ମାଉସୀ ଜଣକ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ଚାକିରି କାଳରେ ବହୁ ପିଲାଙ୍କୁ ମଣିଷ କରିଛନ୍ତି। ସ୍ୱାମୀ କେବେଠାରୁ ଆରପାରିକୁ ଚାଲିଗଲେଣି। ଆଉ ଏବେ ପରିଣତ ବୟସରେ ତାଙ୍କ ନିଜ ଘରେ ତାଙ୍କୁ ବନ୍ଦି କରି ରଖା ଯାଇଛିଯ। ନୂଆ ବର୍ଷରେ ସମସ୍ତେ ମଉଜ କରୁଥିବା ବେଳେ ୬ଦିନ ହେଲାଣି ତାଙ୍କୁ କେହି ଆସି ବନ୍ଦି କରି ଦେଇ ଯାଇଛି। ବାହାରେ ପୁଅ ଭୋ ଭୋ କାନ୍ଦୁଛନ୍ତି...
Published: Otv Khabar Bureau
Last updated: 01 January 2022, 06:12 PM IST
କରୋନା କଟକଣା ଭିତରେ ସାରା ଦେଶ । ଏଥର ବି ଫିକା ପଡ଼ିଲା ନୂଆ ବର୍ଷ । ସମସ୍ତେ ନିଜ ନିଜ ଘରେ ବସି ନିଜ ନିଜ ଢ଼ଙ୍ଗରେ ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି । ଏହାରି ଭିତରେ ଭାରତୀୟ ସୀମାରେ ମଧ୍ୟ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ଯବାନ । ନାଚ, ଗୀତ କରି ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି ।