Advertisment

ମହଙ୍ଗା ପଡ଼ିଲା ଡନ୍ ଭିଡିଓ, ହିରୋରୁ ପାଲଟିଲେ ଜିରୋ, ଏବେ ଜେଲରେ

ହୁସିଆର୍ ! ହିରୋଗିରି ଦେଖେଇବାକୁ ଯଦି ଡନ୍ ପରି ଭିଡିଓ ସୁଟିଂ କରୁଛ, ତେବେ ଫସିବ। ଦେଖନ୍ତୁ ବାଇକ୍ ଉପରେ ଡନ୍ ପରି ବନ୍ଧୁକ ଧରି, ସିଗାରେଟ୍ ଟାଣି କେମିତି ଭିଡିଓ କରିଥିଲେ ଏ ଦୁଇ ଯୁବକ

author-image
Sarbeswar
ଅଦ୍ୟତନ ହୋଇଛି
Viral Video

Viral Video

ରାତିର ରାସ୍ତାରେ ଡନର ଗାଡ଼ି। ଆତଙ୍କିତ ସାରା ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍। କାରଣ ଯାଉଛି ଡନଙ୍କ ଗାଡ଼ି। ଭିଡିଓର ପଶ୍ଚାତରୁ ଗୀତ ବାଜୁଛି ନାୟକ ନେହି ଖଲନାୟକ ହୁଁ। କଳା ରାତିର ଷ୍ଟ୍ରିଟ ଲାଇଟ୍ ଭିତରେ ବେପରୁଆ ଚାଲିଚି ବାଇକ୍ ଆରୋହୀଙ୍କ ବାଇକ୍। ଆଉ ଡନ୍ ଷ୍ଟାଇଲରେ ତାଙ୍କ ଉପରେ ବସିଛନ୍ତି ନିଜେ ଡନ୍। ଆଉ ଏହି ଭିଡ଼ିଓ ଏବେ ବେଶ୍ ଭାଇରାଲ ହେଉଛି। ଗୋଟିଏ ହାତରେ ସିଗାରେଟ୍ ଆଉ ଗୋଟିଏ ହାତରେ ଚିକ୍ ଚିକ୍ ବନ୍ଧୁକ ଧରିଛନ୍ତି ଯୁବକ। ଗୁଳି ଫୁଟିଲେ ସିଧା ଜୀବନ ଯିବ। ଚାହାଣୀ ମଧ୍ୟ ଭୟ ସୃଷ୍ଟି କଲା ପରି। ସାମ୍ନାକୁ ଯିଏ ଆସିବ ସେ ଗୁଳି ଖାଇବ।

Advertisment

ଗୁଜରାଟରେ ମୋବାଇଲରୁ ମୋବାଇଲକୁ ବୁଲି ଧମାକା କରୁଥିବା ଏହି ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚା। ଇଏ ଠିକ୍‌ ଓଡ଼ିଶାର କେବିଏନ୍ ଗ୍ରୁପ୍ ପରି। ନିଜେ ଡନ୍ ଫନ୍ କିଛି ନୁହେଁ। କିନ୍ତୁ ଷ୍ଟାଇଲ୍ ପୂରା ଡନ୍। ଖାଲି ଭିଡିଓ କରି ତାକୁ ସୋସିଆଲ୍ ମିଡିଆରେ ଛାଡ଼ି ଲୋକଙ୍କୁ ଡରେଇବା କଥା। ଭୟ ସୃଷ୍ଟି କରିବାର କଥା।

ତେବେ ଏହି ଭିଡିଓ ସଂପର୍କରେ ଯେତେବେଳେ ଚର୍ଚ୍ଚା ଜୋର ଧରିଲା ସେତେବେଳେ ଚେଇଁ ଉଠିଲା ସୁରଟ ସହରର ସିଟି ପୋଲିସ୍। ଖୋଜାଖୋଲି ଆରମ୍ଭ ହେଇଗଲା। ଆଉ ମାତ୍ର ଘଣ୍ଟାଏ ଭିତରେ ଏମାନଙ୍କୁ ଧରି ଥାନା ହାଜତରେ ପୂରେଇ ଦେଲା ପୋଲିସ୍। ଏହି ଭିଡିଓଟି କାଳେ ରାଜ୍ୟର ଗୃହମନ୍ତ୍ରୀଙ୍କ ମୋବାଇଲରେ ପହଂଚି ଗଲା। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। କହିଲେ ସହରରେ ରାତି କର୍ଫ୍ୟୁ ଲାଗିଥିବା ବେଳେ ଏମିତି ନାଟ ସମ୍ଭବ ହେଲା କେମିତି? ପୋଲିସକୁ ଗାଳି ଦେଲେ, ତା ସହିତ ତାକୁ ଶୀଘ୍ର ଧରିବାକୁ ନିର୍ଦ୍ଦେଶ ମଧ୍ୟ ଦେଲେ। ଶେଷରେ ଏ ଦୁଇ ଉଦଭ୍ରାନ୍ତ ଯୁବକଙ୍କୁ ଧରି ଜେଲ୍ ପଠେଇଲା ପୋଲିସ୍।

Advertisment
Viral Video
Advertisment
Advertisment