙ୍କୁ ଟଙ୍କା ଦେବା ପାଇଁ ପଡିବ ବୋଲି ଅଭିଯୋଗ କରିଛନ୍ତି ବିସ୍ଥାପିତ।
କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକି ୨ ନକଲି ଆଇଏଏସ୍ ଗିରଫ । ଟୁଇନ ସିଟିରୁ ଉଭୟ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଗିରଫ୍ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ
କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକି ୨ ନକଲି ଆଇଏଏସ୍ ଗିରଫ । ଟୁଇନ ସିଟିରୁ ଉଭୟ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଗିରଫ୍ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ
କେତେବେଳେ କେଉଁ ନାଁରେ ସେ ପରିଚିତ। ସବୁବେଳେ ନାଁ ବଦଳାଇ କରୁଥିଲା ଏମିତି। ଟଙ୍କା ଲୁଟିବା ଥିଲା ତାହାର କାମ। ଏବେ ଜାଣନ୍ତୁ ଲୁଟର ଶିକାର ପରେ କଣ କଲେ ଯୁବକ...
ଗୋବିନ୍ଦଙ୍କ ଗୋଲକଧନ୍ଧା ଭିତରେ ମମିତା ହତ୍ୟାର ଗୁମର ଫିଟିବ କେବେ ? ନିଇତି ନୂଆ କାହାଣୀ ଆସୁଛି ସାମ୍ନାକୁ । ବରିଷ୍ଠ ନେତା ବିଜୟ ମହାପାତ୍ର ଓ ନରସିଂହ ମିଶ୍ରଙ୍କ ମନ୍ତବ୍ୟ ପରେ ଏବେ ଚର୍ଚ୍ଚାରେ ମନ୍ତ୍ରୀଙ୍କ ରାୟପୁର ଘର ।
ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଗଣଦୁଷ୍କର୍ମ । କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଜଣେ ଯୁବକ ଫୁଲବାଣୀ ଅଂଚଳର ଜଣେ ଯୁବତୀଙ୍କୁ ଅପହରଣ କରିବା ପରେ ସାଙ୍ଗମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିଛି ।
କମ୍ ବୟସରେ ଘରର ଅଲିଅଳି ଚାଲିଗଲା.. ଜହ୍ଲାଦ୍ ଗୋବିନ୍ଦ ସାହୁ ତାକୁ ମାରିଦେଲା.. ଯିଏ..ଯିଏ ମମିତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତଙ୍କୁ ଦଣ୍ଡ ମିଳୁ..ଫାଶୀ ଦିଆଯାଉ.. ମମିତା ତ ଆଉ ଫେରିବେନି.. ଏବେ ନ୍ୟାୟ ଅପେକ୍ଷାରେ ତାଙ୍କ ବାପା, ମାଆ..
ମମିତା ମେହେର ହତ୍ୟାକାଣ୍ଡର ପ୍ରମୁଖ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁରସ୍ଥିତ ଘରେ ପହଞ୍ଚିଥିଲା ଓଟିଭି ଟିମ୍। ରାୟପୁରରେ ଥିବା ଘରେ ହିଁ ଦିବ୍ୟଶଙ୍କର ଗୋବିନ୍ଦ ସାହୁ ଏବଂ ମମିତାଙ୍କ ମଧ୍ୟରେ ବୁଝାମଣା କରାଇବା ଲାଗି ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଥିଲେ ଦୁଇ ବରିଷ୍ଠ ରାଜନେତା
