ଟ୍ରିପଲ୍ ମର୍ଡର ମାମଲାରେ ପ୍ରାୟ ୧୯ ବର୍ଷ ଧରି ସଜା କାଟୁଥିବା ଜଣେ ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସମ୍ପୃକ୍ତ ବିରୋଧରେ କୌଣସି ତଥ୍ୟ, ପ୍ରମାଣ ମିଳିନାହିଁ।
ବିଜେଡି ନେତା ତଥା ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଂଜନ ପଲେଇଙ୍କ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ..ପୁଲିସ ଡିଜି କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଅର୍ପଣ କରିବା ପରେ ପୁରୀରେ ପହଞ୍ଚିଛି ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍..
ପୋଲିସ ସୂଚନାନୁସାରେ, ଏହି ମାମଲା ଜୟପୁର ପ୍ରତାପନଗର ଥାନା ଅଞ୍ଚଳରେ ଘଟିଛି । ପ୍ରତାପନଗରସ୍ଥିତ ରିଆ ଆପାର୍ଟମେଣ୍ଟରେ ଅଜାମ ଓରଫ ମୋହସିନ୍ ନାମକ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କ ସହ ରହୁଥିଲେ ।
ପୋଲିସ ମଧ୍ୟ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇପାରୁନି। କିନ୍ତୁ ଶ୍ୱଶୁର ଗୋଟିଏ ଭୁଲି ଯାଉଛନ୍ତି ଯେ, ସେ ନିଜେ ମଧ୍ୟ ଲଭ୍ ମ୍ୟାରେଜ୍ କରିଥିଲେ।
ଧୋକା ଦେଇଗଲେ ବିଦେଶୀ ବନ୍ଧୁ। ଫେସ୍ବୁକ୍ରେ ଚାଟିଂ ହ୍ୱାଟ୍ସଆପ୍ରେ ଟକିଂ...ଏମିତି ମାୟା ଜାଲ ବିଛାଇଲେ, ଖସି ପାରିଲେ ନାହିଁ ଏହି ମହିଳା...ଶୂନ ହୋଇଗଲା ବ୍ୟାଙ୍କ ଆକାଉଣ୍ଟ...ସବୁ ଗଲେ କିଛି ମୁକୁଳାଇପାରିଲେନି...
ସଚେତନତା ସତ୍ତ୍ୱେ ରାଜ୍ୟରେ ୨୦ ପ୍ରତିଶତ ଉପରେ ବାଲ୍ୟ ବିବାହ। ୬ ଜିଲ୍ଲାରେ ଜାତୀୟ ହାରଠୁ ବି ଅଧିକ, ନବରଙ୍ଗପୁରରେ ସର୍ବାଧିକ।
ଗ୍ରିଲ କାଟି ଜେଲ ଭିତରୁ କଏଦୀ ଫେରାର । କନ୍ଧମାଳ ଜିଲ୍ଲା ବାଲିଗୁଡା ସବ ଜେଲରେ ଘଟିଛି ଏହି ଘଟଣା । ଜଣେ କଏଦୀ ସମସ୍ତଙ୍କୁ ଚକମା ଦେଇ ଫେରାର ହୋଇଯାଇଛି
ନାଚିବାକୁ ଯାଇ ଜୀବନ ହାରିଲେ ନୃତ୍ୟଶିଳ୍ପୀ । ନୃତ୍ୟ ପରିବେଷଣ କରିବାକୁ ଡକାଇଥିବା ବାର୍ ମାଲିକ ପାଲଟିଲା ରାକ୍ଷସ । ଦୁଷ୍କର୍ମ କରିବାକୁ ଚେଷ୍ଟା କଲା । ଜୀବନ ଦେଇ ନିଜର ଇଜ୍ଜତ ବଞ୍ଚେଇଲେ ଯୁବତୀ ।
ସମସ୍ତଙ୍କୁ ଚକ୍ମା ଦେଇ ଜେଲ୍ରୁ କଏଦୀ ଫେରାର। ବାଲିଗୁଡା ସବ୍ ଜେଲ୍ରୁ ଜଣେ କଏଦୀ ଜେଲ୍ ପରିସରରେ ଥିବା ଏକ ଝରକାର ଲୁହା ଗ୍ରୀଲ୍ କାଟି ଖସି ପଳାଇବାରେ ସକ୍ଷମ ହୋଇଛି।
ପୁରୀରେ ଦେଖିବାକୁ ମିଳିଥିଲା ଭାସୁଥିବା ଏକ ଯୁବକର ମୃତଦେହ । ଆଉ ସେ ମୃତ ଯୁବକ ଯେବେ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହଯୋଗୀଙ୍କର। ଏ ନେଇ ଅଡୁଆରେ ବିଜେଡି ନେତା ସଞ୍ଜୟ ଦାସବର୍ମା
ବାଇକ୍ରେ କାହିଁକି ଏବଂ କୁଆଡ଼େ ଯାଉଥିଲେ ଜଗା ଓ ଚିତ୍ତ ? ଯଦି ଏହା ଦୁର୍ଘଟଣା ତେବେ ନଈରୁ ଚିତ୍ତଙ୍କ ମୃତଦେହ ମିଳିବା ପଛର କାରଣ କଣ ?
