Advertisment

ମା’ ସାଜିଲା ଯମ, ୨ ମାସର ପୁଅକୁ ମାରି କୂଅକୁ ଫିଙ୍ଗି ଦେଲା !

ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ମହିଳା ଜଣକ ନିଜ ୨ ମାସର ଶିଶୁକୁ ହତ୍ୟା କରି କୂଅକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
2-month-old boy killed allegedly by his mother

2-month-old boy killed allegedly by his mother

ପୁଅକୁ ମାରି କୂଅକୁ ଫିଙ୍ଗି ଦେଲା ମା’। ୨ ମାସର ପୁଅକୁ ମା’ ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗାଁରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଘରୋଇ କଳିରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ମହିଳା ଜଣକ ନିଜ ୨ ମାସର ଶିଶୁକୁ ହତ୍ୟା କରି କୂଅକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳା ଶିଶୁକୁ ହତ୍ୟା କରିବା ପରେ ଅଖାରେ ପୂରାଇ ପଥର ବାନ୍ଧି କୂଅକୁ ଫିଙ୍ଗି ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିଥିଲା। 

ପୁଅକୁ ହତ୍ୟା କରିଥିବା ନେଇ ମହିଳା ଜଣକ ସ୍ୱୀକାର କରିଥିବା ପୋଲିସ୍‌ ସୂଚନା ଦେଇଛି। ପୋଲିସ୍‌ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। 

Advertisment
Murder
Advertisment
Advertisment