ଚାକିରି କନେଷ୍ଟବଳର, କିନ୍ତୁ ସଂପତ୍ତି କୋଟି କୋଟିର । ମନୀଷ ଅନୁରାଗ ହତ୍ୟା ମାମଲାରେ ବହିଷ୍କୃତ ପୋଲିସ କନଷ୍ଟେବଳ ପ୍ରସନ୍ନ ବେହେରା ଭିଜିଲାନ୍ସ ଜାଲରେ ପଡ଼ିବା ପରେ ତାଙ୍କର ଅମାପ ସଂପତ୍ତି ଏବେ ପଦାକୁ ଆସିବାରେ ଲାଗିଛି ।
ପୁଣି ମାତିଲେଣି ଚିଟ୍ଫଣ୍ଡ ଲୁଟେରା । ହେଲେ ଏବେ ଆଫ୍ଲାଇନ୍ ନୁହେଁ ଆନ୍ଲାଇନ୍ରେ । ସାରା ଦେଶ ଏବେ ଡିଜିଟାଲ ଇଣ୍ଡିଆ ଆଡ଼କୁ ଗତି କରୁଥିବା ବେଳେ ଚିଟ୍ଫଣ୍ଡ ଠକ ବି ନେଇଛନ୍ତି ଅନ୍ଲାଇନ୍ର ସାହାରା ।
ପ୍ରଥମେ ଫ୍ରେଣ୍ଡ। ତା ପରେ ଚାଟିଂ। ଏମିତି ସଂପର୍କ ହୁଏ ସୁଦୁଢ। ପରେ ଆରମ୍ଭ ହୋଇଯାଏ ଅଭିନୟ। କିଛି ସାହାର୍ଯ୍ୟ ପାଇଁ ଅନୁରୋଧ କରି ଲୁଟି ନିଏ ସର୍ବସ୍ୱ।
ହଷ୍ଟେଲର ରୁମ ନମ୍ୱର ୩୦୫ର ସିଲିଂଫ୍ୟାନରେ ଝୁଲୁଥିଲା ଆଶାଙ୍କ ମୃତଦେହ। କିନ୍ତୁ ଆତ୍ମହତ୍ୟା ନୁହେଁ, ଏହି ହତ୍ୟା ବୋଲି ମୃତ ଛାତ୍ରୀଙ୍କ ସମ୍ପର୍କୀୟ
ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଛାତ୍ରୀଙ୍କ ହାତରେ କଟା ଦାଗ ଥିବାବେଳେ, ବ୍ୟାଣ୍ଡେଜ୍ ଲଗା ଯାଇଥିବା ଦେଖିବାକୁ ମିଳିଛି। ଶବ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିବା ଜଣାପଡ଼ିଛି।
ମମିତା ମେହେରଙ୍କୁ ହତ୍ୟା ପରେ ନିଜ ପାପ ଲୁଚାଇବାକୁ କିଛି କମ୍ କାରସାଦି କରିନଥିଲା ଜହ୍ଲାଦ ଗୋବିନ୍ଦ ସାହୁ । ଏମିତିକି ମମିତାଙ୍କ ନିଖୋଜ ଏତଲା ନିଜେ ଲେଖାଇ, ପରେ ପୋଲିସକୁ କହି ତାକୁ ଫେରାଇବାର ଚକ୍ରାନ୍ତ ବି କରିଥିଲା ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ମମିତାଙ୍କ ବାପା ।
ନିଜକୁ RTO ଅଧିକାରୀ କହି ଲୁଟୁଥିଲେ ଟଙ୍କା । ଏନ୍ଏଚ୍ ଯାଉଥିବା ଟ୍ରକ୍ ଓ ଅନ୍ୟ ଗାଡ଼ିକୁ ଅଟକାଇ ନିଜକୁ RTO ପରିଚୟ ଦେଇ ଟଙ୍କା ଆଦାୟ କରୁଥିଲେ ।
୫ ଦିନିଆ ରିମାଣ୍ଡ ସରିବା ପରେ ହାଜତକୁ ଯାଇଛି ଅଭିଯୁକ୍ତ ଗୋବିନ୍ଦ ସାହୁ । ତେବେ ମାମଲାର ତଦନ୍ତ ଅଗ୍ରଗତି ସଂପର୍କରେ ପ୍ରେସମିଟରେ ସୂଚନା ଦେଇଥିଲେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର। ଏ ଘଟଣାରଲ ପୁରା ଖବର ଶୁଣନ୍ତୁ ।
ବନ୍ଧା ହେଲେ ନକଲି ଆର୍ଟିଓ। ନିଜକୁ ଆର୍ଟିଓ ଅଧିକାରୀ ପରିଚୟ ଦେଇ ଲୋକଙ୍କଠୁ ଟଙ୍କା ଲୁଟୁ ଥିବା ଜଣେ ନକଲି ଆର୍ଟିଓଙ୍କୁ ପୋଲିସ୍ ଗିରଫ କରିଛି। ତାଙ୍କ ନିକଟରୁ ନକଲି ବନ୍ଧୁକ, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରାଯାଇଛି।