ତପସ୍ୱିନୀ କୋର୍ଟରେ ହାଜର ହେବା ସହ ତାଙ୍କ ସ୍ୱାମୀ କୁଆଡେ ଗଲେ ସେ ନେଇ ପିଟିସନ ଦାଖଲ କରିଛନ୍ତି।
ନୟାପଲ୍ଲୀ ସୁପାରି କିଲିଂ ମାମଲାର ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକ ଗିରଫ । ୩୦ହଜାର ଟଙ୍କା ଫେରିପାଇବା ଲାଗି ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସେ ସୁପାରି ଦେଇଥିବା ପୋଲିସ ଜାଣିବାକୁ ପାଇଛି ।
ବଲାଙ୍ଗିର ଜିଲ୍ଲାରେ ଦାଦାନ ଚାଲାଣ ରୋକିବା ପାଇଁ କୋଟି କୋଟି ଟଙ୍କାର ମନରେଗା କାମ ହେଉଛି । କିନ୍ତୁ ବେଆଇନ ଭାବେ ମନରେଗାରେ ଠିକାଦାର ମାନେ କାମ କରି ନକଲି ଶ୍ରମିକଙ୍କ ନାଁରେ ହଡପ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଖୋଦ ସରପଂଚ, ଯନ୍ତ୍ରୀ, ଠିକାଦାର ମିଲିମିଶି ହରିଲୁଟ କରୁଛନ୍ତି ଶ୍ରମିକଙ୍କ ଟଙ୍କା ।
ସମ୍ବଲପୁର ପାନମସଲା ବ୍ୟବସାୟୀଙ୍କୁ ଲକ୍ଷାଧିକ ଟଙ୍କାର ଫାଇନ୍ । ଫାଇନ ଲଗାଇଲା ବୁର୍ଲା ଜିଏସଟି ବିଭାଗ।
ମଧ୍ୟପ୍ରଦେଶରୁ ଭୁବନେଶ୍ୱରକୁ ଲମ୍ବିଥିବା ଆନ୍ତଃ ରାଜ୍ୟ ଚୋରା କାର ଡିଲର ପର୍ଦ୍ଦାଫାସ । କେତେ କାର ବିକ୍ରି ହୋଇଛି ଆଉ କେଉଁମାନେ ରାକେଟରେ ଅଛନ୍ତି, ସେନେଇ ଖୋଳତାଡ଼ କରୁଛି ପୋଲିସ ।
ପୋଲିସ୍ କବ୍ଜାରେ ଚୋରା କାର୍ ରାକେଟ୍। ଜବତ ଦୁଇଟି କାର୍ ମଧ୍ୟପ୍ରଦେଶରୁ ଚୋରି ହୋଇଥିବା ବେଳେ ଗୋଟିଏରେ କଟକ ଓ ଅନ୍ୟଟିରେ ପଶ୍ଚିମବଙ୍ଗର ରେଜିଷ୍ଟ୍ରେସନ୍ ନମ୍ବର ଲାଗିଛି।
କଟକ ନିଆଳି ଗୋବିନ୍ଦପୁର ଶଙ୍ଖୁଆ ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ।
ମାତିଛନ୍ତି ସାଇବର ଫ୍ରଡ୍ । ଖୋଦ୍ କ୍ରାଇମବ୍ରାଂଚ୍ ଏଡିଜିଙ୍କ ଠାରୁ ଠକେଇ ଉଦ୍ୟମ କରିଛନ୍ତି ସାଇବର ଠକ । ଆଉ ଏହି କାରନାମା କରିଛି ଓକାକ ସାଇବର ଫ୍ରଡରେ ଧରାପଡ଼ି ନଥିବା ଆଉ ଜଣେ ଅଭିଯୁକ୍ତ । ଏଡିଜିଙ୍କୁ ହ୍ୱାଟସଆପ୍ ମେସେଜରେ ଦୁଇଟି ଆକାଉଣ୍ଟ ନମ୍ବର ପଠାଇ ସାଇବର ଠକ ମାଗିଛି ୯୮ ହଜାର ଟଙ୍କା ।
