Advertisment

କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ: ୩ ଗୁରୁତର

କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ସଂସିଧାରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନରେ କଲ୍ୟାଣ ମଣ୍ଡପ ନିର୍ମାଣ ଚାଲିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
group clash

group clash

କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ସଂସିଧାରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନରେ କଲ୍ୟାଣ ମଣ୍ଡପ ନିର୍ମାଣ ଚାଲିଛି । ତେବେ ଏହାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଆଜି ପାଟିତୁଣ୍ଡ ହୋଇଥିଲା । ପରେ ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିବାର ଦେଖିବାକୁ ମିଳିଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି, ଏନେଇ ଆଳି ଥାନାରେ ଅଲଗା ଅଲଗା ମାମଲା ରୁଜୁ ହୋଇଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ସଂସିଧାରେ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଜାଗା ଚିହ୍ନଟ ହୋଇଛି। ମଣ୍ଡପ ତିଆରି ପାଇଁ ଅନୁଦାନ ରାଶି ଆସି ସାରିଛି। ତେବେ ଯେଉଁ ସ୍ଥାନରେ କଲ୍ୟାଣ ମଣ୍ଡପଟି ତିଆରି ହେବ, ସେହି ବାଟ ଦେଇ ଗାଁର ବର୍ଷା ଜଳ ନିଷ୍କାନ ହୋଇଥାଏ। ଗତକାଲି ଏନେଇ ଗାଁର ଦୁଇ ଜଣ ବ୍ୟକ୍ତି କଲ୍ୟାଣ ମଣ୍ଡପ ତିଆରି ହେବା ସ୍ଥାନରେ ଠିଆ ହୋଇ କଥା ହେଉଥିଲେ। ଏହି ସମୟରେ ଗାଁର ଆଉ କିଛି ଲୋକ ଆସି କାହିଁକି ରାଜନୀତି କରୁଛି ବୋଲି କହି ସେମାନଙ୍କୁ ପାଟିତୁଣ୍ଡ କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ଏନେଇ ଯୁକ୍ତିତର୍କ ହୋଇଥିଲା। ପରେ ସମସ୍ତେ ନିଜ ନିଜ ଘରକୁ ପଳାଇ ଯାଇଥିଲେ।

ଆଜି ସକାଳେ ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ଗୋଷ୍ଠୀ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେମାନଙ୍କୁ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ।

Advertisment
Group Clash Kalyan Mandap
Advertisment
Advertisment