ମମିତା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଘନିଷ୍ଠ କୁହାଯାଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କିନ୍ତୁ ପୁରା ଚୁପ୍। ଘଟଣା ପ୍ରଘଟର ସପ୍ତାହେ ବିତି ଗଲାଣି, ତଥାପି ଅସମ୍ଭବ ନିରବତା ଅବଲମ୍ବଲନ କରୁଛନ୍ତି ମନ୍ତ୍ରୀ । ଦିବ୍ୟଶଙ୍କରଙ୍କ କ୍ୟାବିନେଟ୍ ସହଯୋଗୀ କିମ୍ବା ବିଜେଡିର କୌଣସି ବରିଷ୍ଠ ନେତା ବି ମୁହଁ ଖୋଲୁନାହାନ୍ତି ।
ବିଲ୍ଡରଙ୍କୁ ଆକ୍ରମଣ ଅଭିଯୋଗରେ ଲେଡି ଡନ୍ ଗିରଫ । ଅଭିଯୁକ୍ତ ଯୁବତୀ ମାନସୀ ନାୟକଙ୍କୁ ଗିରଫ କଲା କଟକ ଲାଲବାଗ ପୋଲିସ । ମାନସୀ ଜେଲରେ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ ।
୫ ଦିନିଆ ରିମାଣ୍ଡ ଶେଷ ପରେ ଜେଲ ହାଜତକୁ ଗଲା ଶିକ୍ଷୟିତ୍ରୀ ମମିତା ହତ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ବଲାଙ୍ଗିର ପୋଲିସ ଆଜି ସକାଳେ ଗୋବିନ୍ଦକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରିବା ପରେ କୋର୍ଟ ତାକୁ ବିଚାର ବିଭାଗୀୟ ହଜାତକୁ ଯିବାକୁ ନିର୍ଦ୍ଦେଶ ଦେବାରୁ କଣ୍ଟାବାଂଜି ଜେଲକୁ ଯାଇଛି ଗୋବିନ୍ଦ
ମମିତା ମେହେର ହତ୍ୟା ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଡିଆଇଜି କହିଲେ ପୋତା ଯାଇଥିବା ସ୍ଥାନରୁ ମିଳିଲା ମମିତାଙ୍କ ବ୍ୟାଗ୍ ।ଯାହାକୁ ଚିହ୍ନଟ କରିଛନ୍ତି ମମିତାଙ୍କ ପରିବାର ଲୋକ ।
ଟିଟିଲାଗଡ଼ ଏସଡିଏମ୍ଓ ଏବଂ ଟେଷ୍ଟ କରିଥିବା କର୍ମଚାରୀ କହୁଛନ୍ତି ୧୭ ତାରିଖରେ ଗୋବିନ୍ଦର କୋଭିଡ୍ ଟେଷ୍ଟ ହୋଇଛି, ତେବେ ମେଡିକାଲ୍ ରେଜିଷ୍ଟରରେ ସ୍ପଷ୍ଟ ଭାବେ ୧୮ ତାରିଖରେ ଟେଷ୍ଟ କରାଯାଇଥିବା ଉଲ୍ଲେଖ ରହିଛି।
କନସଲଟାନ୍ସି ନାଁରେ ସେକ୍ସ ରାକେଟ ଚାଲୁଥିବା ଜଣାପଡ଼ିଛି। ସାମନାରେ କନସଲଟାନ୍ସି ନାଁରେ ଅଫିସ ଆଉ ଭିତରେ ଚାଲୁଥିଲା ସେକ୍ସ ରାକେଟ। ଝିଅଙ୍କୁ ଚାକିରୀ କରାଇଦେବା ନାଁରେ ସେକ୍ସ କାରବାରରେ ନିୟୋଜିତ କରାଯାଉଥିଲା।
ପୂର୍ବରୁ ଏହି ରୁମ୍ରେ ରହୁଥିବା ଦୁଇ ଅନ୍ତେବାସିନୀଙ୍କୁ ଡାକି ପୋଲିସ ଜେରା କରିଥିବା ବେଳେ, ଶନିବାର ଦିନ ଲେଡିଜ୍ ହଷ୍ଟେଲ୍ରେ ପଶି ତଦନ୍ତ କରିଛି। ଉଭୟ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ଏସପି ହଷ୍ଟେଲ ଭିତରେ ପଶି ତଦନ୍ତ କରିଥିଲେ।