ମଲା ଲୋକର ବି ଅଛି ଜମି ଲୋଭ । ଭୂତ ବି ବିକିପାରେ ଜମି । ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ମଲା ଲୋକର ହୋଇଛି ନୂଆ ଆଧାର କାର୍ଡ । ସରକାରୀ କାର୍ଯ୍ୟାଳୟରେ ବିକା ହୋଇଛି ଭୂସମ୍ପତ୍ତି ।
ନଭେମ୍ବର ୧୭ରେ ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସଆପ ହାକିଂ କରାଯାଇଥିଲା । ଏହାର ଖୋଳତାଡ କରୁ କରୁ କ୍ରାଇମବ୍ରାଂଚ ହାତରେ ଲାଗିଥିଲା ନାଇଜେରିଆ ଲିଙ୍କ୍ । ଦିଲ୍ଲୀ ପୋଲିସ ଗିରଫ କରିଥିବା ନାଇଜେରିୟ ଯୁବକ ମୋରିସଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଂଚ୍ ।
ସାତ ଦିନର ରହଣୀ ସତ୍ତ୍ୱେ ମିଶିଲାନି ତପସ୍ୱିନୀ-ସୁମିତଙ୍କ ମନ । ଆସ୍କା ଗେଷ୍ଟହାଉସ୍ରୁ ଛୁ'ର ୨୪ ଘଣ୍ଟା ପରେ ବି ଲାପତ୍ତା ଡାକ୍ତର ସ୍ୱାମୀ । ସ୍ୱାମୀଙ୍କ ପତ୍ତା ନପାଇ ଥାନାକୁ ଯାଇ ଜଣାଇଲେ ପତ୍ନୀ ତପସ୍ପିନୀ।
OCAC ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା। ସାଇବର ଠକେଇର ମୁଖ୍ୟ ଅଭିଯୁକ୍ତ ଅକ୍ୟୁଦୁରୀ ପାସ୍କେଲ୍କୁ ଦିଲ୍ଲୀ ପୋଲିସ୍ ଗତ ମାସରେ ବେଙ୍ଗାଲୁରୁରୁ ଗିରଫ କରିଥିଲା। ଏହି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତ କ୍ରାଇମ୍ବ୍ରାଞ୍ଚ୍ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ ମଧ୍ୟ ଠକେଇ ଉଦ୍ୟମ କରିଥିବା ସୂଚନା ମିଳିଛି
କ୍ରାଇମ୍ବ୍ରାଞ୍ଚ୍ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ ମଧ୍ୟ ଠକେଇ ଉଦ୍ୟମ ହୋଇଥିବା ସୂଚନା ମିଳିଛି। ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟରେ ଟଙ୍କା ପଠାଇବାକୁ ଅଭିଯୁକ୍ତ ଜଣକ ମେସେଜ ପଠାଇଥିଲା।
ଘରୋଇ କଳହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ପରେ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ଗୁରୁତର ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।